Home ଜିଲ୍ଲା ପରିକ୍ରମା ଓଡ଼ିଶା ରାଜ୍ୟ ସମବାୟ ସଂଘର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଓଡ଼ିଶା ରାଜ୍ୟ ସମବାୟ ସଂଘର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ

25

ଭଦ୍ରକ, ୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶା ରାଜ୍ୟ ସମବାୟ ସଂଘ ଦ୍ୱାରା ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭଦ୍ରକରେ ଥିବା ମଣି ତାରିଣୀ ହୋଟେଲରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମକୁ ଓଡିଶା ରାଜ୍ୟ ସମବାୟ ସଂଘର ନିର୍ଦ୍ଦେଶକ ଅଶ୍ୱିନୀ ନାୟକ ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଭଦ୍ରକ ସର୍କଲରେ ଥିବା ସହକାରୀ ସମବାୟ ନିବନ୍ଧକ ପ୍ରାଚୀତା ଜେନା,ସମବାୟ ସଂଘର ନିର୍ଦ୍ଦେଶକ ଅଶ୍ୱିନୀ ନାୟକ ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ଯୋଗେନ୍ଦ୍ର ଘଡେଇ ତଥା ବସନ୍ତିଆ ସେବା ସମବାୟ ସମିତିର ସଭାପତି ବସନ୍ତ ବେହେରା ଓ କୃଷକ ବହୁମୁଖୀ ସମିତିର ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୬ଗୋଟି ସେବା ସମବାୟ ସମିତିର ସଭାପତି, ଉପସଭାପତି ଓ ନିର୍ଦ୍ଦେଶକ ମିଶି ୬୦ଜଣ ଉପସ୍ଥିତ ଥିଲେ । ସମବାୟ ସମିତିର ସମସ୍ତ ନିର୍ଦ୍ଦେଶକମାନଙ୍କୁ ଓଡିଶା ରାଜ୍ୟ ସମବାୟ ସଂଘର ପ୍ରଶିକ୍ଷକ ଚିନ୍ମୟୀ ଚାରୁଦର୍ଶନୀ, ସହ ପ୍ରଶିକ୍ଷକ ବିପିନ ଚନ୍ଦ୍ର ଦାସ, ଅଧ୍ୟାପକ (ଏମ.ଆଇ.ସି.ଏମ. ଭୁବନେଶ୍ୱର) ଓ ଅର୍ବାନ ବ୍ୟାଙ୍କ ଫେଡରେସନ ପରିଚାଳକ ପ୍ରଫୁଲ୍ଲ କୁମାର ସ୍ୱାଇଁ ଯୋଗଦେଇ ପ୍ରଶିକ୍ଷଣ ଦେଇଥିଲେ । ନୂତନ କରି ନିର୍ବାଚିତ ହୋଇଥିବା ନିର୍ଦ୍ଦେଶକମାନଙ୍କୁ ସମିତିର ଅଡିଟ ଓ ଇନିସ୍‌ପେକ୍ସନ ବିଷୟରେ ଅବଗତ କରାଇଥିଲେ । ସମିତିଗୁଡିକ ମାଲିମକଦ୍ଦମାରେ ଜଡିତ ହୋଇ ବହୁତ କ୍ଷତି କରୁଛି ବୋଲି ବ୍ୟାଙ୍କର ନିର୍ଦ୍ଦେଶକ ଯୋଗେନ୍ଦ୍ର ଘଡେଇ ମତବ୍ୟକ୍ତ କରିଥିଲେ । ଭଦ୍ରକ ସର୍କଲରେ ଥିବା ସହକାରୀ ସମବାୟ ନିବନ୍ଧକ ପ୍ରାଚୀତା ଜେନା ସମବାୟ ସମିତିର ନିର୍ଦ୍ଦେଶକମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ଓ ସମିତିଗୁଡିକ ଆଗକୁ କିପରି ବଢିଚାଲିବ ସେପ୍ରତି ସେ ଗୁରୁତ୍ୱ ଦେଇଥିଲେ । ଓଡ଼ିଶା ରାଜ୍ୟ ସମବାୟ ସଂଘର ନିର୍ଦ୍ଦେଶକ ଅଶ୍ୱିନୀ ନାୟକ ସମିତିଗୁଡିକ ଠିକ ସମୟରେ ଅଡିଟ ହୋଇପାରୁନାହିଁ ଓ ଅଭିଜ୍ଞ ସୁପରଭାଇଜର ନ ଥିବାରୁ ଇନିସ୍‌ପେକ୍ସନ ମଧ୍ୟ ହୋଇପାରୁନାହିଁ । ସର୍ବଶେଷରେ ଓଡିଶା ରାଜ୍ୟ ସମବାୟ ସଂଘର ନିର୍ଦ୍ଦେଶକ ଅଶ୍ୱିନୀ ନାୟକ ଧନ୍ୟବାଦ ଦେଇ ନୂତନ କରି ଆସିଥିବା ସମସ୍ତ ନିର୍ଦ୍ଦେଶକମାନଙ୍କୁ କିପରି ଆଗାମୀ ଦିନରେ ତାଲିମ ଦିଆଯିବ ସେ ବିଷୟରେ ଆଲୋକପାତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.