Home ଓଡ଼ିଶା କଟକ ଏସସିବି ମେଡିକାଲରୁ ମହିଳା ପୋଷାକ ପିନ୍ଧି ଚମ୍ପଟ ମାରିଲା ଚିକିତ୍ସାଧୀନ କଏଦୀ 

କଟକ ଏସସିବି ମେଡିକାଲରୁ ମହିଳା ପୋଷାକ ପିନ୍ଧି ଚମ୍ପଟ ମାରିଲା ଚିକିତ୍ସାଧୀନ କଏଦୀ 

107

କଟକ, ୨/୬ (ଓଡ଼ିଆ ପୁଅ/ ଅଭୟ ଜେନା) ଏସ ସି ବି ବଡ ମେଡିକାଲରୁ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣେ କଏଦୀ ଚମ୍ପଟ ମାରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସମ୍ପୃକ୍ତ କଏଦୀ ଅସୁସ୍ଥ ହୋଇପଡିବାରୁ ଗତ ୨୯ ତାରିଖରେ ଚିକିତ୍ସା ପାଇଁ ଚୌଦ୍ୱାର ଜେଲରୁ ଡାକ୍ତରଖାନା ଆସିଥିଲେ। ମାତ୍ର ମେଡିକାଲ ଶୌଚାଳୟକୁ ଶୌଚ ହେବାକୁ ଆସି ଚମ୍ପଟ ମାରିଥିବା ଜଣାଯାଇଛି। ତେବେ ସମ୍ପୃକ୍ତ କଏଦୀ ପାଇଁ ଜଗୁଆଳି ଦିଆଯାଇଥିବା ସତ୍ୱେ ମେଡିକାଲରୁ ମହିଳା ପୋଷାକ ପିନ୍ଧି ଖସି ପଳାଇବାରେ ସକ୍ଷମ ହୋଇଛି। ଏ ନେଇ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ ହୋଇଛି। କଏଦୀ ଜଣକ ନିଆଳି ଥାନା ଅଞ୍ଚଳରେ ଚୋରି ଅଭିଯୋଗରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇ ଚୌଦ୍ୱାର ସର୍କଲ ଜେଲରେ ଥିଲା। ପୋଲିସ ଘଟଣାର ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.