Home ଆମ ସଂସ୍କୃତି, କଳା ଓ ଐତିହ୍ୟ କରୁଣାକରଙ୍କ ଆତ୍ମୋତ୍ସର୍ଗ ଦିବସ

କରୁଣାକରଙ୍କ ଆତ୍ମୋତ୍ସର୍ଗ ଦିବସ

460

କୋଲାବିରା, ୨୧।୧୨ (ଓଡ଼ିଆ ପୁଅ/ନିଶିତ୍ କୁମାର ବହିଦାର) “ସେରାଜା ଯାଇଛି ଚାଲି ରହିଛି ତା’କଥା
ଇତିହାସ ଗାଏ ଯାର ଅମରତ୍ୱ ଗାଥା’’। ସେଦିନ କବିଙ୍କ କଣ୍ଠରୁ ଶୁଣା ଯାଉଥିଲା ସ୍ୱାଧିନତାର ଆବାହନୀ ବୀଜ ମନ୍ତ୍ର। ସ୍ୱାଧିନତା ଏକ କଷ୍ଟଲବ୍ଧ ଅମୂଲ୍ୟ ସଂପଦ। ଏହି ସବ୍ଦ ଆଢୁଆଳରେ ଲୁଚି ରହିଛି ଅନେକ ଗଣ ହତ୍ୟା, ରକ୍ତପାତ ନରସଂହାରର ନାରକୀୟ ବୀଭତ୍ସତା। ଜାତୀୟ ଜୀବନକୁ ସୁଦୃଢକରି ଗଢିତୋଳିବା ପାଇଁ ସ୍ୱାଧିନତା ହେଉଛି ମହାର୍ଘ ସଂପଦଜାତୀୟ ଐକ୍ୟ, କୋଟିଜନତାର ଦୀର୍ଘ ଶ୍ୱାସ ଆଉ ସଂଗ୍ରାମର ଆହ୍ୱାନ ନେଇ ଆଗମନ ହୁଏ ସ୍ୱାଧିନତା। ପ୍ରତିଟି ସ୍ୱାଧିନ ଜାତି ଇତିହାସର ଜୀର୍ଣ୍ଣ ପୃଷ୍ଠରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ଓ ସଂଚିତ ହୋଇ ରହିଛିସେଇ ଭୂଲା ସ୍ମୃତି। ଅମର ଗାଥା।

ଶୈାର୍ଯ୍ୟମୟୀ, ରତ୍ନଗର୍ଭା ଭାରତ ଭୂମିର ଐଶ୍ୱର୍ଯ୍ୟରେ ପ୍ରଲୁବ୍ଧ ବିଦେଶୀ ବଣିକ ସେଦିନ ସାତ ଦରିଆ ତେର ନଈ ଡେଇଁ ବାଣିଜ୍ୟର ବସା ବାନ୍ଧୀଥିଲା ଏଇ ଭାରତର ଭୂଖଣ୍ଡରେ ବ୍ୟବସାୟର ଫାଇଦା ଉଠାଇ ଚତୁର ଇଂରେଜମାନେ ଶଠତା ଓ ଛଳନାରେ ପୂଣ୍ୟମାୟୀ ଭାତରର ଶାସନ ଡୋରିକୁ ଭିଡି ଧରିଲେ। ପୈାଶାଚିକ ନାଟକନାଜି ଆରମ୍ଭ କଲେ ଶାସନ ନାମରେ। ଶୋଷଣ ଓ ଅତ୍ୟାଚାରର ଅରାଜକତା ଅଂଟାଭିଡେ।

