Home ଜିଲ୍ଲା ପରିକ୍ରମା ଓଡ଼ିଶା ଖାଦ୍ୟ ଆୟୋଗ ସଦସ୍ୟଙ୍କ ଅଚାନକ ବନ୍ତ ବ୍ଲକ ଗସ୍ତ

ଓଡ଼ିଶା ଖାଦ୍ୟ ଆୟୋଗ ସଦସ୍ୟଙ୍କ ଅଚାନକ ବନ୍ତ ବ୍ଲକ ଗସ୍ତ

43

ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ଖାଦ୍ୟ ଆୟୋଗର ସଦସ୍ୟ ଦୟାନିଧି ଦାଶ ଆଜି ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକକୁ ଅଚାନକ ଗସ୍ତ କରିଥିଲେ । ଏହି ଗସ୍ତ ସମୟରେ ମାନ୍ୟବର ସଦସ୍ୟ ବନ୍ତ ବ୍ଲକ୍‌ର ପ୍ରାୟେ ୨୦ଟି ସ୍ଥାନ ପରିଦର୍ଶନ କରି ବ୍ୟବସ୍ଥା ଯାଞ୍ଚ କରିଥିଲେ । ବ୍ଲକ୍‌ର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରରେ ଅଙ୍ଗନବାଡ଼ି କର୍ମୀ ବିଳମ୍ବରେ ଆସୁଥିବା, କେତେକ କେନ୍ଦ୍ରରେ ଡିଜିଟାଲ ଓଜନ ଯନ୍ତ୍ର ଖରାପ ହୋଇଥିବା ଏବଂ ଗୋଟିଏ କେନ୍ଦ୍ରରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଦିଆଯାଇନଥିବା ସଦସ୍ୟଙ୍କ ଦୃଷ୍ଟିରୁ ଆସିଥିଲା । ଏଥିପାଇଁ ଶ୍ରୀ ଦାଶ ସଂପୃକ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ସତର୍କ କରାଇବା ସହ ଅସନ୍ତୋଷ ପ୍ରକଟ କରିଥିଲେ । ସଦସ୍ୟ ଆଜି ଗଣିଜାଙ୍ଗ, ହାସିନାପୁର-୨, କଣ୍ଟିଆ-୧, ବେଲଦା, ତୁଣ୍ଡା, ଅଣ୍ଡିଆ, ଷେଣ୍ଢତୀରା ପୂର୍ବ, ସିଆଳିଆ, ନିଳକ, ଅଙ୍ଗନବାଡ଼ି କେନ୍ଦ୍ର ବୁଲି ଦେଖିବା ସହ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟ ଓ ଅନ୍ୟାନ୍ୟ ବ୍ୟବସ୍ଥା ନେଇ ତଦାରଖ କରିଥିଲେ । ଅଙ୍ଗନବାଡ଼ି ପରିଦର୍ଶନ ବେଳେ ଶିଶୁଙ୍କ ଓଜନ ଓ ଉଚ୍ଚତା ମାପ ଦିନ ହିଁ ପୋଷଣ ଆପ୍‌ରେ ଅପଡ଼େଟ୍ କରିବାକୁ ପରାମର୍ଶ ଦେଇଥିଲେ । ଅଙ୍ଗନବାଡ଼ି କେନ୍ଦ୍ର ବ୍ୟତୀତ ମାନ୍ୟବର ସଦସ୍ୟ କଣ୍ଟିଆ ୟୁପି ସ୍କୁଲ, ବେଲଦା ମୁଣ୍ଡାସାହି ପ୍ରାଥମିକ ବିଦ୍ୟାଳୟ, ତୁଣ୍ଡା ସରକାରୀ ୟୁପି ସ୍କୁଲ ଅଣ୍ଢିଆ ସରକାରୀ ନୋଡ଼ାଲ ୟୁପି ସ୍କୁଲ, ଷେଣ୍ଢତୀରା ନୋଡ଼ାଲ ୟୁପି ସ୍କୁଲ, ଜନାର୍ଦ୍ଦନ ସରକାରୀ ଉଚ୍ଚ ବିଦ୍ୟାଳୟ, ସିଆଳିଆ ନୋଡ଼ାଲ ହାଇସ୍କୁଲ, ହରିହର ସରକାରୀ ନୋଡ଼ାଲ ସ୍କୁଲ, ପଧାନପଡ଼ା ପଞ୍ଚାୟତ ହାଇସ୍କୁଲ ବନ୍ତ ମହତାବ ସରକାରୀ ୟୁପି ସ୍କୁଲ ପରିଦର୍ଶନ କରି ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ତଦାରଖ କରିବା ସହ ଖାଦ୍ୟର ମାନ ତନଖି ଥିଲେ । ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ପାନୀୟ ଜଳ ବ୍ୟବସ୍ଥା ଓ ବିଦ୍ୟାଳୟ ପରିସରରେ ପରିବେଶ ଉପରେ ଧ୍ୟାନ ଦେବାକୁ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.