Home କେନ୍ଦ୍ରାପଡ଼ା କଂସାର ପଞ୍ଚାୟତରେ କୋଭିଡ ଟୀକାକରଣ

କଂସାର ପଞ୍ଚାୟତରେ କୋଭିଡ ଟୀକାକରଣ

17

କେନ୍ଦ୍ରାପଡ଼ା ୨୦ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଞ୍ଚାୟତରେ ସୋମବାର ପ୍ରଥମଥର ପାଇଁ କୋଭିଡ ଟୀକାକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଉପଲକ୍ଷେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ଜେନାଙ୍କ ସହଯୋଗରେ ଆରମ୍ଭ ହୋଇଥିବା ଏହି ଟୀକାକରଣ କାର୍ଯ୍ୟକ୍ରମରେ ୧୫୦ଜଣ ଲୋକଙ୍କୁ କୋଭିଡ ଟୀକା ଦିଆଯାଇଥିବା ସରପଞ୍ଚ ଶ୍ରୀ ଜେନାଙ୍କ ଠାରୁ ଜଣାପଡିଛି। ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ରବିବାର ବ୍ୟତିତ ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ଟୀକା ଲୋକମାନଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.