ଯୁଗେ ଯୁଗେ ଅନ୍ୟାୟ ବିରୋଧରେ ଶାନ୍ତିର ସମର ଦେଖିବାକୁ ମିଳେ। ମହାଭାରତ ଯୁଦ୍ଧରେ କୌରବଙ୍କ ଅନ୍ୟାୟ ଅନୀତି ବିରୋଧରେ ସଂଗ୍ରାମ ଜାରି ରଖିବାକୁ ଯୋଗାଚାର୍ଯ୍ୟ ପରମ ଅବତାର ଶ୍ରୀକୃଷ୍ଣ ଶ୍ରୀମ୍ଦ ଭଗବତ୍ ଗୀତାରେ ଗାଣ୍ଡବ ଧାରୀ ଅର୍ଜୁନଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ। ‘’ତସ୍ମାଦୁତିଷ୍ଠ କୌନ୍ତେୟ ଯୁଦ୍ଧାୟ କୃତ ନିଶ୍ଚୟ’’ ନୃଶଂସ ଅତ୍ୟାଚାରୀ ଇଂରେଜ ଶାସନର ବିଲୋପ ପାଇଁ ଯୁଦ୍ଧର ଆବଶ୍ୟକାତାକୁ ଜ୍ଞାନକରି ଭାରତ ମାତା ଜନ୍ମ ଦେଲେ କେତେକ ବୀର ପୁରୁଷ। ଗାନ୍ଧୀ, ଗୋପବନ୍ଧୂ, ସୁଭାଷ ବୋଷ, ବୀର ସୁରେନ୍ଦ୍ର ସାଏ ସମେତ ପରାକ୍ରମୀ ଯୋଦ୍ଧା ବୀର କରୁଣାକର ସିଂହ ନାଏକଙ୍କୁ।

ଜୀନବକୁ ଯନ୍ତ୍ରଣା ଜର୍ଜରିତ କରି ଦେଶଜାତି ପାଇଁ ଜୀବନ ଦେବା କିଛି ସାମାନ୍ୟ କଥା ନିହେଁ। ପରାଧିନ ଭଳି ଏକ ଶବ୍ଦ ଯେତେବେଳେ ଆମ କର୍ଣ୍ଣ ଗୋଚର ହୁଏ ସେତେବେଳେ ଯୋତେ ବାଧା ଲାଗେ ତାଠାରୁ ଅଧିକ ବାଧାଲାଗେ ଦୀର୍ଘ ଦିନଧରି ସ୍ୱର୍ଣ୍ଣମୟୀ ଭାରତକୁ କର କବଳିତ କରି ରଖିଥିବା। ଇଂରେଜ ମାନଙ୍କ ବର୍ବରତାର କଥା।ନରସଂହାରକାରୀ, ଅତ୍ୟାଚାରୀ, ନୃଶଂସ, ପାପାଚାରୀ ଇଂରେଜ ମାନଙ୍କ ବର୍ବରତା ଦିନକୁଦିନ ଅସହ୍ୟ ହୋଇପଡେ। ୧୮୫୦ ମସିହା ବେଲକୁ ବୀର କରୁଣାକର ନାଏକଙ୍କ ରକ୍ତରେ ଇଂରେଜ ବିଦ୍ରୋହ ତଥା ଦମନର ଅଗ୍ନି ଜଳିଉଠେ। ଅସୁମାରି ସ୍ୱପ୍ନ ଦେଖନ୍ତି ସେ। ସ୍ୱପ୍ନକୁ ସାକାର କରିବାକୁ ଯାଇ ସେ ଅସହ୍ୟ କଷ୍ଠ ସ୍ୱିକାର କରନ୍ତି। ସଂସାଧର ନାଏକଙ୍କ ଦୁଇଗୋଟି ରାଣୀଙ୍କ ମଧ୍ୟରୁ ଦ୍ୱିତୀୟ ରାଣୀଙ୍କ ଜ୍ୟୋଷ୍ଠପୁତ୍ର ଭାବେ ଜନ୍ମ ନିଅନ୍ତି ଯୁଗଜନ୍ମା କରୁଣାକର ସିଂହ ନାଏକ। ଧୀରେ ଧୀରେସେ ବଡ ହୁଅନ୍ତି।ମୁଣ୍ଡରେ ବୁଦ୍ଧି ଓ ଦେହରେ ଶକ୍ତି ଫୁର୍ତି ଯେତେବେଳେ ଆସେ ସେତେବେଳେ ତାଙ୍କ ଦୃଷ୍ଟି ଗୋଚର ହୁଏ ଇଂରେଜଙ୍କ କୁଶସାନ। ଏତିକି ବେଳେ ସଂସାଧର ନାଏକ ତାଙ୍କ ପୁତ୍ର ମାନଙ୍କୁ ଜମିଦାରୀ ବଂଟି ଦିଅନ୍ତି। କରିଣାକର ସିଂହଙ୍କୁ ନିଜର ଉତରାଧିକାରୀ ଭାବେ ଘୋଷଣା କରାଯାଏ। ତୃତୀୟ ଜମିଦାର ଭାବରେ ଅଭିଷେକହୁଏ ମହାବୀର କରୁଣାକରଙ୍କର। ମନୋବଳ ବଢିଯାଏ। ଶତ ସିଂହର ବଳ ଆପଣା ଛାଏଁ ଚାଲିଆସେ। ତାଙ୍କ ଦ୍ୱାରା ସୁଶାନ ବି ହୁଏ। ଏମିତି ଗଡିଯାଏ କିଛିକାଳ। ହେଲେ ନିୟତି ବା ଛାଡୁଛି କେଉଁଠି? ସେ ସୁରେନ୍ଦ୍ର ସାଏଙ୍କ ସହ ମିଶି ଦ୍ୱିତୀୟ ପର୍ଯ୍ୟାୟ ସ୍ୱାଧିନତା ସଂଗ୍ରାମରେ ଯୋଗ ଦିଅନ୍ତରି। ଶୈାର୍ଯ୍ୟଶାଳୀ, ଶକ୍ତିଶାଳୀ ଓ ପରାକ୍ରମୀ ଭାବେ ଉଭା ହୁଅନ୍ତି ସେ। ସମ୍ବଲପୁର ରାଜା ଅଧୀନରେ ଥିବା ଅଠରଜଣ ଜମିଦାରଙ୍କ ମଧ୍ୟରୁ ସବୁଃଠୁ ଶକ୍ତିଶାଳୀ ପରାକ୍ରମୀ ଥିଲେ କରୁଣାକର।

