କଟକ : ୧୩/୩ (ଓଡ଼ିଆ ପୁଅ/ ଅଭୟ ଜେନା) କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ଦ୍ବନ୍ଦ୍ଵ ରେ ନର୍ବାଚିତ ହୋଇଛନ୍ତି। ନରସିଂହପୁର ବ୍ଲକ ୧୯ନମ୍ବର ଜୋନ ର ସଦସ୍ୟ କିଶୋର ଚନ୍ଦ୍ର ମିଶ୍ର ବିନା ପ୍ରତିଦ୍ବନ୍ଦିତାରେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏହି ପଦବୀ ପାଇଁ ଅନ୍ୟ କେହି ନାମାଙ୍କନ ଦାଖଲ କରିନଥିଲେ। ଶ୍ରୀ ମିଶ୍ର ନିର୍ବାଚିତ ହେବାପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଉଲ୍ଲେଖନୀୟଯେ, ଶ୍ରୀ ମିଶ୍ର ପୂର୍ବରୁ ମଧ୍ୟ ଉପାଧ୍ୟକ୍ଷ ରହିଥିଲେ।