କେନ୍ଦ୍ରାପଡା, ୨୪/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜିଲ୍ଲା ପୋଲିସ କନେଷ୍ଟବଳ ହାବିଲଦାର ସଙ୍ଘର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଗତ ନଭେମ୍ବରମାସରୁ ଶେଷ ହୋଇଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ସଙ୍ଘର କର୍ମକର୍ତ୍ତାଙ୍କ ନିର୍ବାଚନ ଅଦ୍ୟାବଧି ହୋଇନଥିବା ଅଭିଯୋଗ ହୋଇଛି। ନିୟମ ଅନୁଯାଇ ଅବଧି ସରିବାର ୧୫ଦିନ ପୂର୍ବରୁ ନିର୍ବାଚନ ପ୍ରକ୍ରୀୟା ଆରମ୍ଭ ହେବା କଥା। ସଙ୍ଘର ପ୍ରାକ୍ତନ ତଥା କାମଚଳା ସଭାପତି ଏକ ପ୍ରଶିକ୍ଷଣରେ ଯୋଗଦେବାକୁ ଜିଲ୍ଲା ବାହାରକୁ ଯାଇଥିବା ବେଳେ ସଙ୍ଘର ନିର୍ବାଚନ ନହେବାକୁ ନେଇ ସଭ୍ୟମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବା ସୂଚନା ମିଳିଛି।