ସେତେବେଳେ ପରାଧୀନତାର ଝଡ ପ୍ରବଳ ବେଗରେ ବହୁଥାଏ। କୋଲାବିରା ବୀର ମାଟିରେ ଇଂରେଜ ମାନେ ତାଣ୍ଡବଲୀଳା ଚଳାଇ ଥାଆନ୍ତି।୧୮୫୭ ମସିହାର କଥା, ମାଡ୍ରାସ ଆର୍ଟିଲେରୀର ସୈ÷ନ୍ୟ ମାନେ ଘୋର ଅନ୍ଧକାର ରାତିରେ ପ୍ରବେଶ କରନ୍ତି କୋଲାବିରା ଗଡରେ। ଖୋଜି ବୁଲନ୍ତି ସର୍ଦ୍ଦାର କରୁଣାକରଙ୍କୁ। ହେଲେ ସମସ୍ତ ଯୋଜନା ତାଙ୍କର ବିଫଳ ହୁଏ। ରାଗବି ବଢିଯାଏ। ରାଜପ୍ରାସାଦ(ଗଡ)କୁ ଧ୍ୱସଂ ବିଧ୍ୱସଂ କରି ଦିଅନ୍ତି ବର୍ବରମାନେ। ରାତିପାହି ସକାଳହୁଏ। ପ୍ରକୃତି ନୂତନ ସୁର୍ଯ୍ୟର ଆଲୋକରେ ଉଦଭାଷିତ ହେଉଥିବା ବେଳେ କୋଲାବିରା ଅଧିକାସୀଙ୍କ ଜୀବନ ଆଲୋକ କିନ୍ତୁ କ୍ରମଶଃ କ୍ଷୀଣ ହୋଇ ଆସେ। ଇଂରେଜ ସୈାନୟଙ୍କ ଆକ୍ରମଣ ତୀବ୍ରରୁ ତୀବ୍ରତର ହୁଏ। ନିରୀହ ଜନତାଙ୍କ ଉପରେ ଅଦିନିଆଁ ସୁନାମି ମାଡିଆସେ। ବନ୍ଧୁକ ମୁନରୁ ଗୁଳି ଛୁଟେ ଅବିଶ୍ରାନ୍ତ। ଅବେଳରେ ଟଳି ପଡନ୍ତି ବିଚରା ସାଧାରଣ ଜନତା। ହୁ ହୁ ହୋଇ ଜଳି ଉଠେ ପଲ୍ଲୀବାସୀଙ୍କ ଘରଦ୍ୱାର। ନି୍ର୍ୟ୍ୟାତନାକୁ ସହିନପାରି କିଛି ଲୋକ ଘରଦ୍ୱାର ମାୟା ମୋହ ତୁଟାଇଅନ୍ୟତ୍ର ପଳାୟନ କରନ୍ତି। ଏମିତି ଅମାନବୀୟ ଘଟନାର ଶେଷନଥାଏ। ଶେଷରେ ଇଂରେଜ ସରକାରଙ୍କ ଇମ୍ଫେ ସାହେବ ଘୋଷଣା କରନ୍ତି ଯେ, ବିଦ୍ରୋହୀମାନେ ଆତ୍ମ ସମର୍ପଣକରି ସେମାନଙ୍କ ଜମିଦାରୀ ଫେରି ପାଆନ୍ତୁ।ଅବିଶ୍ୱାସ କ୍ରୁର ଇମ୍ଫେଙ୍କ ଘୋଷଣା ନାମାକୁ ସରଳ ବିଶ୍ୱାସୀ, ନିଷ୍କପଟ କରୁଣାକର ସିଂହ ସହଜରେ ଗ୍ରହଣ କରିନିଅନ୍ତି।। ଭାଇ ଖଗ ନାଏକ ଓ ପୁତୁରା କହ୍ନେଇ ନାଏକଙ୍କ ସହ କରୁଣାକର ଇମ୍ଫେଙ୍କ ନିକଟରେ ଆତ୍ମସମର୍ପଣ କରନ୍ତି। ହେଲେ ତାଙ୍କର ଆଶା ଆକାଙ୍ଖ୍ୟା ଧୁଳିସାତ୍ ହୋଇଯାଏ। ତିନି ବୀର ଯୋଦ୍ଧାଙ୍କୁ ଅକସ୍ମାତ ଫାଶିଖୁଂଟରେ ଝୁଲେଇ ଦିଅନ୍ତି ନିର୍ଦ୍ଦୟ ଇମ୍ଫେ। ବୀର କରୁଣାକରଙ୍କ ଯୁଗର ଅବସାନ ଘଟେ। ସେଦିନ ଥାଏ ୧୮୬୧ ମସିହା ଡିସେମ୍ବର ମାସ ୨୨ ତାରିଖ। ଏ ପୂଣ୍ଣ୍ୟ ମାଟି ମାଆ କୋଳରେ ଚିର ନିଦ୍ରା ଆସେ ତିନି ଅମର ଆତ୍ମାଙ୍କର। ସେଇ ଲୋମହର୍ଷଣକାରୀ କାଳବେଳା ପୂର୍ବାହ୍ନ କାଳ ବକ୍ଷରେ ରଖିଯାଉଇଛି ସ୍ମୃତିର କେତେଗୋଟି ଅଲିଭା ପଦଚିହ୍ନ।

