Home Top News କରେଣ୍ଟ ଲାଗିବାରୁ ଛଟପଟ ହେଲା ଗାଈ, ଏପରି ଉଦ୍ଧାର କଲେ ବ୍ୟବସାୟୀ, ମାନବତାର ଉଦାହରଣ, ଭିଡ଼ିଓ

କରେଣ୍ଟ ଲାଗିବାରୁ ଛଟପଟ ହେଲା ଗାଈ, ଏପରି ଉଦ୍ଧାର କଲେ ବ୍ୟବସାୟୀ, ମାନବତାର ଉଦାହରଣ, ଭିଡ଼ିଓ

82

ନୂଆ ଦିଲ୍ଲୀ ୩-୭ (ଓଡ଼ିଆ ପୁଅ) ବର୍ଷାରେ ପାଣି ଭରିଛି ରାସ୍ତା ଉପରେ। ଗାଈକୁ କ’ଣ ଜଣା ତାକୁ ଅସୁବିଧା କ’ଣପାଇଁ ହେଉଛି। କରେଣ୍ଟ କ’ଣ ତାହା ସେ ଜାଣିବ ବା କିପରି। ସେ ତ’ ମଣିଷ ନୁହେଁ ବୁଝି ପାରିବ ଯେ, ତାକୁ କଲେଣ୍ଟ ଲାଗୁଛି ବୋଲି। ବିଜୁଳି ଖୁଣ୍ଟ ପାଖକୁ ଯିବାକ୍ଷଣି ଛଟପଟାଇଲା ଗାଈ। ଛଟପଟେଇ ପଡ଼ିଗଲା ତଳେ। ଫୋନରେ କଥାବାର୍ତ୍ତା ହେଉ ହେଉ ଜଣେ ବ୍ୟବସାୟୀଙ୍କର ନଜର ପଡ଼ିଲା ଏହି ଗାଈ ଉପରେ। ସେ ଦୌଡ଼ିଯାଇ ଏକ ଶୁଖିଲା କପଡ଼ା ଆଣି ଗାଈର ଗୋଡ଼ ଧରି ଭିଡ଼ି ଆଣିଲେ। ତୁରନ୍ତ ଗାଈଟି ଉଠିପଡ଼ିଲା ଏବଂ ଅନ୍ୟ ରାସ୍ତାରେ ଚାଲିଗଲା। ଏହିପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓକୁ ଅନାମିକା ଜୈନ ନାମକ ଜଣେ ୟୁଜର ସେୟାର କରିଛନ୍ତି। ଏହା ବର୍ତ୍ତମାନ ପର୍ଯ୍ୟନ୍ତ ୮ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଦେଖିସାରିଲେଣି। ଏହାହିଁ ମାନବତା। ଆପଣଙ୍କ ମନ୍ତବ୍ୟ ଦିଅନ୍ତୁ। ସେୟାର କରନ୍ତୁ।

https://twitter.com/anamikamber/status/1543206526038339584

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.