Home ଜିଲ୍ଲା ପରିକ୍ରମା କରଞ୍ଜମାଳରେ ବନୀ ,ହେନ୍ତାଳ ଚାରା ଉପୁଡା ପଛରେ ବନ ବିଭାଗ ଏବଂ ତହସିଲ କର୍ମଚାରୀଙ୍କ ହାତ...

କରଞ୍ଜମାଳରେ ବନୀ ,ହେନ୍ତାଳ ଚାରା ଉପୁଡା ପଛରେ ବନ ବିଭାଗ ଏବଂ ତହସିଲ କର୍ମଚାରୀଙ୍କ ହାତ ନାହିଁତ!, ତ୍ୱରିତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ ଦାବୀ

37

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ପରିବେଶକୁ ସୁରକ୍ଷା ଦେବା ତଥା ଜୈବ ବିବିଧତା ପ୍ରତି ଗୁରୁତ୍ୱ ଦେବା ସହ ବନୀକରଣ କରିବାକୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରୁଥିବା ବେଳେ କେଉଁ ପରିସ୍ଥିତିରେ ପୁନଶ୍ଚ କରଞ୍ଜମାଳ ଅଂଚଳରେ ଏହି ବନୀ,ହେନ୍ତାଳ ଚାରା ଚିଙ୍ଗୁଡି ମାଫିଆଙ୍କ ଦ୍ୱାରା ନଷ୍ଟ କରାଯାଉଛି ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି । ଧାମରା ଅଂଚଳରେ ହେନ୍ତାଳ,ବନୀ ଜଙ୍ଗଲ ସୃଷ୍ଟିକରିବା ପାଇଁ ସରକାରଙ୍କ ଆଖିରୁ ନିଦ ହଜି ଯାଉଥିବା ବେଳେ ଅନ୍ୟ ପକ୍ଷରେ ଏହି ଅଂଚଳରେ ହେନ୍ତାଳ, ବନୀ ଜଙ୍ଗଲ ନଷ୍ଟ କରୁଥିବା ମାଫିଆ ଙ୍କୁ ବନ ବିଭାଗ ଏବଂ ତହସିଲ କର୍ମଚାରୀ ପ୍ରଛଦ ପଟରେ ନାୟକ ଥିବା ମଧ୍ୟ ଅଭିଯୋଗ ହୋଇଛି । ଚାନ୍ଦବାଲି ତହସିଲ ଅର୍ନ୍ତଗତ କରଞ୍ଜମାଳ ରାଜସ୍ୱ ନିରୀକ୍ଷକ ଏବଂ ବନପାଳଙ୍କ ଅଧିନରେ ଥିବା ଶହ ଶହ ଏକର ବନୀ,ହେନ୍ତାଳ ଜଙ୍ଗଲ ଧ୍ୱସଂ ପାଇବାରେ ଲାଗିଥିବା ବେଳେ ଏଥିପ୍ରତି କେହି ସଜାଗ ନରହିବା କଥା ଅଂଚଳବାସୀଙ୍କୁ ଆଶ୍ଚର୍ଯ୍ୟରେ ପକାଇଛି ।ଚଳିତ ମାସ ୧୧ ତାରିଖରେ ଏହି ଖବର ପ୍ରକାଶନ ପାଇବା ପରେ କୌଣସି ବିଭାଗ ଆଜି ପର୍ଯ୍ୟନ୍ତ ସଜାଗ ହୋଇ ନଥିବା ବେଳେ ଏହି ଚିଙ୍ଗୁଡି ମାଫିଆ ମାନେ ପୁନଶ୍ଚ ଚିଙ୍ଗୁଡି ଏବଂ ଅନ୍ୟ ସାଧାରଣ ମାଛ ଚାଷ କରିବା ଆଳରେ ଶହ ଶହ ଏକର ଜଙ୍ଗଲ ଜମିରୁ ଟ୍ରାକ୍ଟର ବ୍ଲେଡ ସାହାଯ୍ୟରେ ଜଙ୍ଗଲ ଜମିରେ ପ୍ରାକୃତିକ ଭାବେ ଉଠିଥିବା ବନୀ ଏବଂ ହେନ୍ତାଳ ଗଛକୁ ନଷ୍ଟ କରିବା ସହ ଏହି ଅଂଚଳକୁ ନିଜ ଦଖଲକୁ ନେବାକୁ ପ୍ରୟାଶ ମଧ୍ୟ ଜାରି ରଖିଛନ୍ତି ।

