Home ଜିଲ୍ଲା ପରିକ୍ରମା ଓଡ଼ିଶା କ୍ଷତ୍ରୀୟ ଖଣ୍ଡାୟତ ମହାସଂଘର ଭଦ୍ରକ ଜିଲ୍ଲା ସମ୍ମିଳନୀ

ଓଡ଼ିଶା କ୍ଷତ୍ରୀୟ ଖଣ୍ଡାୟତ ମହାସଂଘର ଭଦ୍ରକ ଜିଲ୍ଲା ସମ୍ମିଳନୀ

42

ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପରାଧୀନତାର ଭାରତ ବର୍ଷକୁ ସ୍ୱାଧୀନତାର ସ୍ୱାଦ ଚଖାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଥିବା କ୍ଷେତ୍ରୀୟ ଓ ଖଣ୍ଡାୟତମାନେ ଆଜି ପୃଥିବୀର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତବର୍ଷରେ ଏକତା ରଜ୍ଜୁରେ ବାନ୍ଧିବା ଲକ୍ଷ୍ୟ ନେଇ ଆଜି ଭଦ୍ରକର ସହୀଦ ସ୍ମୃତି ଭବନରେ ଅନୁଷ୍ଠିତ ଜିଲାସ୍ତରୀୟ ସମ୍ମିଳନୀରେ ବହୁ ବିଶିଷ୍ଟ ବକ୍ତା ନିଜ ନିଜର ବକ୍ତବ୍ୟ ରଖିଛନ୍ତି । ବିଶେଷକରି ଏଭଳି ଏକ ମହାନ୍ ଯୋଦ୍ଧା ଜାତିର ପୂର୍ବସୁରୀମାନଙ୍କ ତ୍ୟାଗ ଓ ବଳିଦାନ ଆଜି ମଧ୍ୟ ହିମାଳୟ ଠାରୁ କନ୍ୟାକୁମାରୀ ଯାଏ ନିନାଦିତ ହୋଇଆସୁଥିବାବେଳେ ସେମାନଙ୍କ ବର୍ତ୍ତମାନର ବଂଶଧରମାନଙ୍କ ସଂପର୍କର ସେତୁ ସୁଦୃଢ ହୋଇପାରିନାହିଁ । ଏଣୁ ସମସ୍ତ କ୍ଷତ୍ରୀୟ ଓ ଖଣ୍ଡାୟତ ନିଜ ନିଜ ମଧ୍ୟରେ ଥିବା ଭେଦଭାବ ଭୁଲି ଏବେବି ଦରିଦ୍ରୀ ସୀମାରେଖା ତଳେ ଥାଇ ଗରିବୀ ଜୀବନ ବିତାଉଥିବା ଭାଇଭଉଣୀଙ୍କ ନିକଟରେ ପହଞ୍ôଚପାରିଲେ ତାହା ହିଁ ରାଷ୍ଟ୍ରର ପ୍ରଗତିରେ ସହାୟକ ହେବ ବୋଲି ମତପ୍ରକାଶ ପାଇଛି । ଏହି ସମ୍ମିଳନୀ ପ୍ରାରମ୍ଭରେ ଜିଲା ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, କୋଷାଧ୍ୟକ୍ଷ ବାବୁଲା ରାଉତ, ଆବାହକ ଶଶଧର ସାମଲ, ମୁକୁନ୍ଦଦେବ ସାମଲ, ବିକାଶ ସାମଲ, ପ୍ରଫୁଲ୍ଲ ନାୟକ, ପ୍ରସନ୍ନ ପ୍ରଧାନ ପ୍ରମୁଖଙ୍କ ନେତୃତ୍ୱରେ ଏକ ଖଣ୍ଡା ଶୋଭାଯାତ୍ରା ବାଦ୍ୟ ରୋଷଣି ମଧ୍ୟରେ ସହୀଦ ସ୍ମୃତି ଭବନ ନିକଟରୁ ବାହାରି ସହର ପରିକ୍ରମା କରିବା ପରେ ଓଡ଼ିଶା କ୍ଷତ୍ରୀୟ ଖଣ୍ଡାୟତ ମହାସଂଘର ପୂର୍ବତନ ସଭାପତି ତଥା ବର୍ଷିୟାନ ସାହିତ୍ୟିକ ସଦାଶିବ ନାୟକ ସଂଘୀୟ ପତାକା ଉତ୍ତୋଳନ କରିଥିଲେ ।

