Home ଜିଲ୍ଲା ପରିକ୍ରମା ଓଡ଼ିଆ ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ

ଓଡ଼ିଆ ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ

26

ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମହିଳା ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ବିଭାଗ ମୁଖ୍ୟ ଅଧ୍ୟାପକ ଡ. ଅଭୟ କୁମାର ଦାସଙ୍କ ପୌରୋହିତ୍ୟରେ ନବାଗତା ସ୍ନାତକ ଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ସମାରୋହରେ ଅଧ୍ୟକ୍ଷ ତୀର୍ଥବାସୀ ଦାସ ଯୋଗ ଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ ଓ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ସଭାକୁ ଉଦ୍‌ଘାଟନ କରି ଛାତ୍ରୀମାନଙ୍କ ଭବିଷ୍ୟତ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ । ବିଭାଗୀୟ ଅଧ୍ୟାପିକା ଅନୀତାରାଣୀ ବାରିକ, ମଧୁବ୍ରତା ମଲ୍ଲିକ, ଗଣିତ ବିଭାଗ ଅଧ୍ୟାପିକା ସୌଦାମିନୀ ରାଉତ ପ୍ରମୁଖ ଉଦ୍‌ବୋଧନ ଦେଇଥିବା ବେଳେ ଅଧ୍ୟାପିକା ପ୍ରମିଳା ଯେନା ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରୀମାନଙ୍କ ମଧ୍ୟରେ ସୁଶ୍ରୀ ଇତିଶ୍ରୀ, ସମର୍ପିକା, ପଦ୍ମିନୀ, ବୈଶାଖୀ, ରୂପାଲି, ଶୁଭସ୍ମିତା, ଯୁଗଜ୍ୟୋତି, ଶୁଭଲକ୍ଷ୍ମୀ, ବିଷ୍ଣୁପ୍ରିୟା ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.