Home ଜିଲ୍ଲା ପରିକ୍ରମା କରଞ୍ଜମାଳ କ୍ଲଷ୍ଟରରେ ଶିକ୍ଷା ସଚେତନତା ରଥ

କରଞ୍ଜମାଳ କ୍ଲଷ୍ଟରରେ ଶିକ୍ଷା ସଚେତନତା ରଥ

30

ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ କଇଥଖୋଲା ପଂଚାୟତରେ ଥିବା ସୁକଚାନ୍ଦ ମାନ୍ନା ସରାକରୀ ଉପ୍ରା ବିଦ୍ୟାଳୟରେ ଶିକ୍ଷା ସଚେତନତା ରଥ ର ଉଦଘାଟନ କରାଯାଇଛି । ଗୋଷ୍ଠୀ ଶିକ୍ଷାଧିକାରୀ ଶୁଭେନ୍ଦୁ କୁମାର ମହାରାଜ ଓ ବିଆରସିସି ଅନିତା ମିଶ୍ର,ନିର୍ମଳା ସାହୁଙ୍କ ତତ୍ୱାବଧାନରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅନୁପ କୁମାର ଦାସ ଓ ସିଆରସିସି ତ୍ରିଲୋଚନ ଦାସ ପ୍ରଦ୍ୱୀପ ପ୍ରଜ୍ୱଳନ ସହିତ ସବୁଜ ପତାକା ଦେଖାଇ ଏହି ଶିକ୍ଷା ରଥର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ଼ରେ ବିଦ୍ୟାଳୟର ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ । ଏହି ଶିକ୍ଷା ସଚେତନତା ରଥ କରଞ୍ଜମାଳ ଓ କୁଆମରା କ୍ଲଷ୍ଟରରେ ଥିବା ୩୫ଟି ବିଦ୍ୟାଳୟ ପରିକ୍ରମା କରିବା ସହ ଗ୍ରାମାଚଂଳରେ ଶିକ୍ଷାର ବାର୍ତ୍ତା ପ୍ରେରଣ କରିବ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନୁପ କୁମାର ଦାସ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ମାନ୍ଖଳ ଲାଲ ଦାସ, ମାନଓ ପରିଡା, କାଳିପଦ ମଣ୍ଡଳ, ରାଜେନ୍ଦ୍ର ରାଉଳ, ଲକ୍ଷବଚ୍ଚ ଦାସ, ଅମୀୟ ଦୁଆରୀ, ବଳରାମ ଦାସ, ବନବିହାରୀ ସିଂ, ଶିବ ବେହେରା, ଅଶ୍ୱିନୀ ମହାନ୍ତି, ଶିତାଂଶୁ ପାତ୍ର, ବିଶ୍ୱମ୍ବର ସିଂ, ଶିକ୍ଷୟତ୍ରୀ କମଳିନୀ ଦାସ, ରଶ୍ମିତା ମଣ୍ଡଳ, ସସ୍ମିତା ଦୁଆରୀ, ସୁକାନ୍ତ ସେଠୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବ୍ରଜକିଶୋର ଗିରି ଓ ରୀନା ଦାସ ପ୍ରମୁଖ ଯୋଗଦାନ କରିଥିଲେ । ଏହି ଶିକ୍ଷା ସଚେତନତା ରଥପରିକ୍ରମା ଦ୍ୱାରାବିଭିନ୍ନ ଗ୍ରାମର ଅଭିଭାବକ ଓ ଗ୍ରାମବାସୀ ମଧ୍ୟରେ ଆଗ୍ରହ ଓ ଉତ୍ସାହ ପରିଲକ୍ଷିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.