ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ କଲାମ ଦ୍ୱୀପରୁ ଅଗ୍ନିୁ -୪ କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ସଜବାଜ ହେଉଥିବା ବେଳେ ବୋଟ ମାଲିକ ମାନଙ୍କୁ ସମୁଦ୍ରକୁ ନଯିବା ପାଇଁ ଡାକବାଜି ଯନ୍ତ୍ର ଯୋଗେ ସତର୍କ କରାଯାଉଛି କିନ୍ତୁ ଅନ୍ୟ ପକ୍ଷରେ ବିଚ ବଜାରରେ ଅଗ୍ନି କ୍ଷେପଣାସ୍ତ୍ରର ଭଗ୍ନାବଶେଷ ଧାମରା କବାଡିଆଙ୍କ ଦ୍ୱାରା ବିକ୍ରି ହେଉଥିବା ନଜରକୁ ଆସିଛି ।ଆଜି ସବିଶେଷ ତଥ୍ୟାନୁଯାୟୀ ଧାମରା ଅଂଚଳର ଏକ ଟ୍ରଲର ର ଡ୍ରାଇଭର କଲାମ ଦ୍ୱୀପ ଠାରୁ ଅନତିଦୂରରେ ସମୁଦ୍ରରେ ମାଛ ମାରୁଥିବା ବେଳେ ଅଗ୍ନିକ୍ଷେପଣାସ୍ତ୍ରର ଭଗ୍ନାଂଶ ସେମାନଙ୍କ ଜାଲରେ ପଡିଥିଲା । ପରେ ସେମାନେ ଜାଲ ଟାଣି ଉଠାଇବା ସମୟରେ ଏକ ବଡ ଲୁହା ଖଣ୍ଡ ଜାଲରୁ ଉଦ୍ଧାର କରି ଟ୍ରଲର ମଧ୍ୟକୁ ଆଣିଥିଲେ । ଏହାର ଓଜନ ଆପାତତଃ ୨କୁଇଣାଂଲରୁ ଅଧିକ ହୋଇଥିବା ବେଳେ ସେମାନେ ଟ୍ରଲର ମଧ୍ୟରେ ଏହାକୁ କାଟି ୨ଭାଗ କରିଥିଲେ । ଗୋଟିଏ ଭାଗ ଡ୍ରାଇଭରଙ୍କ କହିବାନୁଯାୟୀ ସେମାନେ ସେଠାରେ ସମୁଦ୍ରକୁ ଫିଙ୍ଗି ଦେଇଥିବା ବେଳେ ଛୋଟ ଅଂଶଟିକୁ ଧାମରାକୁ ନେଇ ଆସିଥିଲେ । ଟ୍ରଲରର ଡ୍ରାଇଭର ଧାମରାରେ ପହଂଚି କବାଡିଆ ଲୁହା ବେପାରୀଙ୍କୁ ଡାକି ୮୦କେଜି ଓଜନର କ୍ଷେପଣାସ୍ତ୍ରର ଭଗ୍ନାବଶେଷ ବିକ୍ରି କରୁଥିବା ସମୟରେ ସ୍ଥାନୀୟ ଲୋକଙ୍କ ନଜରକୁ ଆସିଥିଲା । ଏହି ଭଗ୍ନାବଶେଷ ଅଂଶ ପିତଳ ଏବଂ ଲୁହା ମିଶ୍ରଣରେ ନିର୍ମାଣ ହୋଇଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଜନସାଧାରଣ ଏହା କ୍ଷେପଣାସ୍ତ୍ରର ଅଂଶ ବିଶେଷ ବୋଲି ଜାଣିବା ପରେ ସଂପୃକ୍ତ ଟ୍ରଲରର ଚାଳକକୁ ଏହା କେଉଁଠାରୁ ଆଣିଥିବା କଥା ପଚାରିବାରୁ ସେ କେତେବେଳେ ଏହାକୁ ଜଣେ ଦେଇଛି ବୋଲି କହୁଥିବା ସେ ଏହିପରି ବହୁବାର ବିକ୍ରି କରିଥିବା କଥା କହୁଥିବା ବେଳେ ପୁନଶ୍ଚ ଏହା ତାଙ୍କ ଜାଲରେ ପଡିଥିବା କଥା ମଧ୍ୟ କହୁଥିବା ନଜରକୁ ଆସିଥିଲା । ଏହି କଥାକୁ ସ୍ଥାନୀୟ ପୁଲିସ କୁ ଜଣାଇବାକୁ ଜନସାଧାରଣ ଦାବୀ କରିବାରୁ ସଂପୃକ୍ତ ଟ୍ରଲର ଚାଳକ ଏହାକୁ କବାଡିଆ ହାତକୁ ଦେଇ ଫେରାର ହୋଇଯାଇଥିଲା । ଖବର ଲେଖା ହେବା ପର୍ଯ୍ୟନ୍ତ ଅଗ୍ନିକ୍ଷେପଣାସ୍ତ୍ରର ଭଗ୍ନାବଶେଷ କବାଡିଆ ଙ୍କ ପାଖରେ ଥିବା ବେଳେ ସେମାନେ ଏହାକୁ ବିକ୍ରି କରିବାକୁ ମସୁଧା ଚଳାଉଥିବା କଥା ସ୍ଥାନୀୟ ଜନସାଧାରଣ ଅଭିଯୋଗ ଆଣିଛନ୍ତି । ତେବେ ସାରା ବିଶ୍ୱରେ ଶତ୍ରୁପକ୍ଷଙ୍କର ନି୍ଦ ହଜାଇ ଦେଇଥିବା ଅଗ୍ନି କ୍ଷେପଣାସ୍ତ୍ରର ଭଗ୍ନାବଶେଷ କବାଡିଆଙ୍କ ହାତରେ ନିଲାମ ହେଉଥିବା ବେଳେ ଏହାକୁ ରୋକିବା ପାଇଁ ଉଭୟ ପ୍ରଶାସନ ଓ ପ୍ରତିରକ୍ଷା ବିଭାଗ ତତ୍ପର ହେବା ନିହାତି ଜରୁରୀ ବୋଲି ଅଂଚଳବାସୀ ଦାବୀ ଜଣାଇଛନ୍ତି ।
Home ଜିଲ୍ଲା ପରିକ୍ରମା କବାଡିଆଙ୍କ ହାତରେ ଅଗ୍ନି କ୍ଷେପଣାସ୍ତ୍ରର ଭଗ୍ନାବଶେଷ , ବହୁବାର ବିକ୍ରି ହୋଇଥିିବା ଅଭିଯୋଗ ,ପ୍ରଶାସନ ନୀରବଦ୍ରଷ୍ଟା