Home ଜିଲ୍ଲା ପରିକ୍ରମା କରୋନାରେ ଚାଲିଗଲା ଅଟୋ ଚାଳକଙ୍କ ଜୀବନ, ବର୍ଷକ ପୂର୍ବରୁ ମା’କୁ ହରାଇଥିବା ୩ ସନ୍ତାନ ବେସାହାରା

କରୋନାରେ ଚାଲିଗଲା ଅଟୋ ଚାଳକଙ୍କ ଜୀବନ, ବର୍ଷକ ପୂର୍ବରୁ ମା’କୁ ହରାଇଥିବା ୩ ସନ୍ତାନ ବେସାହାରା

106

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ତିହିଡି ବ୍ଲକ୍ ଅଚକ ପଂଚାୟତ ନନ୍ଦପୁର ଗ୍ରାମର ୧୦ ନଂ ୱାର୍ଡରେ ଘଟିଛି ଏକ ଅଭାବନୀୟ ଘଟଣା । ବର୍ଷକ ପୂର୍ବରୁ ମା’କୁ ହରାଇଥିବା ୩ ସନ୍ତାନ ଏବେ ପିତାଙ୍କୁ ହରାଇବା ପରେ ସଂପୂର୍ଣ୍ଣ ବେସାହାରା ହୋଇପଡିଛନ୍ତି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଗ୍ରାମର ଶୁକଦେବ ନାଥଙ୍କ ପୁଅ ମନୋଜ ଭିଡିଓ ଅଟୋବାଲା ଭାବେ ବେଶ୍ ପରିଚିତ । ତାଙ୍କର ଏବେ ୪୦ ବର୍ଷ ବୟସରେ କରୋନାରେ ମୃତ୍ୟୁ ହୋଇଛି । ଏହି ଖବରକୁ ସହଜରେ ବିଶ୍ୱାସ କରିପାରୁନାହାଁନ୍ତି ସ୍ଥାନୀୟ ଅଂଚଳବାସୀ । ଗତ ସପ୍ତାହରେ ଥଣ୍ଡାଜ୍ୱର ହେବାରୁ ଡାକ୍ତରୀ ଚିକିତ୍ସା ପରେ କୋଭିଡ୍ ପରୀକ୍ଷା କରାଯିବାରୁ ପଜିଟିଭ୍ ବାହାରିଥିଲା । ଫଳରେ ତାଙ୍କୁ ଭଦ୍ରକ କଲେଜ କୋଭିଡ୍ କେୟାରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି । ଏପରିକି ତାଙ୍କ ମର ଶରୀର ନିଜ ଭିଟାମାଟିକୁ ଆସିପାରିନଥିଲା । ପ୍ରଶାସନ ପକ୍ଷରୁ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ଏହି ଖବର ଜାଣିବା ପରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି । କାହିଁକି ନା କରୋନାର ପ୍ରଥମ ଲହରରେ ମନୋଜଙ୍କ ପତ୍ନୀ ଚାଲିଯାଇଥିଲେ । ପୁଣି ଦ୍ୱିତୀୟ ଲହରରେ ସେ ଚାଲିଗଲେ । ଫଳରେ ତାଙ୍କର ଦୁଇଝିଅ ଓ ଗୋଟିଏ ପୁଅ ଏବେ ପିତା-ମାତାଙ୍କୁ ହରାଇ ସଂପୂର୍ଣ୍ଣ ବେସାହାରା ହୋଇପଡିଛନ୍ତି । ତେଣୁ ଏମାନଙ୍କୁ ପ୍ରଶାସନ ପକ୍ଷରୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ସହ ପିଏମ୍ କେୟାର ଯୋଜନାରେ ସାମିଲ କରିବା ଲାଗି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.