– ଇ-ନିଲାମୀ ମାଧ୍ୟମରେ ନିଲାମ ପ୍ରକ୍ରିୟା ସମ୍ପୂର୍ଣ୍ଣ କଲା କୋଇଲା ମନ୍ତ୍ରଣାଳୟ
– ଏସବୁ ଖଣିରେ ଗଚ୍ଛିତ ରହିଛି ମୋଟ ୨୧୫୭.୪୮ ନିୟୁତ ଟନ କୋଇଲା
ନୂଆ ଦିଲ୍ଲୀ ୧୩-୯ (ଓଡ଼ିଆ ପୁଅ) ଓଡ଼ିଶାର ଦୁଇଟି ଖଣି ସମେତ ଦେଶର ୫ଟି ରାଜ୍ୟରେ ଥିବା ୮ଟି କୋଇଲା ଖଣି ନିଲାମ ହୋଇଛି। ଏସବୁ ଖଣି ନିଲାମ ପାଇଁ ମନୋନିତ କର୍ତ୍ତୃପକ୍ଷ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଆଜି ଇ-ନିଲାମୀ ମାଧ୍ୟମରେ ଏସବୁ ଖଣି ନିଲାମ କରାଯାଇଛି। ଓଡ଼ିଶାର ଦୁଇଟି ଖଣି ହେଲା- ରାମପିଆ ଏବଂ ରାମପିଆ ଡିପ୍ ସାଇଡ୍ କୋଇଲା ଖଣି।
ଏହି ୮ଟି ମଧ୍ୟରୁ ୫ଟି ଖଣିରୁ ସମ୍ପୂର୍ଣ୍ଣ ଖଣିଜ ଦ୍ରବ୍ୟ ଉତ୍ତୋଳନ କରାଯିବ ଏବଂ ତିନୋଟି ଖଣିରୁ ଆଂଶିକ ଭାବେ ଖଣିଜ ଉତ୍ତୋଳନ କରାଯିବ। ଏହି ଆଠଟି ଖଣିରେ ମୋଟ୍ ୨୧୫୭.୪୮ ନିୟୁତ ଟନ କୋଇଲା ଗଚ୍ଛିତ ରହିଛି। ସେହିପରି ଏସବୁ ଖଣିର ସର୍ବାଧିକ ସଞ୍ଚୟୀ ହାର କ୍ଷମତା (ପିଆରସି) ବାର୍ଷିକ ୧୯.୩୧ ନିୟୁତ ଟନ (ଏମଟିପିଏ) ଥିବା ଜଣାଯାଇଛି।
| କ୍ରଂସଂ. | ଖଣିର ନାମ | ରାଜ୍ୟ | ପିଆରସି (ଏମଟିପିଏ) | ଭୌଗଳିକ ଭଣ୍ଡାର (ନିୟୁତ ଟନ) | କ୍ଲୋଜିଂ ବିଡ୍ ଦାଖଲ କରିଥିବା କର୍ତ୍ତୃପକ୍ଷ | ସଂରକ୍ଷିତ ମୂଲ୍ୟ(%) | ଶେଷ ଅଫର (%) |
| ୧ | ସୁରସା | ଛତିଶଗଡ଼ | ଉପଲବ୍ଧ ନାହିଁ | ୭୨.୫୫ | ମଧ୍ୟଭାରତ ମିନେରାଲ୍ସ ପ୍ରାଇଭେଟ୍ ଲିମିଟେଡ/୩୩୩୭୦୨ | ୪.୦୦ | ୫.୫୦ |
| ୨ | ଦାହେଗାଓଁ/ମକାର୍ଢ଼ୋକ୍ରା-IV | ମହାରାଷ୍ଟ୍ର | ୧.୬୧ | ୧୨୧.୦୦ | ଆଭାସା ଫେରୋ ଆଲଏଜ୍ ପ୍ରାଇଭେଟ୍ ଲିମିଟେଡ /୩୩୨୯୭୭ | ୪.୦୦ | ୫.୫୦ |
| ୩ | ବସନ୍ତପୁର | ଝାଡ଼ଖଣ୍ଡ | NA | ୨୦୦.୦୦ | ଗଙ୍ଗାରାମଛକ ମାଇନିଂ ପ୍ରାଇଭେଟ୍ ଲିମିଟେଡ /୧୪୮୦୯୫ | ୪.୦୦ | ୫.୦୦ |
| ୪ | ବାନ୍ଧ ଉତ୍ତର | ମଧ୍ୟପ୍ରଦେଶ | NA | ୫୦୦.୦୦ | ଜୟପ୍ରକାଶ ପାୱାର ଭେଞ୍ଚର୍ସ ଲିମିଟେଡ /୬୪୭୦୨ | ୪.୦୦ | ୧୫.୭୫ |
| ୫ | ମରକୀ-ମଙ୍ଗଲି-IV | ମହାରାଷ୍ଟ୍ର | ୦.୨୦ | ୩.୪୨ | ସୌଭାଗ୍ୟ ମର୍ସାଣ୍ଟାଇଲ ଲିମିଟେଡ /୩୨୧୮୫୪ | ୪.୦୦ | ୬.୦୦ |
| ୬ | ଜିତପୁର | ଝାଡ଼ଖଣ୍ଡ | ୨.୫୦ | ୮୧.୧୦ | ଟେରି ମାଇନିଂ ପ୍ରାଇଭେଟ୍ ଲିମିଟେଡ /୩୨୭୧୯୫ | ୪.୦୦ | ୭.୦୦ |
| ୭-୮ | ରାମପିଆ ଏବଂ ଡିପ ସାଇଡ୍ ରାମପିଆ | ଓଡ଼ିଶା | ୧୫.୦୦ | ୧୧୭୯.୪୧ | ଝାର ମିନେରାଲ ରିସୋର୍ସେସ ପ୍ରାଇଭେଟ୍ ଲିମିଟେଡ
/୨୩୧୦୨୯ |
୪.୫୦ | ୯.୫୦ |








