Home ଜିଲ୍ଲା ପରିକ୍ରମା କରଞ୍ଜମାଳରେ ଚୋରା ମଦର ବନ୍ୟା, ଫାଣ୍ଡି ଠାରୁ ୧ଶହ ମିଟର ଦୂରରେ ଚାଲିଛି ବେଧଡକ ବେପାର

କରଞ୍ଜମାଳରେ ଚୋରା ମଦର ବନ୍ୟା, ଫାଣ୍ଡି ଠାରୁ ୧ଶହ ମିଟର ଦୂରରେ ଚାଲିଛି ବେଧଡକ ବେପାର

26

ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଂଶଡା ଥାନା ଅର୍ନ୍ତଗତ କରଞ୍ଜମାଳ ଠାରେ ଚୋରା ମଦର ବେପାର ଚାଲିଛି । ଫାଣ୍ଡି ଠାରୁ ମାତ୍ର ଶହେ ମିଟର ଦୂରରେ ଏହି ବେପାର ଚାଲିଥିବା ବେଳେ ଫାଣ୍ଡି ଅଧିକାରୀ ଏହା ଜାଣି ନୀରବ ରହୁଥିବା ଜଣାଯାଇଛି । ମୁନିପଦା ଠାରେ ପାନ ,ଷ୍ଟେଶନାରୀ, ଏବଂ ମାଛ ଅଡତ ମାନଙ୍କରେ ଚୋରା ମଦ ବେପାର ବଢି ବଢି ଚାଲିଛି । ଏହି ମଦ ୫୦କି.ମି ଦୂର ବାସୁଦେବପୁର ଏବଂବିଦେଇପୁର ଠାରୁ ଦୈନିକ ଆସୁଥିବା ଖବର ହସ୍ତଗତ ହୋଇଥିବା ବେଳେ ଗତକାଲି ସନ୍ଧ୍ୟା ସମୟରେ ଏକ ବାଇକ ଯୋଗେ ଏହି ମଦ ଆସୁଥିବା ଖବର ପାଇ ସ୍ଥାନୀୟ ଯୁବକ ମାନେ ଏହି ମଦ ବେପାରୀକୁ ଅଟକାଇ ଥିଲେ ଏବଂ ଏହି ମଦ କେଉଁ ଠାରୁ ଆଣି ବେପାର ଚଳାଉଛ ବୋଲି ପଚାରିବାରୁ ସେ କରଞ୍ଜମାଳ ଫାଣ୍ଡି ଞ୍ଜାତ ସାରରେ ଏହି ବେପାର କରୁଥିବା କଥା କହିଥିଲା ଏବଂ ବାସୁଦେବପୁର ଅଂଚଳରୁ ସବୁଦିନ ବାଇକ ଏବଂ ବଲେରୋ ଯୋଗେ ଏହି ଚୋରା ମଦ ଆସୁଥିବା କଥା କହିଥିଲା ଏବଂ ସହି ସମସ୍ତ ଚୋରା ମଦ ବେପାର ବିଷୟରେ ପୁଲିସ ଜାଣିଥିବା କଥା ମଧ୍ୟ ସ୍ୱୀକାର କରିଥିଲା । ପରେ ସ୍ଥାନୀୟ ଯୁବକ ମାନେ ସଂପୃକ୍ତ ଯୁବକକୁ ଛାଡି ଦେଇଥିଲେ ।ଏହି ଚୋରା ମଦ ବେପାର ବନ୍ଦ କରିବା ପାଇଁ ସ୍ଥାନୀୟ ଜନସାଧାରଣ ବହୁବାର କରଞ୍ଜମାଳ ଫାଣ୍ଡି ଅଧିକାରୀଙ୍କୁ ଅବଗତ କରିବା ପରେ ମଧ୍ୟ ଫାଣ୍ଡି ଅଧିକାରୀ ଏହି ବେପାର ବନ୍ଦ କରିବା ସପକ୍ଷରେ ନାହାନ୍ତି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ ଆଣିଛନ୍ତି । ଏହି ଚୋରା ମଦ ବେପାର ବିଷୟରେ ସେମାନେ ଅବକାରୀ ଏସପି, ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି ଏବଂ ପ୍ରଶାସନ ଯଦି ଚଳିତ ମାସ ଚୋରା ମଦ ବେପାରୀଙ୍କ ବିରୁଦ୍ଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ, ତାହାହେଲେ ସେମାନେ ଆଇନକୁ ହାତକୁ ନେବେ ବୋଲି ମଧ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.