Home ଜିଲ୍ଲା ପରିକ୍ରମା ଓଡ଼ିଶା ଖାଦ୍ୟ ଆୟୋଗ ସଦସ୍ୟଙ୍କ ଚାନ୍ଦବାଲି ବ୍ଲକ୍ ଗସ୍ତ

ଓଡ଼ିଶା ଖାଦ୍ୟ ଆୟୋଗ ସଦସ୍ୟଙ୍କ ଚାନ୍ଦବାଲି ବ୍ଲକ୍ ଗସ୍ତ

41

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ଖାଦ୍ୟ ଆୟୋଗର ସଦସ୍ୟ ଦୟାନିଧି ଦାଶ ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଆଜି ଶ୍ରୀ ଦାସ ଚାନ୍ଦବାଲି ବ୍ଲକ୍‌ର ଯଶିପୁର ପଞ୍ଚାୟତ ୱାର୍ଡ଼ ନମ୍ବର-୧୩, ୱାର୍ଡ଼-୧୫ ବାଁଶଡ଼ା ପଞ୍ଚାୟତ ୱାର୍ଡ଼-୧, ଛେପକ, ତେନ୍ତୁଲିଆଡ଼ିଆ ଧାମରା ପଞ୍ଚାୟତ ଗୁଆଁଳ ୱାର୍ଡ଼-୧୩, ଶଙ୍ଖଜୋଡ଼ି, ନରସିଂହପୁର, ସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର ବୁଲି ଦେଖିଥିଲେ । କିଛି ଅଙ୍ଗନବାଡ଼ି କେନ୍ଦ୍ରରେ ଅଙ୍ଗନବାଡ଼ି ଦିଦି ଅନୁପସ୍ଥିତ ଥିବା ବେଳେ କେତେକ ସ୍ଥାନରେ ବିଳମ୍ବରେ ଆସିବା ନେଇ ମାନ୍ୟବର ସଦସ୍ୟ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ । ଗସ୍ତ ସମୟରେ ଶ୍ରୀ ଦାଶ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ବ୍ୟବସ୍ଥା, ପୋଷଣ ଆପ୍‌ରେ ଶିଶୁମାନଙ୍କ ଓଜନ ଓ ଉଚ୍ଚତା ଅପଡ଼େଟ୍ ହୋଇଛି କି ନାହିଁ ତନଖି କରିଥିଲେ । ସେହିପରି ମାନ୍ୟବର ସଦସ୍ୟ ତେଣ୍ଡୁଳିଆଡ଼ିଆ ୟୁପି ସ୍କୁଲ, ଶଙ୍ଖଜୋଡ଼ି ସରକାରୀ ପ୍ରାଥମିକ ବିଦ୍ୟାଳୟ ପଞ୍ଚମୁକ୍ତା ସରକାରୀ ହାଇସ୍କୁଲ, ଜଳେଶ୍ୱରପୁର, ପରମାନନ୍ଦପୁର, ସରକାରୀ ୟୁପି ସ୍କୁଲ, ମତୋ ଫିଡ଼ର ସରକାରୀ ପ୍ରାଥମିକ ବିଦ୍ୟାଳୟ, ମତୋ ନୋଡ଼ାଲ ହାଇସ୍କୁଲ ପରିଦର୍ଶନ କରି ମଧ୍ୟାହ୍ନ ଭୋଜନର ମାନ ତନଖି କରିବା ସହ ପାନୀୟ ଜଳ ବ୍ୟବସ୍ଥା ଶୈଚାଳୟ ବିଦ୍ୟାଳୟ ପରିସରର ପରିବେଶ ଉପରେ ଗୁରୁତ୍ୱ ଦେବାକୁ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.