ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ କୁସୁନନଗର ସ୍ଥିତ କେ.କେ.ଆର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡିଶା ସରକାରଙ୍କ ନୂଆ ଓଡିଶା ଯୋଜନାର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ଭଦ୍ରକ ଜିଲ୍ଲା ପରିଷଦ-୨୫ନଂ. ଜୋନର ସଦସ୍ୟା ପ୍ରତିମା ଯେନା ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଉଦ୍ଘାଟନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତା ଏବଂ ଅଧ୍ୟାପକ ଅଶ୍ୱିନୀ କୁମାର ପୁହାଣ ନୋଡାଲ ଅଧିକାରୀଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ସ୍ଥାନୀୟ ଦୈସିଂ ଗ୍ରାମପଂଚାୟତର ସରପଂଚ ସୂଚୀସ୍ମିତା ଯେନା, ଓଲଙ୍ଗ ଗ୍ରା:ପ:ର ସରପଂଚ ଅକ୍ଷୟ କୁମାର ମହାନ୍ତି, ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ଜୟୀରାମ ଜେନା, ଭୀମ ଚରଣ ସମାଲ, ପ୍ରାକ୍ତନ ସରପଂଚ ସୁଦାମ ଚରଣ ପ୍ରଧାନ, ସମାଜସେବୀ ନିତ୍ୟାନନ୍ଦ ଦାସ, ଯୁବନେତା ବାପୁ ସାହୁ ପ୍ରମୁଖ ଯୋଗଦେଇ ଛାତ୍ରୀମାନଙ୍କୁ ନୂତନ ଓଡିଶା ନିର୍ମାଜ୍ଝଣରେ ସେମାନଙ୍କ ଭୂମିକା ସମ୍ପର୍କରେ ପରାମର୍ଶ ଦେଇ କାର୍ଯ୍ୟକ୍ରମର ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମଟିକୁ ସଫଳ କରିବାପାଇଁ କହିଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ସଂଗୀତ, ନୃତ୍ୟୁ, ରଙ୍ଗୋଲୀ, ପାରମ୍ପରିକ ପୋଷାକ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ ସହଯୋଗ କରିଥିଲେ ବିଦ୍ୟାଳୟର ଅଧ୍ୟାପକ ଘନଶ୍ୟାମ ସାହୁ, ରମେଶ ଚନ୍ଦ୍ର ଖୁଂଟିଆ, ବଙ୍କିମ ଚନ୍ଦ୍ର ନାୟକ, କର୍ମଚାରୀ ସୁଦର୍ଶନ ପ୍ରଧାନ, ଭରତ ଚନ୍ଦ୍ର ଜେନା, ସବିତା ଘଡେଇ । ଶେଷରେ ଅଧ୍ୟାପିକା ପ୍ରତିଜ୍ଞା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
Home ଜିଲ୍ଲା ପରିକ୍ରମା କମଳା କିଶୋରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍ଘାଟିତ








