Home ଜିଲ୍ଲା ପରିକ୍ରମା ଓଡ଼ିଶାର ପରମ୍ପରା, ସଂସ୍କୃତି ଓ ଭାଷା ସାହିତ୍ୟକୁ ଭଦ୍ରକର ଅବଦାନ କାଳଜୟୀ, ଭଦ୍ରକ ମହୋତ୍ସବ ଓ...

ଓଡ଼ିଶାର ପରମ୍ପରା, ସଂସ୍କୃତି ଓ ଭାଷା ସାହିତ୍ୟକୁ ଭଦ୍ରକର ଅବଦାନ କାଳଜୟୀ, ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟା

62

ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାର ପରମ୍ପରା, ସଂସ୍କୃତି ଓ ଭାଷା ସାହିତ୍ୟକୁ ଭଦ୍ରକ ଜିଲ୍ଲାର ଅବଦାନ ଇତିହାସ ଓ ସାଂସ୍କୃତିକ ପୃଷ୍ଠାରେ କାଳଜୟୀ ହୋଇ ରହିଛି ଓ ରହିଥିବ। ଏହି ମାଟିର ସାରସ୍ୱତ ପ୍ରତିଭା ବଂଶୀ ବଲ୍ଲଭ ଗୋସ୍ୱାମୀ, ଜଗନ୍ନାଥ ପାଣି, କବିଶେଖର ଚିନ୍ତାମଣି ମହାନ୍ତି, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଜାତୀୟ କବି ବାଞ୍ଛାନିଧି ମହାନ୍ତି, ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା, କେଶବ କବି କୁଞ୍ଜ ପ୍ରସାଦ ବେହେରା, ନାଟ୍ୟ ସମ୍ରାଟ ଶ୍ୟାମସୁନ୍ଦର ମହାପାତ୍ର, ସଂଗୀତଜ୍ଞ ମନମୋହନ ସାବତ ଆଦି ବହୁ ସାରସ୍ୱତ ସାଧକ ମାନଙ୍କ ଅବଦାନ ଭଦ୍ରକକୁ ଅନନ୍ୟ ପରିଚୟ ଦେଇଛି ବୋଲି ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ବିଶିଷ୍ଟ ଜନନାୟକ ହୃଦାନନ୍ଦ ମଲ୍ଲିକ ସ୍ମୃତିରେ ଆୟୋଜିତ ମଞ୍ଚରେ ପୌରୋହିତ୍ୟ କରିଥିଲେ ବିଶିଷ୍ଟ ଶିକ୍ଷାବିତ୍ ଗଗନ ବିହାରୀ ରାଉତ। ଉକ୍ତ ସନ୍ଧ୍ୟାରେ ଦୟାନିଧି ବେହୁରା ମୁଖ୍ୟ ଅତିଥି, ଗୀତିକବି ପୀତାମ୍ବର ବେହୁରା ମୁଖ୍ୟବକ୍ତା, ଡାକ୍ତରର ହରେକୃଷ୍ଣ ନାୟକ, ଶିକ୍ଷାବିତ୍ ପ୍ରଭାତ କୁମାର ଜେନା, ଅଧିବକ୍ତା ଅତିସ୍ କୁମାର ବେହେରା, ଡାକ୍ତର ଅନିଲ କୁମାର ଦାଶ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅଧ୍ୟାପକ ନୀହାର ରଞ୍ଜନ କର ସ୍ୱାଗତ ଭାଷଣ, ପ୍ରଧାନ ଶିକ୍ଷକ ବୈକୁଣ୍ଠ ବିଶ୍ୱାଳ ଅତିଥି ପରିଚୟ, କବୟତ୍ରୀ ଚୈତାଳୀ ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ।

