Home କନ୍ଧମାଳ କନ୍ଧମାଳରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ: ୫୧ୟୁନିଟ ରକ୍ତ ସଂଗୃହିତ

କନ୍ଧମାଳରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ: ୫୧ୟୁନିଟ ରକ୍ତ ସଂଗୃହିତ

118

କନ୍ଧମାଳ, ୧୦/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁର ମିଳିତ ସହଯୋଗରେ ରକ୍ତଦାନ କାର୍ଯ୍ୟକ୍ରମ ଫୁଲବାଣୀ ରକ୍ତଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଶିବିରରେ ମୋଟ ୫୧ୟୂନିଟ୍ ରକ୍ତ ସଂଗ୍ରୁହ ହୋଇଥିଲା। ରକ୍ତ ଭଣ୍ଡାର କର୍ମଚାରୀ ଡାକ୍ତର ଜୟଦେବ ଘୋଷଙ୍କ ନେତୃତ୍ବରେ ସୁଜିତ କୁମାର ସାହୁ, ଭଟ ବାବୁ, ତୁଷାର କାନ୍ତ ପ୍ରଧାନ, ସଞୁକ୍ତା ଦଲଛତ୍ର, ବରୁଣ ବେହେରା ପ୍ରମୁଖ ରକ୍ତ ଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ।ବିଜେଡି ନଗର ସଭାପତି ସୁଧିର କହଁର, ବରିଷ୍ଠ ନେତା ପଞ୍ଚାନନ କହଁର, ପଙ୍କଜ ଦିଗାଲ, କମଳ ବେହେରା, ଦାରୁଣ ବେହେରା, ରାଜୁଭାଇ, ବିନୋଦ ବିଶୋଇ, ପ୍ରଶ୍ନ କୁମାର ବେହେରା, ବିରୁପାକ୍ଷ ପଣ୍ଡା, ପ୍ରଶାନ୍ତ କୁମାର ବେହେରା, ଉପସ୍ଥିତ ରହି ଶିବିରକୁ ପରିଚାଳନା କରିଥିଲେ। ମୋଟିଭେଟର୍ ସୁକାନ୍ତ କୁମାର ବେହେରା ରକ୍ତଦାନର ବର୍ତ୍ତମାନ ପରିସ୍ଥିତିରେ ଜରୁରୀ ଆବଶ୍ୟକତା ଓ ମହାନୀୟତା ବିଷୟରେ ରକ୍ତଦାତାଙ୍କୁ ବୁଝାଇବା ସହିତ ଉତ୍ସାହିତ କରିଥିଲେ। ଶେଷରେ ନଗର ସଭାପତି ବିଧାୟକଙ୍କ ସହିତ ସମସ୍ତଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ।ଖଜୁରୀପଡ଼ା ବ୍ଲକ ଅଧ୍ୟକ୍ଷ ବିରେନ୍ଦ୍ର କହଁର ମଧ୍ୟ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.