ଆମ ଅଂଚଳର ଲଢୁଆବୀର କରୁଣାକର ସିଂଜ ନାଏକ ସେତେବେଳେ ଧୁଦ୍ଧଂଦେହି ଡାକରା ଦିଅନ୍ତି। ସ୍ୱପ୍ନ ଦେଖନ୍ତି ଦେଶକୁ ସ୍ୱାଧିନତା ପ୍ରାପ୍ତି ପାଇଁ। ଇଂରେଜ ଦମନର ଅଶା ରଖନ୍ତି ମନ ପ୍ରାଣରେ। ଏଥିପାଇଁ ତାଙ୍କୁ ଅନେକ କଷ୍ଟ ସ୍ୱିକାର କରିବାକୁ ପଡିଥିଲା। ସ୍ୱାଧୀନଚେତା ମହାପୁରୁଷ ବୀର କରୁଣାକର ଇଂରେଜ ମାନଙ୍କ ସହ ଯୂଝୁଥରବା ବେଳେ ଅବିଶ୍ୱାସର ଶିକାର ହେଲେ। ଏହି ମାଟି ପାଇଁ ଆତ୍ମୋତ୍ସର୍ଗ କଲେ। ନିର୍ମମ ଭାବରେ ତାଙ୍କୁ ଫାଶୀ ଦିଆଗଲା। ଆମ ଅଂଚଳରୁ ଜଣେ ମହାନ ବୀର ଯୋଦ୍ଧାଙ୍କର ଅବସାନ ଘଟେ। ସାରା ଅଂଚଳ ଦୁଃଖରେ ମି୍ରୟମାଣ ହୋଇ ଉଠେ। ସ୍ୱାଧୀନତାର ସ୍ୱାଦ ଚାଖିବା ପୂର୍ବରୁ ସେ ଥିଲେ ଆରପାରିରେ।