ସଭାପତି ଇଂ ଅଭୟ ସୂତାର, ସମ୍ପାଦକ ରବିନାରାୟଣ ଖିଲାର, କୋଷାଧ୍ୟକ୍ଷ ଆଶିଷ ଅଭିତାଭ ମହାପାତ୍ର ସଭା ପରିଚାଳନା କରିଥିଲେ। ଉକ୍ତ ଉତ୍ସବ ପୂର୍ବରୁ ଆମ ମାତୃଭାଷା ପରିଷଦ ଆନୁକୂଲ୍ୟରେ ଗୀତିକବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଆକାଶବାଣୀ ଗୀତିକାର ପୀତାମ୍ବର ମିଶ୍ର ମୁଖ୍ୟ ଅତିଥି, ଗୀତିକାର ରମାକାନ୍ତ ଦାସ, ପ୍ରଧାନ ଶିକ୍ଷୟତ୍ରୀ ଜାନକୀ ପାଢ, କବି ବାବୁଲାଲ ଦାସ, ମମତା ରାଣି ଦାଶ, ରମେଶ ଚନ୍ଦ୍ର ଦାସ, ବିପ୍ଳବ କୁମାର ହୋତା, ଗୋକୁଳାନନ୍ଦ ରାଉତ, କବି ମୁକ୍ତିକାନ୍ତ ମଲ୍ଲିକ ପ୍ରମୁଖ ବରେଣ୍ୟ ଅତିଥି, ନାଟ୍ୟଶ୍ରୀ ନିର୍ମଳ ରାଉତ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ଭଦ୍ରକ ଜିଲ୍ଲା କୃଷି ଅଧିକାରୀ ତଥା ଆକାଶବାଣୀ ଗୀତିକାର ଇଂ ଅରୁଣ କୁମାର ପାତ୍ର ଏହି ଉତ୍ସବରେ ପୌରୋହିତ୍ୟ କରିଥିଲେ। ସଂଗୀଜ୍ଞ ମନୋଜ କୁମାର ପଣ୍ଡା ଓ ବୀଣାପାଣି ତ୍ରିପାଠୀ କବିତାକୁ ସଂଯୋଜନା କରିଥିବା ବେଳେ କବୟତ୍ରୀ ସୁମିତ୍ରା ପାଣି ଅତିଥି ପରିଚୟ, ଶଶାଙ୍କ ଶେଖର ପଣ୍ଡା ସ୍ୱାଗତ ଭାଷଣ ଓ ଅଧ୍ୟାପକ ମାଧବ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଥମ ଅଧିବେଶନରେ ଭୁବନେଶ୍ୱର ସାରଳାଭାଷା ସାହିତ୍ୟ ଓ ପୁରାତତ୍ତ୍ୱ ଗବେଷଣା ନ୍ୟାସ ପକ୍ଷରୁ ‘ବନ୍ଦେ ଉତ୍କଳ ଜନନୀ’ ଉପରେ ଶିଶୁ ଓ କିଶୋରଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ନ୍ୟାସର ସଭାପତି କାଳୀପଦ ରାୟ ଏହି କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ଶହୀଦ୍ ଭଗତ୍ ସେନା ଆବାହକ ସୀତାଂଶୁ ଶେଖର ମହାପାତ୍ର ମୁଖ୍ୟ ଅତିଥି, ସାହିତ୍ୟିକ ବିଭୂତି ଭୂଷଣ ସେନାପତି, ବାଇ ଚଢେଇ ସମ୍ପାଦକ ବିକାଶ କୁମାର ଶିପଥୀ, ଅଧ୍ୟାପିକା ସଂଯୁକ୍ତା ଭାରତୀ, ଶିକ୍ଷାବିତ୍ ସଦାନନ୍ଦ ପାଣିଗ୍ରାହୀ, ନ୍ୟାସର ସମ୍ପାଦକ ଅସିତ୍ ଦାଶ ଅତିଥି ଭାବେ ଯୋଗ ଦେଇଥିଲେ। ଶଶାଙ୍କ ଶେଖର ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସାଂସ୍କୃତିକ ସମ୍ପାଦକ ରାମନାରାୟଣ ମହାନ୍ତି ଓ ସୁଶ୍ରୀ ରଶ୍ମିତା ସେଠୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.