Home ଓଡ଼ିଶା କନ୍ଧମାଳ : ପୁଣି ମାଓବାଦୀଙ୍କ ପୋଷ୍ଟର

କନ୍ଧମାଳ : ପୁଣି ମାଓବାଦୀଙ୍କ ପୋଷ୍ଟର

69

କନ୍ଧମାଳ, ୨୦/୮- (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):ପୁଣି ମାଓବାଦୀ ନିଜର ଉପସ୍ଥିତି ଜାହିର କରିଛନ୍ତି। ଫିରିଙ୍ଗିଆ ଥାନା ଅନ୍ତର୍ଗତ ପୋକାରୀ ଘାଟିରେ ଗଛକାଟି ରାସ୍ତା ଅବରୋଧ କରିବା ସହ ପୋଷ୍ଟର ମାରିଛନ୍ତି। ଏହାସହ ୧୮ତାରିଖ ଠାରୁ ମାଓ ସଂଗଠନର ବନ୍ଦ ଡାକରାକୁ ସଫଳ କରିବାକୁ ଆହ୍ବାନ କରି ପୋଷ୍ଟରରେ ଉଲ୍ଲେଖ କରିଛନ୍ତି। ଏଥିସହ ସୁମେରୁବନ୍ଧ ପଂଚାୟତର ଜଣେ ଗ୍ରାମସାଥିଙ୍କୁ ମାଓବାଦୀମାନେ ସୋମବାର ଦିନ ଅପହରଣ କରି ନେଇ ରାତିରେ ଛାଡି ଦେଇଥିବା ସୂଚନା ମିଳିଛି। ଏନେଇ ଫିରିଙ୍ଗିଆ ଥାନା ଅଧିକାରୀଙ୍କୁ ପଚାରିବାରୁ ସେ ଏହି ଘଟଣାକୁ ସ୍ୱୀକାର କରିଛନ୍ତି ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.