ଭଦ୍ରକ, ୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)) – ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ କଟସାହି ପଂଚାୟତର ଶ୍ରୀଗଙ୍ଗା ନିକଟରେ ଧଲଉତ ସାହି ଗ୍ରାମକୁ ଯିବାପାଇଁ କପାଳି ନଦୀବନ୍ଧରେ ଯେଉଁ କାର୍ଯ୍ୟ ହେଉଛି ତାହାକୁ ନେଇ ବିବାଦୀୟ ପରିସ୍ଥିତି ଦେଖାଦେଇଥିବାବେଳେ ଏହି ରାସ୍ତା କାର୍ଯ୍ୟକୁ ନେଇ ମାମଲା ଥାନାରେ ପହଂଚିଛି । ଘଟଣାରୁ ପ୍ରକାଶଯେ ଧଲଉତିସାହିକୁ ଯିବାପାିଁ ସବୁଦିନିଆ ରାସ୍ତା ନଥିବାରୁ ବର୍ଷା ଦିନରେ ଗ୍ରାମବାସୀମାନେ ଜିବା ଆସିବାରେ ନାହିଁ ନଥିବା ଅସୁବିଧାରେ ସମ୍ମୁଖିନ ହୁଅନ୍ତି । ଏନେଇ ଦୁଇମାସ ତଳେ ବ୍ଲକ କଂଗ୍ରେସ ସଭାପତି ଅଭିଷେକ ରାଉତ ଉକ୍ତ ଗ୍ରାମକୁ ସବୁଦିନିଆ ରାସ୍ତାନଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ । କଟସାହି ପଂଚାୟତ ପକ୍ଷରୁ ଧଉଲତ ସାହି ଗ୍ରାମରେ ଏନ୍ଆରଜିଏସ୍ ମାଧ୍ୟମରେ ନାଲିମାଟି ପକାଇ ଦେଇଥିଲେ ଏବଂ କପାଳୀ ନଦୀବନ୍ଧର ଗ୍ରାମ୍ୟରାସ୍ତା ଖବର ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଳାପାଳ ନଜରକୁ ଆସିଥିଲା । ଏଦୀଗରେ ଘଟଣାର ସ୍ଥାୟୀ ସମାଧାନ ପାଇଁ ସାଧାରଣ ଲୋକଙ୍କ ଯାତାୟତ ସୁବିଧା ନିମନ୍ତେ ଜରୁରୀ କାଳୀନ ପରିସ୍ଥିତିରେ ନଦୀବନ୍ଧରେ ନାଲିମାଟି ଓ ମହରମ ପକାଇବା ପାଇଁ ଆଖୁଆପଦା ଜଳେସେଚନ ବିଭାଗକୁ ନିର୍ଦ୍ଦେଷ ଦେଇଥିଲେ ଏବଂ ଉକ୍ତ ରାସ୍ତା ମଧ୍ୟ ନିକଟରେ କାର୍ଯ୍ୟ ଆରମ୍ଭ ହୋଇଛି । ସୂଚନା ଅନୁଯାୟୀ ଉକ୍ତ ନଦୀବନ୍ଧର ପ୍ରାୟ ୫୨୦ ମିଟର ଲମ୍ବ ରାସ୍ତା ଏବଂ ୧୦ଫୁଟ ଚଉଡ଼ାରେ ମେଟାଲ ମହରମପଡ଼ିବା ପାଇଁ ନିର୍ଦ୍ଦେଷ ଥିଲେ ମଧ୍ୟ ଆଖୁଆପଦା ଅଧିନସ୍ଥ ବାରିକପୁର ଜଳସେଚନ ବିଭାଗର କନିଷ୍ଠଯନ୍ତ୍ରୀ ନରସିଂହ ସୁରେନ ମନମୁଖି ଭାବରେ କାର୍ଯ୍ୟ କରିବା ସହିତ ମାତ୍ର ୨ଶହ ମିଟର ଭଳି ଲମ୍ବର ଏବଂ ୫ରୁ ୬ଫୁଟ ଚଉଡ଼ାରେ ଇଞ୍ଚେରୁ ଦୁଇ ଇଞ୍ଚ ମଧ୍ୟରେ ନାଲିମାଟି ପକାଇଥିଲେ ।