ଗୋଟିଏ ପକ୍ଷରେ ସଂପୃକ୍ତ ରାଜସ୍ୱ ନିରୀକ୍ଷକ ରାଜସ୍ୱ ଆଦାୟ ଆଳରେ ଏହି ଚିଙ୍ଗୁଡି ମା‘ିଆ ମାନଙ୍କୁ ସୁରକ୍ଷା ଦେଇ ଚାଲିଛନ୍ତି ବୋଲି ଚର୍ଚା ଚାଲିଥିବା ବେଳେ ଅନ୍ୟ ପକ୍ଷରେ ବନବିଭାଗର ନାକ ଅଗରେ ଥିବା ଏହ ବନୀ ଜଙ୍ଗଲକୁ ସୁରକ୍ଷା ଦେବା ଆଳରେ ନଷ୍ଟ କରୁଥିବା ମାଫିଆ ମାନଙ୍କ ନାମରେ କାହିଁକି କୌଣସି ଅଭିଯୋଗ ଆଣୁ ନାହାନ୍ତି ତାହା ମଧ୍ୟ ଚର୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହି ବିଷୟରେ ଚାନ୍ଦବାଲି ରେଞରଙ୍କ ପାଖରେ ଅଭିଯୋଗ ହୋଇଥିବା ବେଳେ ସେ କାହିଁକି ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ପଚାରିବାରୁ ବର୍ତମାନ କେନ୍ଦ୍ର ସରକାର ଡିଜିପିଏସ ମାଧ୍ୟମରେ ସମସ୍ତ ତଥ୍ୟ ଏକ ଆଉଟସୋର୍ସି ସାହାଯ୍ୟରେ ସଂଗ୍ରହ କରୁଛନ୍ତି ଆଗାମୀ ଦିନରେ ଭଦ୍ରକ ଜିଲ୍ଲାପାଳ ବନବିଭାଗକୁ ଏହି ଜମି ସବୁ ନିଜ ଅକ୍ତିଆରକୁ ଆଣିବା ପରେ ବନବିଭାଗକୁ ହସ୍ତାନ୍ତରିତ କରିବେ ବୋଲି ମତ ରଖିଥିଲେ । ଅନ୍ୟ ପକ୍ଷରେ ଭଦ୍ରକ ଡିଏଫଓ ଏହି ସମସ୍ତ ବିଷୟରେ ଅବଗତ ଅଛନ୍ତି ଏବଂ ଖୁବଶୀଘ୍ର ବନବିଭାଗର ଏକ ଟିମ କରଞମାଳରେ ରହିବା ସହ ଏହି ବିଷୟରେ ସଂପର୍ଣ ଅନୁଧ୍ୟାନ କରିବା ସହ ଦୈନିକ ଏ ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇବା ପରେ ଦୋଷ୍‌ୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ମତ ରଖିଥିଲେ । ୩ହଜାର ହେକ୍ଟରରୁ ଉର୍ଦ୍ଧ ଜମିରେ ବନୀ,ଗୁଆଁ ହେନ୍ତାଳ ପ୍ରଭୁୃତି ଗଛ ଗୁଡିକ ପ୍ରାକୃତିକ ଭାବେ ବଢି ଏହାର ରକ୍ଷଣାବେକ୍ଷଣ ପ୍ରାକୃତିକ ଭାବେ ହେଉଥିବା ବେଳେ ସେହି ଗଛ ଗୁଡିକୁ ଦୁବୁର୍ତ ମାନେ ଉପାଡି ଦେଲେ ତାହାକୁ ନେଇ ବହୁ କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।ଏଥିପ୍ରତି ପ୍ରଶାସନିକ ଅଧିକାରୀ ପଦକ୍ଷେପ ନେବାକୁ ସର୍ବସାଧାରଣରେ ଦାବୀ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.