ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ଡ୍ରାଇଭର ମହାସଂଘ ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଆଜି ଦିବା ୧୧ ଘଟିକା ସମୟରେ ଭଦ୍ରକ ସହରର ବାଲଗୋପାଲ ମନ୍ଦିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲା ସଭାପତି ଦିଲ୍ଲୀପ ସାହୁ ଅଧ୍ୟକ୍ଷତା କରି କୌଣସି ଡ୍ରାଇଭର ସଂଘ ବିରୋଧୀ ବ୍ୟକ୍ତିଙ୍କ ପକ୍ଷରୁ ଆସନ୍ତା ୧୫ ଧର୍ମଘଟ ଗୁଜବକୁ ସେମାନଙ୍କ ସଂଘ ଘୋର ନିନ୍ଦା କରିବା ସହ ସେମାନେ ଏହାକୁ ସମର୍ଥନ କରୁନଥିବା ବିଷୟ ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ଜିଲା ସଭାପତି ରାମକୃଷ୍ଣ ଦାସ, ଭଦ୍ରକ ଜିଲା ସଂପାଦକ ପ୍ରଭାସ କୁମାର ଦାସ, ସଦର ସଭାପତି ଧରମ ପ୍ରତାପ ବୀର, ପ୍ରଭାତ ଦେ, ଜଗନ୍ନାଥ ବାରିକ, ଶମ୍ଭୁନାଥ ବାରିକ ପ୍ରମୁଖ ରାଜ୍ୟ ସରକାର ସେମାନଙ୍କ ୧୦ ଦଫା ଦାବି ମଧ୍ୟରୁ ୫ ଦଫା ଦାବିକୁ ଆସନ୍ତା ୧୬ ତାରିଖରେ ଗ୍ରହଣ କରିଥିବା ନେଇ ଘୋଷଣା କରିବା ସ୍ଥିର ହୋଇଥିବାବେଳେ ଏହି ଧର୍ମଘଟ ଗୁଜବ ଡ୍ରାଇଭର ସମାଜର ମଙ୍ଗଳ ଓ ଉନ୍ନତି ଦିଗରେ କୁପ୍ରଭାବ ପକାଇବ ବୋଲି ସେମାନେ କହିଥିଲେ । ଏବଂ ଏଭଳି ହୀନ ରାଜନୈତିକ କାର୍ଯ୍ୟକୁ ସେମାନଙ୍କ ସଂଘ ତୀବ୍ର ନିନ୍ଦା କରୁଥିବା ବିଷୟ କହିଥିଲେ । ଏଠାରେ ସୂଚନାଯୋଗ୍ୟ ରାଜ୍ୟବ୍ୟାପୀ ଗତ ଅକ୍ଟୋବର ୨୧ ତାରିଖରୁ ପଦଯାତ୍ରାରେ ବାହାରି ଅକ୍ଟୋବର ୨୯ ତାରିଖରେ ନବୀନ ନିବାସରେ ବିକ୍ଷୋଭ ପ୍ରଦର୍ଶନ ସହ ସରକାରଙ୍କୁ ୧୦ ଦଫା ଦାବି ପ୍ରଦାନ କରାଯାଇଥିଲା । ଏବଂ ସରକାର ସେଥିମଧ୍ୟରୁ ୫ ଦଫା ଦାବି ମାନିନେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀକୁ ସୁଶାନ୍ତ ଜେନା, ସୁନନ୍ଦ ପେରେଇ, କାଳନ୍ଦୀ ସେଠୀ, ରାଜୁ ଦାସଙ୍କ ସମେତ ବହୁ ଡ୍ରାଇଭର ପରିଚାଳନାରେ ସହଯୋଗ କରିଥିଲେ ।
Home ଜିଲ୍ଲା ପରିକ୍ରମା ଓଡ଼ିଶା ଡ୍ରାଇଭର ମହାସଂଘ ଭଦ୍ରକ ଜିଲ୍ଲା ଶାଖାର ସାମ୍ବାଦିକ ସମ୍ମିଳନୀ, ଆସନ୍ତା ୧୫ ଧର୍ମଘଟ ଗୁଜବକୁ...