କୋରାପୁଟ ୨୦-୧୦(ଓଡିଆ ପୁଅ /ରଂଜନ ଦାସ) ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଲାସ କୁଲେସିକା ଓ ତାଙ୍କର ୧୦୩ ସମର୍ଥକ ଭୁବନେଶ୍ୱରଠାରେ ଆଜି ବିଜେଡିରେ ସାମିଲ ହେବା ପରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ସଭାନେତ୍ରୀ ମିନାକ୍ଷୀ ବାହିନିପତି ଓ ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁରର ବିଧାୟକ ତାରା ପ୍ରସାଦ ବାହିନିପତି ପ୍ରତିକ୍ରୀୟା ରଖିଛନ୍ତି ।କୈଳାସ କୁଲେସିକାଙ୍କ ସହ ରାୟଗଡା ,ଗୁଣପୁର ଓ ନବରଙ୍ଗପୁରର ଅନେକ ନେତା ବିଜେଡି ସହ ଯୋଗାଯୋଗରେ ରହିଥିବା ରାଜ୍ୟ କଂଗ୍ରେସ ସଭାପତିଙ୍କୁ ସୂଚନା ଦେଇଥିବା ଶ୍ରୀ ବାହିନିପତି ପ୍ରକାଶ କରିବା ସହ କୈଳାସ କୁଲେସିକା କଣ କଂଗ୍ରେସର ନେତାକି ବୋଲି ସେ ପ୍ରଶ୍ନ କରିବା ସହ ପୂର୍ବରୁ ଜନତା ଦଳର ସେ ସରପଂଚ ଥିଲେ ବୋଲି ଶ୍ରୀ ବାହିନିପତି ସୂଚନା ଦେଇଛନ୍ତି ।ଏମାନେ ସମସ୍ତେ ଭବିଷ୍ୟତରେ ବିଜେଡିରେ ମିଶିବେ ବୋଲି ସେ ପ୍ରକାଶ କରିଛନ୍ତି ।ଯେଉଁମାନେ ବିଜେଡିରେ ମିଶିଛନ୍ତି ସେମାନେ କଂଗ୍ରେସର ଶୃଖଂଳିତ କର୍ମି ନ ଥିଲେ ବୋଲି ସେ ପ୍ରକାଶ କରିଛନ୍ତି ।କଂଗ୍ରେସର ସ୍ଥିତି ପୂର୍ବ ଅପେକ୍ଷା ବହୁତ ଭଲ ହେବ ଓ ନୂଆ ଚେହେରା ଆସିବେ ବୋଲି ସେ ସୂଚନା ଦେଇଛନ୍ତି ।ଶନି ଓ ରାହୁ ପଳେଇଥିଲେ ଏବେ କେତୁ ପଳେଇଲେ ଭଲ ହେଲା ବୋଲି ଶ୍ରୀ ବାହିନିପତି ପ୍ରକାଶ କରିଛନ୍ତି ।କୈଳାସ ଯିବା ଦ୍ୱାରା କୈାଣସି ଫରକ ପଡିବନି ବୋଲି ସେ ଦୃଢତାର ସହ ପ୍ରକାଶ କରିଛନ୍ତି ।କୈଳାସ କୁଲେସିକା ପୂର୍ବରୁ ବିଜେଡିଦଳ ସହ ରହି କଂଗ୍ରେସକୁ ବଦନାମ କରିଥଲେ ବୋଲି ଶ୍ରୀମତୀ ବାହିନିପତି ଅଭିଯୋଗ ଆଣିଛନ୍ତି ।ତାଙ୍କୁ କଂଗ୍ରେସ ଅନେକ କିଛି ଦେଇଛି କିନ୍ତୁ ସେ କଂଗ୍ରେସକୁ କିଛି ଦେଇ ନାହାନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।କୈଳାସ କୁଲେସିକାଙ୍କ କଂଗ୍ରେସରୁ ବିଜେଡିରେ ମିଶିବା ପରେ କର୍ମିମାନଙ୍କ ମଧ୍ୟରେ ଖୁସି ରହିଥିବା ଶ୍ରୀମତୀ ବାହିନିପତି ପ୍ରକାଶ କରିବା ସହ ଆଗାମୀ ନିର୍ବାଚନରେ କଂଗ୍ରେସ ବହୁତ ଭୋଟରେ ବିଜୟ ଲାଭ କରିବ ବୋଲି ସେ ସୂଚନା ଦେଇଛନ୍ତି ।ପୂର୍ବରୁ କୋଟପାଡର ପୂର୍ବତନ କଂଗ୍ରେସ ବିଧାୟକ ଚନ୍ଦ୍ରଶେଖର ମାଝି ବିଜେଡିରେ ସାମିଲ ହୋଇଥିଲେ ।