Home ଜିଲ୍ଲା ପରିକ୍ରମା ଓଡ଼ିଶା ଋାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ସୁଜାତା ଜେନାଙ୍କ ଗାନ୍ଧୀ ବାଳାଶ୍ରମ ପରିଦର୍ଶନ, ଶିଶୁ...

ଓଡ଼ିଶା ଋାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ସୁଜାତା ଜେନାଙ୍କ ଗାନ୍ଧୀ ବାଳାଶ୍ରମ ପରିଦର୍ଶନ, ଶିଶୁ ମନୋଭାବନା କାର୍ଯ୍ୟକ୍ରମ ଅନୁଷ୍ଠିତ

37

ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ଶ୍ରୀମତୀ ସୁଜାତା ଜେନା ଦୁଇ ଦିନିଆ ଗସ୍ତରେ ଆସି ବିଭିନ୍ନ ଶିଶୁ ଅନୁଷ୍ଠାନ, ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରଛନ୍ତି । ଏହି ମର୍ମରେ ଭଦ୍ରକ ଗରଦପୁରସ୍ଥିତ ଐତିହାସିକ ଗାନ୍ଧୀ ଓଡ଼ିଶାବାଳାଶ୍ରମରେ ପହଂଚି ଶିଶୁ ମନୋଭାବନା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଗାନ୍ଧୀ ବାଳାଶ୍ରମ ସଭାଗୃହରେ ଆୟୋଜିତ ସଭାରେ ଅନୁଷ୍ଠାନର ସମ୍ପାଦକ ଅଶୋକ କୁମାର ଦାସଙ୍କ ସଭାପତିତ୍ୱରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଡ଼ା. ଦେବରାଜ ପାଣିଗ୍ରାହୀ, ସଦସ୍ୟ ଅମର କୁମାର ବାରିକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, କିଶୋର ନ୍ୟାୟ ପରିଷଦର ବନମାଳୀ ଜେନା, ଶିଶୁ ସୁରକ୍ଷା ବିଭାଗର ଆଇନ ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ ପ୍ରମୂଖ ଯୋଗଦାନ କରି ଶିଶୁ ମାନଙ୍କ ମନ ଭିତରେ ଥିବା ଇଚ୍ଛା, ଭାବନାକୁ ପ୍ରକାଶ କରିବା ସହ ଶିଶୁ ମାନେ ଆଗକୁ ବଢ଼ିବା ପାଇଁ ପ୍ରମୁଖ ବ୍ୟକ୍ତି ମାନେ ମତପୋଷଣ କରିଛନ୍ତି । ମୁଖ୍ୟ ଅତିଥି ତଥା ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ଶ୍ରୀମତୀ ଜେନା ଶିଶୁ ମାନଙ୍କ ପାଇଁ ଜୀବନର ଶେଷ ବିନ୍ଦୁ ଯାଏ ସଂଗ୍ରାମ ଜାରି ରହିବ ବୋଲି ମତବ୍ୟକ୍ତ କରିଛନ୍ତି । ଏତ୍‌ଦ ବ୍ୟତୀତ ଶିଶୁ ମାନଙ୍କ ପାଇଁ କାର୍ଯ୍ୟରତ ଥିବା ଶିଶୁ ସୁରକ୍ଷା ବିଭାଗର ଆଇନ ଅଧିକାରୀ ସୁବ୍ରତ ଦାସଙ୍କୁ ଶିଶୁ ହିତ ଓ ଶିଶୁ ମୈତ୍ରିକ ଉତ୍ସର୍ଗ ପାଇଁ “ଶିଶୁ ସାଥୀ ସମ୍ମାନ”- ୨୦୨୩ ମାନପତ୍ର ପ୍ରଦାନ କରିଛନ୍ତି । ଗାନ୍ଧୀ ଓଡ଼ିଶା ବାଳାଶ୍ରମର ଅନ୍ତେବାସୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ସଭା ପ୍ରାରମ୍ଭରେ ଗାନ୍ଧୀ ବାଳାଶ୍ରମ ପକ୍ଷରୁ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମ ତିଥିରେ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରଯାଇଥିଲା । ଆଶ୍ରମର ପରାମର୍ଶ ଦାତ୍ରୀ ସସ୍ମିତା ନାୟକ, ନିରଞ୍ଜନ ନାୟକ, ତଥାଗତ ଜେନା, ଅରବିନ୍ଦ ସେଠୀ, ଚନ୍ଦନ ସାହୁ, ରାଜେଶ ମୋହିନୀ, ଝରଣା ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରିଶେଷରେ ଆଶ୍ରମର ସମ୍ପାଦକ ଶ୍ରୀ ଦାସଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.