Home ଜିଲ୍ଲା ପରିକ୍ରମା କରୋନାରେ ଆକ୍ରାନ୍ତ ହୋମିଓ ପତ୍କାଥିକ ଡାକ୍ତରଙ୍କ ମୃତୁତ୍କକୁ ନେଇ ସନ୍ଦେହ : ଏନଏସିର ୮ ଓ...

କରୋନାରେ ଆକ୍ରାନ୍ତ ହୋମିଓ ପତ୍କାଥିକ ଡାକ୍ତରଙ୍କ ମୃତୁତ୍କକୁ ନେଇ ସନ୍ଦେହ : ଏନଏସିର ୮ ଓ ୧୦ ନମ୍ବର ୱାର୍ଡ କଣ୍ଟେନମେଣ୍ଟ ଜୋନ ଘୋଷଣା

55

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଅଞ୍ଚଳରେ ଦିନକୁଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଡିବାରେ ଲାଗିଛି । ପୂର୍ବରୁ ବ୍ଲକରେ ୪୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଜଣେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହି ନୂଆ ଆକ୍ରାନ୍ତକୁ ମିଶାଇ ବ୍ଲକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫ରେ ପହଞ୍ଚିଛି । ତେବେ ଆଜିର ଆକ୍ରାନ୍ତ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏହି ଆକ୍ରାନ୍ତ ଜଣଙ୍କ ଜଣେ ହୋମିଓ ପ୍ୟାଥିକ ଡାକ୍ତର । ସେ ଧାମନଗର ବିଜ୍ଞାପିତ ଅଞ୍ଚଳ ସମେତ ଦୋବଲ ବଜାରରେ କ୍ଲିନିକ୍ କରି ଶହଶହ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଅଭିଯୋଗ ହୋଇଛି । ଆଜି ତାଙ୍କର ପଜିଟିଭ ରିପୋର୍ଟ ଆସିବା ପରେ ବ୍ଲକ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଣ୍ଟ୍ରାକ ଟ୍ରେସିଙ୍ଗ କରାଯାଇଛି । ସଂପୃକ୍ତ ଡାକ୍ତର ବିଭିନ୍ନ ରୋଗରେ ପୂର୍ବରୁ ପିଢିତ ଥିବାରୁ ଆଜି ଭୁବନେଶ୍ୱର ଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ପ୍ରକାଶ ଥାଉକି ୪ଦିନ ପୂର୍ବେ ତାଙ୍କୁ ଥଣ୍ଡା, ଜ୍ୱର ଓ କାଶର ଲକ୍ଷ୍ମଣ ଦେଖାଦେଇଥିଲା । ତାଙ୍କର କୋଭିଡ୍ ପରୀକ୍ଷା ପାଇଁ ସେ ପରିବାର ଲୋକଙ୍କୁ କହିଥିଲେ । ପରେ ତାଙ୍କର କୋଭିଡ ପରୀକ୍ଷା କରାଯାଇ ରବିବାର ପଜିଟିଭ ରିପୋର୍ଟ ଆସିବାରୁ ତାଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ସମ କୋଭିଡ ହସପିଟାଲକୁ ନିଆଯାଇଥିବା । ସେଠାରେ ସିଟ୍ ନମିଳିବାରୁ ତାଙ୍କୁ କିମ୍‌ସକୁ ସ୍ଥାନାନ୍ତରିତ କରାଯାଇଥିଲା । ହସପିଟାଲରେ ଭର୍ତ୍ତି ପରେ ତାଙ୍କର ଉଚ୍ଚ ରକ୍ତଚାପ ବଢିଯାଇ ଆଜି ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଛି । ଧାମନଗର ବିଜ୍ଞାପିତ ଅଞ୍ଚଳର ୮ ଓ ୧୦ ନମ୍ବର ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଓ ୯ ନମ୍ବର ୱାର୍ଡକୁ ବଫର ଜୋନ ଘୋଷଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.