ବାଲିଗୁଡା ୫-୬ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସ୍ଥିତ କନ୍ଧ ଗଉଡ଼ ସମାଜ ପକ୍ଷରୁ କନ୍ଧମାଳ ଜିଲ୍ଲା ସଭାପତି ପ୍ରେମାନନ୍ଦ ମାଝୀ ଙ୍କ ନେତୃତ୍ୱରେ କୋଭିଡ -୧୯ ନିମନ୍ତେ ମୁଖ୍ୟମନ୍ତ୍ରୀ ଓଡ଼ିଶା ରିଲିଫ ଫଣ୍ଡ କୁ କନ୍ଧମାଳ ଜିଲ୍ଲାପାଳ ଡ଼ ବୃନ୍ଦା ଡ଼ିଙ୍କ ଜରିଆରେ ୫୫୫୫ ଟଙ୍କା ଦାନ କରିଥିଲେ। ଏହି ସମାଜ କୋଭିଡ-୧୯ ର ମୁକାବିଲା ପାଇଁ ବିଭିନ୍ନ ସମୟରେ ଜିଲ୍ଲାର ସାରଙ୍ଗଡ, ମଣି ପଦର, ବନ୍ଧଗଡ଼ ଭଳି ବିଭିନ୍ନ ଗ୍ରାମ ରେ ମାସ୍କ, ସାବୁନ ବାଣ୍ଟି ସଚେତନତା କାର୍ଯ୍ୟକ୍ରମ କରିଥିଲେ। ଏଥିରେ କାର୍ଯ୍ୟକାରୀ ସଭାପତି ଦେବେଶ୍ୱର ମାଝୀ, ଉପସଭାପତି ପ୍ରଦୀପ ନାୟକ, ସାଧାରଣ ସମ୍ପାଦକ ବିଭୀଷଣ ମାଝୀ, ସମ୍ପାଦିକା କୁମୁଦିନୀ ବେହେରା, ଉର୍ମିଳା ମାଝୀ ଏବଂ ଉପଦେଷ୍ଟା ବରିଷ୍ଠ ଆଇନଜୀବୀ ସତ୍ୟନାରାୟଣ ବେହେରାଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ସହଯୋଗ କରିଥିଲେ।