ଦେଶ ଜାତି ପାଇଁ ଯେଉଁ କରୁଣାକର ସିଂହ ନାଏକ ଆତ୍ମୋତ୍ସର୍ଗ କରିଛନ୍ତି ସେପରି ଜଣେ ଲଢୁଆବୀରଙ୍କର ନାମ ଇତିହାସରେ ସ୍ଥାନ ନପାଇବା ଦୁଃଖ ଓ ପରିତାପର ବିଷୟ।ଏକାଠି ହୋଇ ସ୍ୱର ଉତୋଳନ କରିବାର ସମୟ ଆସିଛି। ତାଙ୍କ ଜୀବନୀକୁ ନେଇ ବିଦ୍ୟାଳୟ ଠାରୁ ବିଶ୍ୱ ବିଦ୍ୟାଳୟ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ସ୍ଥାନୀତକରି ତାଙ୍କ ତ୍ୟାଗ ଓ ଆଦର୍ଶକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲକରିବାକୁ ସରକାରଙ୍କ ଠାରେ ଦାବି ରଖିବା। ଏତିକି କରିପାରିଲେ ଆମର ପୂଜୟ ପୁଜାଙ୍କ ପାଇଁ ଶ୍ରେଷ୍ଠ ସମ୍ମାନ ହୋଇପାରିବ।

ଏମିତି କେତେ ଯେ ଲୋମହର୍ଷଣ କାହାଣୀ କୋଲାବିରା ସହ ଜଡିତ ତାହା ବଖାଣିବା କଷ୍ଟକର। ଏଠାକର ରକ୍ତ ରଂଜିତ ସଂଗ୍ରାମର ଗାଥା ଆମପାଇଁ କେବଳ ସ୍ମୃତି ସନ୍ତକ। ଏଇ ‘’ଅଗ୍ନିତୀର୍ଥ’’ମାଟିକୁ ଶତଶତ ପ୬ଣାମ। ତେଣୁ ଏଇ ପିଢିରେ ନୁହେଁ, ଆଗାମୀ ପିଢିର ଯୁବକ-ଯୁତୀମାନେ କୋଲାବିରାର ସାହସ ଓ ବୀରତ୍ୱର ‘’ସ୍ମୃତି ବିଜଡିତ କାହାଣୀ’’ସଂପର୍କରେ ଜାଣି ରଖିବା ଉଚିତ୍। ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ କୋଲାବିରା ଗଡର ଆଶୁ ସୁରକ୍ଷା କିିମ୍ବା ତତ୍କାଳୀନ ଜମିଦାରି ଓ ସହଯୋଗିମାନଙ୍କର ସ୍ମୃତି ରକ୍ଷା ନିମନ୍ତେ କୈାଣସି ପଦକ୍ଷେପ ନିଆଯାଇନାହିଁ।

ନେତା ଯାଇଛନ୍ତି ଚାଲି ଅଛି ତାଙ୍କ କଥା,
ମହୀତଳେ ରହିଥରବା ତାଙ୍କ ଗୁଣ ଗାଥା।।

ଯେ ପର୍ଯ୍ୟନ୍ତ ସୂର୍ଯ୍ୟଚନ୍ଦ୍ର ଥିବେ ଏ ସଂସାରେ
ସେ ଯାବତ ଏଇ ବୀର ମରିବି ଅମର।।

ଜୟ ସହିଦ ବୀର କରୁଣାକର ସିଂହ ନାଏକ ଜୟ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.