Home ଜିଲ୍ଲା ପରିକ୍ରମା କରୋନା ବଦଳାଇଲା ଜୀବନ ଶୈଳୀ : ତବଲା ବାଦକରୁ ପାନ ଦୋକାନୀ

କରୋନା ବଦଳାଇଲା ଜୀବନ ଶୈଳୀ : ତବଲା ବାଦକରୁ ପାନ ଦୋକାନୀ

134

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଶା ଥିଲା ଅନେକ,ଇଚ୍ଛାବି ଥିଲା ଅନେକ । ହେଲେ ସବୁ ସାରି ଦେଲା ମହାମାରି କରୋନା । ମାତ୍ର କେତୋଟି ଦିନରେ ଯାତ୍ରା ଜଗତର ଜଣେ ଆଗ ଧାଡିର ଶିଳ୍ଫୀ ଆଜ ିବନିଗଲେ ପାନ ଦୋକାନୀ । ଅନେକ ସଂଷର୍ଷ କରି ଦୀର୍ଘ ୩୦ବର୍ଷ ଧରି ବିଭିନ୍ନ ଯାତ୍ରା ପାର୍ଟିରେ ଜଣେ ବିଶିଷ୍ଟ ତବଲା ବାଦକ ଭାବେନିଜକୁ ପ୍ରତିଷ୍ଠିତ କରିଥିବା ଭଦ୍ରକ ବ୍ଲକ ଅନ୍ତର୍ଗତ ରମ୍ଭିଳା ପଂଚାୟତର ଜଗବନ୍ଧୁ ଦାସା ଆଜି କାମ ହରାଇ ପାଲଟିଛନ୍ତି ପାନ ଦୋକାନୀ । ହାରିବା ଶିଖି ନଥିବା ଜଗା ଆଜି ପେଟ ପାଇଁ ଆଦରି ନେଇଛି ଅନ୍ୟ ଏକ ମାଧ୍ୟମ । ରାଣୀତାଲରୁ ରମ୍ଭିଳା ବାଟରେ ପଡେ କୁମାରକୋଣୀ ଛକ । ସେହି ଛକରେ ପାନ ଦୋକାନଟିଏ କରିଛନ୍ତି ଜଗବନ୍ଧୁ । ଯେଉଁମାନେ ଜଗାର କଳାକୁ ଜାଣିଛନ୍ତି ସେମାନଙ୍କ ଗାଡି ଆପେ ଆପେ ଅଟକି ଯାଉଛି ଜଗା ଭାଇର ପାନ ଦୋକାନ ପାଖରେ । ନିଜର ଅଦମ୍ୟ ଇଚ୍ଛାକୁ ଅଟକାଇ ନ ପାରି ୧୪ ବର୍ଷ ବୟସରେ ଯୋଗ ଦେଇଥିଲେ ଯାତ୍ରା ପାର୍ଟିରେ । ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡାଙ୍କ ନୀଳଚକ୍ର ଯାତ୍ରା ପାର୍ଟିରୁ ଜଣେ ନାରୀକଣ୍ଠ ଶିଳ୍ପୀ ଭାବେ ଆରମ୍ଭ କରିଥିବା କଳାକାର ଜୀବନ ପରମୁହୁର୍ତ୍ତରେ ନିଜର ଚେଷ୍ଟା ଓ ଗୁରୁ ହୃଦାନନ୍ଦ ଘଡାଇଙ୍କ ପ୍ରେରଣା ବଳରେ ବନିପାରିଥିଲେ ଜଣେ ଆଗ ଧାଡିର ତବଲା ବାଦକ । ସାହାଣୀ ଅପେରା,ଇନ୍ଦ୍ରମହଲ, ଇଷ୍ଟର୍ଣ୍ଣବ୍ଲୁ ପରେ ଯୋଗ ଦେଇଥିଲେ ସୂର୍ଯ୍ୟମନ୍ଦିର ଅପେରାରେ । ଆଗର ସେ ପୈାରାଣିକ ନାଟକ ହେଉବା ଏବେକାର ସାମାଜିକ ନାଟକରେ ନାଚଗୀତ ଆରମ୍ଭ ହେଲେ ଶୁଭେ ତାଙ୍କ ତବଲାର ତାଳଲୟା ଜଣେ ସୁନାମଧନ୍ୟ ତବଲା ବାଦକ ଭାବେ ଚିର ପରିଚିତ ଜଗବନ୍ଧୁ ଅନେକ ଯାତ୍ରାନୁଷ୍ଟାନରୁବି ସମ୍ମାନୀତ ହୋଇଛନ୍ତି । ଆଜି କରୋନା ପାଇଁ ମଂଚ ବନ୍ଦ ହୋଇ ଯାଇଛି ସତ, ହେଲେ ଆଗକୁ ପୁଣି ସେ ଦିନ ଆସିବ ବୋଲି ସେ ଆଶା ବାନ୍ଧିଛନ୍ତି । ଏଭଳି ବିପତ୍ତି ବେଳେ ସରକାର ଆମ ଭଳି କଳାକାରମାନଙ୍କୁ କିଛି ଆର୍ଥିକ ସାହାଯ୍ୟ କଲେ ଭଲ ହୁଅନ୍ତା ବୋଲି କହିଛନ୍ତି ଜଗବନ୍ଧୁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.