Home କେନ୍ଦୁଝର କରୋନା ମୁକାବିଲାରେ ଯୋଦ୍ଧା ସାଜିଛନ୍ତି ଅଙ୍ଗନବାଡି କର୍ମୀ

କରୋନା ମୁକାବିଲାରେ ଯୋଦ୍ଧା ସାଜିଛନ୍ତି ଅଙ୍ଗନବାଡି କର୍ମୀ

200

ହାଟଡ଼ିହି, ୨୫ । ୪ : କରୋନା ମୁକାବିଲାରେ ଅଙ୍ଗନବାଡି କର୍ମୀ ଓ ସହାୟିକା ମାନେ ଜଣେ ଜଣେ ଯୋଦ୍ଧା ଭାବେ କାର୍ଯ୍ୟକରୁଛନ୍ତି । ସେମାନେ ଅଙ୍ଗନବାଡି କାମ ସହିତ କରୋନାରେ ଅନେକ କାମ କରି ଏବେ ଲୋକଙ୍କ ନିକଟତର ହୋଇପାରିଛନ୍ତି । ସରକାରଙ୍କ ନିର୍ଦ୍ଦେଶକ୍ରମେ ଅଙ୍ଗନବାଡି ସେଣ୍ଟରରେ ପଢ଼ୁଥିବା ପିଲାମାନଙ୍କ ଘରେ ଘରେ ଶୁଖିଲାଖାଦ୍ୟ ପହଞ୍ଚାଇବା ସହିତ ଗର୍ଭବତୀ ପ୍ରସୁତି ମହିଳା ମାନଙ୍କୁ ଖାଦ୍ୟ ବଣ୍ଟନ କରିବା ଓ ରାଜ୍ୟ ବାହାରୁ ଗାଁକୁ ଆସିଥିବା ଲୋକଙ୍କ ତାଲିକା ପ୍ରସ୍ତୁତି ସହିତ ଘରଘର ବୁଲି ସଚେତନତା କାର୍ଯ୍ୟ କରିଚାଲିଛନ୍ତି ।
ହାଟଡିଡି ବ୍ଲକରେ ୩୧ଟି ପଞ୍ଚାୟତର ମୋଟ ୨୧୯ଟି ଅଙ୍ଗନବାଡି କେନ୍ଦ୍ର ରହିଥିବାବେଳ ୨୧୭ଜଣ କର୍ମୀ ଓ ୧୫୮ଜଣ ସହାୟିକା କାର୍ଯ୍ୟ କରୁଛନ୍ତି । ଏମାନଙ୍କ କାର୍ଯ୍ୟକୁ ସିଡିପିଓ ସରସ୍ୱତୀ ସେଠୀ ଓ ସୁପରଭାଇଜର ମାନେ ଦିନରାତି ତଦାରଖ କରିଚାଲିଛନ୍ତି । କରୋନାପାଇଁ ଅଙ୍ଗନବାଡି ଗୁଡିକ ବନ୍ଦ ହୋଇଯିବାପରେ ଅଙ୍ଗନବାଡିରେ ପଢ଼ୁଥିବା ୭୦୫୨ଜଣ ପିଲାମାନଙ୍କୁ ମାସିକିଆ ଚାଉଳ, ଡାଲି, ଅଣ୍ଡା, ପରିବା ଓ ଜଳଖିଆ ବାଣ୍ଟିବା ସହ ବ୍ଲକରେ ଥିବା ୨୬୯୪ଜଣ ଗର୍ଭବତୀ ପ୍ରସୁତି ମହିଳାଙ୍କୁ ଛତୁଆ, ଅଣ୍ଡା ଆଦି ଯୋଗାଇ ଦେଇଛନ୍ତି । ଏହିସବୁ କାମ କରିବା ସହିତ କରୋନା ମୁକାବିଲା ପାଇଁ ପ୍ରତିଦିନ ଘରଘର ବୁଲି ଲୋକମାନଙ୍କୁ କରୋନା ସଚେତନତା କରିବାସହିତ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ସପଥ ପାଠ କରାଇବା, ଲୋକମାନେ କିପରି ମାସ୍କ ବ୍ୟବହାର କରିବେ, କିପରି ସାବୁନରେ ନିୟମିତ ହାତ ଧୋଇବେ ଓ ଗାଁରେ କିପରି ସାମାଜିକ ଦୁରତା ରକ୍ଷାକରି ଚଳପ୍ରଚଳ କରିବା ଉପରେ ଘରଘୀ ବୁଲି ସଚେତନ କରାଉଛନ୍ତି । ସେହିପରି ଏବେ ଘରଘର ବୁଲି ରାଜ୍ୟ ବାହାରେ ଥିବା ଲୋକଙ୍କ ସମ୍ପର୍କରେ ସୁଚନା ସଂଗ୍ରହକରି ଚିଠା ପ୍ରସ୍ତୁତ କରିବା ଭଳି ଗୁରୁତ୍ୱପୁର୍ଣ୍ଣ କାମ ମାନ କରିଚାଲିଛନ୍ତି । ଯାହାକି ସେମାନେ ଏବେ କରୋନା ମୁକାବିଲାର ମୁଖ୍ୟ କର୍ଣ୍ଣଧାର ସାଜିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.