ଏ ସମ୍ପର୍କରେ ସ୍ଥାନୀୟ ଗ୍ରାମବାସୀମାନେ ଉକ୍ତ କାର୍ଯ୍ୟକୁ ବିରୋଦ୍ଧ କରିବା ସହିତ ଏସ୍ଡ଼ିଓଙ୍କୁ ଅବଗତ କରାଇଥିଲେ । ବିଭାଗୀୟ ଏସ୍ଡ଼ିଓ ଯଦି ଉକ୍ତ କାର୍ଯ୍ୟ ନିମ୍ନମାନର ହେଉଛି ତାକୁ ବନ୍ଦ କରିବାପାଇଁ ଅଭିଯୋଗ କାରିମାନଙ୍କୁ ପରାମର୍ଶ ଦେଇଥିଲେ । ଏ ସମ୍ପର୍କରେ ଅଭିଯୋଗ କାରିମାନେ ଘଟଣା ସ୍ଥଳରେ ପହଂଚି କାମକୁ ବନ୍ଦକରୁଥିବାବେଳେ କନିଷ୍ଠଯନ୍ତ୍ରୀଙ୍କ ନିର୍ଦ୍ଦେଷକ୍ରମେ ସେଠାରେ କାମକୁ ଯଗୁଥିବା ସୁପରଭାଇଜର ଅଭିଯୋଗ କାରୀମାନଙ୍କୁ ଗାଳିଗୁଲଜ କରି ଓଲଟିମାଡ଼ ମାରି ଥାନାରେ ତାଙ୍କ ନାମରେ ଅଭିଯୋଗ ମଧ୍ୟ କରିଥିଲେ । ଧୂଷୁରୀ ପୋଲିସ ଘଟଣା ସ୍ଥଳରେ ପହଂଚି ଅନୁଧ୍ୟାନ ମଧ୍ୟ କରିଛି । ପ୍ରକାଶ ଥାଉକି ବିନା ସୂଚନା ଫଳକରେ କୌଣସି ଏଷ୍ଟିମେଣ୍ଟ ନଥାଇ ଉକ୍ତ କାର୍ଯ୍ୟକୁ ତରବରିଆ ଭାବରେ କନିଷ୍ଠଯନ୍ତ୍ରୀ କରି ପଳାଇଯାଇଥିବାବେଳେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏ ସମ୍ପର୍କରେ କନିଷ୍ଠଯନ୍ତ୍ରୀଙ୍କୁ ପଚାରିବାରୁ ସେ କୁହନ୍ତି ଜରୁରୀ କାଳୀନ ଭିତିରେ କାର୍ଯ୍ୟ କରାଯାଇଥିବାବେଳେ ୯୦ହଜାର ଟଙ୍କା ମଧ୍ୟରେ ଏହି କାର୍ଯ୍ୟ କରାଯାଇଛି ବୋଲି କହୁଥିବାବେଳେ ବିଭାଗୀୟ ଏସ୍ଡ଼ିଓ ଆଖୁଆପଦା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଜରୁରୀ କାଳୀନ ପରିସ୍ଥିତିରେ ମାତ୍ର ୩୦ରୁ ୪୦ହଜାର ଟଙ୍କା ମଧ୍ୟରେ ନାଲି ମାଟି ପକାଯାଇ ଲୋକଙ୍କ ଜାତାୟତ ପାଇଁ ସୁବିଧା କରାଯାଇଛି । ଏଠାରୁ ଯାହା ଅନୁମାନ କରାଯାଏ ଜେଇ ଓ ଏସ୍ଡ଼ିଓଙ୍କର କଥାରେ ତାଳମେଳ ଠିକ୍ ଭାବେ ରହୁନଥିବାରୁ ପ୍ରକୃତ ପକ୍ଷେ ମେଟାଲ ଓ ନାଲିମାଟି ବିଛା କାର୍ଯ୍ୟରେ କେତେଟଙ୍କା ବ୍ୟୟ ଅଟକଳ ହୋଇଛି ତାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରିଛି । ଏଦୀଗରେ ବିଭାଗୀୟ ଉଚ୍ଚ ଅଧିକାରୀ ସ୍ୱତନ୍ତ୍ର ଦୃଷ୍ଟିଦେବା ସହିତ ଉକ୍ତ ରାସ୍ତାରେ ମେଟାଲ ମହରମ ପକାଇ ରୋଲିଂ କରି ସାଧାରଣ ଲୋକମାନଙ୍କ ଯାତାୟତ କରିବାପାଇଁ ସୁବିଧା କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।