ଏହାପରେ ଶ୍ରୀ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀକୁ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ରାଜ୍ୟ ସଭାପତି ସଦାଶିବ ନାୟକ, ରାଜ୍ୟ ସଭାପତି ଅଶୋକ ଚନ୍ଦ୍ର ଲେଙ୍କା, ସାଧାରଣ ସଂପାଦକ ଦେବଦର୍ଶୀ ସାହୁ, ଭଦ୍ରକ ପଞ୍ଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକ, ଡାକ୍ତର ପ୍ରଦୀପ ନାୟକ, ଜଗନ୍ନାଥ ସ୍ୱାଇଁ ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ ସହ ନିଜ ନିଜର ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ ସହ କ୍ଷତ୍ରୀୟ ଓ ପାଇକ୍‌ମାନଙ୍କ ସଂପର୍କିତ ନୃତ୍ୟ ନାଟିକା କାହ୍ନୁଚରଣ ବେହେରାଙ୍କ ଟିମ୍‌ଙ୍କ ଦ୍ୱାରା ପରିବେଷଣ ହୋଇଥିଲା । ଏହାପରେ ଜିଲା ସଂଘର କୋଷାଧ୍ୟକ୍ଷ ବାବୁଲା ରାଉତଙ୍କ ମଂଚ ଆମନ୍ତ୍ରଣ ପରେ ନାଟ୍ୟଶ୍ରୀ ନିର୍ମଳ ରାଉତ ସ୍ୱାଗତ ଭାଷଣ, ପ୍ରଭାତ ଜେନା ଗୀତାପାଠ କରିବା ପରେ ଭଦ୍ରକ ଜିଲା ସଂଘର ବର୍ଷିୟାନ ମୁଖ୍ୟ ଉପଦେଷ୍ଟା ବସନ୍ତ କୁମାର ନାୟକ ଅସୁସ୍ଥ ଥିବାରୁ ତାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା । ଏହି ଅବସରରେ ବିଧାୟକ ଶ୍ରୀ ମଲ୍ଲିକଙ୍କ ସମେତ ସମସ୍ତ ଅତିଥି ସଂଘର ବର୍ଷିୟାନ ପୂର୍ବତନ ଜିଲା ସଭାପତି ସଦାଶିବ ନାୟକ, ରାଜ୍ୟରୁ ଆସିଥିବା ସଭାପତି ଅଶୋକ ଚନ୍ଦ୍ର ଲେଙ୍କା, କାର୍ଯ୍ୟକାରୀ ସଭାପତି ଶିବାଶିଷ ରାଉତ, ପ୍ରତିଷ୍ଠାତା ନିରଂଜନ ରଣସିଂହ, ସଂଗଠକ ଗଣେଶ କୁମାର ନାୟକ, ଉପଦେଷ୍ଟା ରବିନ୍ଦ୍ରନାଥ ପରିଡା, ଜିମୁତ ବାହନସିଂହ, ସଂଯୋଜକ ରତ୍ନାକର ସାମଲ, ଯୁଗ୍ମ ସଂପାଦକ ଦିଲ୍ଲୀପ ପତିଆର, ସାଧାରଣ ସଭ୍ୟ ତପନ ବେହୁରା ଏବଂ କେନ୍ଦ୍ରାପଡା ସଭାପତି ଶରତ କୁମାର ବେହୁରା ପ୍ରମୁଖଙ୍କୁ ଜିଲା ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଜିର ଏହି ସମ୍ମିଳନୀକୁ ଭାସ୍କର ନାୟକ, ବଟକୃଷ୍ଣ ଜେନା, ସମୀର ଜେନା, ମୃତ୍ୟୁଞ୍ଜୟ ସାମଲ, ଗଣେଶ ନାୟକ, ହରେକୃଷ୍ଣ ଜେନା, ଚିନ୍ତାମଣି ଦାସ, ସଂଜୟ ମହାପାତ୍ର, ସୁଧାକର ଜେନା, ବିନୋଦ ନାୟକ, ହିମାଂଶୁ ନାୟକ, ଆଦିତ୍ୟ ପ୍ରସାଦ ଜେନା, ଚିତ୍ତରଂଜନ ରାଉତ, ଧର୍ନୁଜୟ ଜେନା, ପ୍ରଦୀପ ମହାପାତ୍ର, ମନୋରଂଜନ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.