Odiapua.com

କରୋନା ଆତଙ୍କ: ଜମାତିଙ୍କ ରାସ୍ତାରେ ଜେଏନୟୁ ଛାତ୍ର; ସୁରକ୍ଷାକର୍ମୀଙ୍କୁ କହିଲେ ଉପରେ ଛିଙ୍କିଦେବି ..

ଭୁବନେଶ୍ୱର: ତବଲିଗ୍ ଜମାତିଙ୍କ ରାସ୍ତା ଧରିଛନ୍ତି ଜେଏନୟୁ (ଜବାହାରଲାଲ୍ ନେହେରୁ ୟୁନିଭରସିଟି) ଛାତ୍ର। କରୋନା ଭାଇରସ୍ ଆତଙ୍କ କାରଣରୁ ଲକ୍ ଡାଉନ୍ ଭିତରେ ଜଣେ ଜେଏନୟୁ ଛାତ୍ର ୟୁନିଭରସିଟି ଗେଟ୍ ବାହାରକୁ ଯିବାକୁ ଚାହିଁଥିଲେ।ଉପଯୁକ୍ତ ପାସ୍ ପାଖରେ ନଥିଲେ, ତାଙ୍କୁ ଗେଟ୍ ବାହାରକୁ ଯିବାକୁ ସୁରକ୍ଷାକର୍ମୀ ବାରଣ କରିଥିଲେ। କିନ୍ତୁ, ଛାତ୍ର ଜଣଙ୍କ ମାନିନଥିଲେ। ସୁରକ୍ଷାକର୍ମୀଙ୍କ ସହିତ ଯୁକ୍ତିତର୍କ, ଅସଦାଚରଣ କରିବା ସହ ଗେଟ୍ ମୁହଁରେ ବସି ରହିଥିଲେ। ଏହାସହ ସୁରକ୍ଷାକର୍ମୀଙ୍କ ସହିତ ଠେଲାପେଲା କରିବା ସହ ତାଙ୍କ ମାସ୍କ ଖୋଲି ଦେଇଥିଲେ। ଏହାସହ ତବଲିଗ୍ ଜମାତିଙ୍କ ରାସ୍ତାରେ ଯାଇ ସୁରକ୍ଷା କର୍ମୀଙ୍କ ଉପରେ ଛିଙ୍କି, ଛେପ ପକାଇ କରନା ଭାଇରସ୍ ବ୍ୟାପେଇ ଦେବେ ବୋଲି ଧମକ ଦେଇଥିଲେ।

ନୋଟକୁ ଚାଟି, ନାକ ସଫା କରିଥିବା ବ୍ୟକ୍ତି ଗିରଫ


ଅଭିଯୋଗ ପରେ ସଂପୃକ୍ତ ଛାତ୍ରଙ୍କ ବିରୋଧରେ ବସନ୍ତକୁଞ୍ଜ (ଉତ୍ତର) ଥାନାରେ ଏକ ମାମଲା ରୄଜୁ ହୋଇଛି। ଯେକୌଣସି ପରିସ୍ଥିତିରେ କ୍ୟାମ୍ପସ୍ ଭିତରେ ଏପରି କୌଣସି ବି କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ଜେଏନୟୁ କର୍ତ୍ତୃପକ୍ଷ।

ଏମାନଙ୍କୁ ଗୁଳି କରିଦେବା ଉଚିତ୍: ରାଜ୍ ଠାକରେ


/- ଦେବଦତ୍ତ ରଥ