Home ଜିଲ୍ଲା ପରିକ୍ରମା ଓସିଏ ‘ଭିଜନ-୨୦୨୪’ ଆନ୍ତଃ ଜିଲ୍ଲା କ୍ଲବ ସିନିୟର ଲିଗ୍ ଟୁର୍ଣ୍ଣାମେଣ୍ଟ, ବଙ୍କସାହି ଯୁବକ ସଂଘ ଓ...

ଓସିଏ ‘ଭିଜନ-୨୦୨୪’ ଆନ୍ତଃ ଜିଲ୍ଲା କ୍ଲବ ସିନିୟର ଲିଗ୍ ଟୁର୍ଣ୍ଣାମେଣ୍ଟ, ବଙ୍କସାହି ଯୁବକ ସଂଘ ଓ ବିଜୟଭାନୁ ଗ୍ରୀନ ବିଜୟୀ

24

ଭଦ୍ରକ, ୨୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ରେଲୱେ ଗ୍ରାଉଣ୍ଡ ଓ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଡ଼ିଆ ଦୁଇଟି ସ୍ଥାନରେ ଓଡ଼ିଶା କ୍ରିକେଟ ଆସୋସିଏସନ ଆନୁକୁଲ୍ୟରେ ‘ଭିଜନ-୨୦୨୪’ ପରିପ୍ରେକ୍ଷୀରେ ଜିଲ୍ଳା କ୍ରିକେଟ ଆସୋସିଏସନ ଦ୍ୱାରା ଆୟୋଜିତ ହୋଇ ଚାଲୁଥିବା ଆନ୍ତଃ ଜିଲ୍ଳା ସିନିୟର କ୍ଲବ ଲିଗ ଟୁର୍ଣ୍ଣାମେଣ୍ଟରେ ଆଜି ୨ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଗୋଟିଏ ମ୍ୟାଚରେ ବଙ୍କସାହି ଯୁବକ ସଂଘ ବିଜୟୀ ହୋଇଥିବା ବେଳେ ଅନ୍ୟ ଏକ ମ୍ୟାଚରେ ବିଜୟଭାନୁ ଗ୍ରୀନ ବିଜୟୀ ହୋଇଛି । ଭଦ୍ରକ କଲେଜ ପଡ଼ିଆରେ ଅନୁଷ୍ଠିତ ମ୍ୟାଚଟି ବଙ୍କସାହି ଯୁବକ ସଂଘ ଓ ଗାନ୍ଧୀ କ୍ଲବ ମଧ୍ୟରେ ଖେଳା ଯାଇଥିଲା । ବଙ୍କସାହି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୭ ଓଭରରେ ୧୮୨ ରନ କରି ଅଲ୍ ଆଉଟ ହୋଇଥିଲେ । ଦଳ ପକ୍ଷରୁ ଦୁର୍ଗା ଚରଣ ଟୁଡ଼ୁ ୩୪, ଦେବାଶିଷ ଦାସ ୩୨, ସଚିନ କିଶାନ ଜେନା ୨୮ ରନ କରିଥିଲେ । ଗାନ୍ଧୀ କ୍ଲବ ପକ୍ଷରୁ ନିର୍ଣ୍ଣେକ ଘୋଷ ୪, ଆଦିତ୍ୟ କୁମାର ସାହୁ ୩ ଓ ଅନନ୍ତ ନାୟକ ଗୋଟିଏ ଉଇକେଟ ନେଇଥିଲେ । ପରେ ବ୍ୟାଟିଂ କରି ଗାନ୍ଧୀ କ୍ଳବ ୨୩.୪ ଓଭରରେ ୧୩୪ ରନ କରି ଅଲ୍ ଆଉଟ ହେବା ସହ ମ୍ୟାଚ ହାରିଥିଲା । ତେବେ ଦଳ ପକ୍ଷରୁ ଗଣେଶ ସାହୁ ୩୯, ବିଷ୍ଣୁ ସାଗର ବାରିକ ୨୭ ଓ ଗଙ୍ଗାଧର ସାହୁ ୧୯ ରନ କରିଥିଲେ । ବଙ୍କସାହି ପକ୍ଷରୁ ମନିଶ ଦାସ ୫, ଅର୍ଣ୍ଣବ ଦାସ ୩ ଓ ଦୁର୍ଗା ଚରଣ ଟୁଡୁ ୨ଟି ଉଇକେଟ ନେଇଥିଲେ ।

ବଙ୍କସାହି ୭୮ ରନରେ ମ୍ୟାଚ ଜିତିଥିଲା । ଏହି ମ୍ୟାଚକୁ ସାର୍ଥକ ରଂଜନ ବିଶ୍ୱାଳ ଓ କାଳନ୍ଦୀ ଚରଣ ପଣ୍ଡା ଅମ୍ପାୟର ଭାବେ ମ୍ୟାଚ ପରିଚାଳନା କରିଥିଲେ । ସେହିପରି ଅନ୍ୟ ଏକ ମ୍ୟାଚ ଚରମ୍ପା ରେଲୱେ ପଡ଼ିଆରେ ଖେଳା ଯାଇଥିଲା । ଏହି ମ୍ୟାଚ ଉତ୍କଳିକା କ୍ଳବ ଓ ବିଜୟଭାନୁ ଗ୍ରୀନ ମଧ୍ୟରେ ଖେଳା ଯାଇଥିଲା । ଉତ୍କଳିକା କ୍ଲବ ଟସ୍ ଜିତି ବ୍ୟାଟିଂ କରି ୪୧ ଓଭରରେ ୨୧୨ ରନ କରି ସବୁ ଖେଳାଳୀ ଆଉଟ ହୋଇ ଯାଇଥିଲେ । ଉତ୍କଳିକା ଦଳର ରଶ୍ମି ରଂଜନ ମହାକୁଡ ସିନିୟର ୭୧, ଦେବାଶିଷ ଗିରି ୨୬ ଓ ରଂଶ୍ମିରଂଜନ ମହାକୁଡ ଜୁନିଅର ୩୪ ରନ କରିଥିଲେ । ବିଜୟଭାନୁ ଗ୍ରୀନ ପକ୍ଷରୁ ଗୌରବ କୁମାର ବାରିକ ୫, ଚିରଞ୍ଜିବ ବେହେରା ୨ ଓ ସୌମ୍ୟ ରଂଜନ ବାରିକ ଗୋଟିଏ ଉଇକେଟ ନେଇଥିଲେ । ପରେ ବ୍ୟାଟିଂ କରି ବିଜୟଭାନୁ ଗ୍ରୀନ ୩୨.୩ ଓଭରରେ ୭ ଉଇକେଟ ହରାଇ ୨୩୧ରନ କରି ବିଜୟୀ ହୋଇଥିଲା । ଦଳର ଦୁର୍ଗା ନାରାୟଣ ବେହେରା ୮୩, ଅଜୟ କୁମାର ନାୟକ ୫୨ ଓ ଦିପକ ନାୟକ ୨୮ ରନ କରିଥିଲେ । ଉତ୍କଳିକା ପକ୍ଷରୁ ଦେବାଶିଷ ଗିରି ୩ଟି, ରଶ୍ମିରଂଜନ ମହାକୁଡ ସିନିୟର୨ଟି ଓ ନାଗାର୍ଜୁନ ବେହେରା ଗୋଟିଏ ଉଇକେଟ ନେଇଥିଲେ । ବିଜୟଭାନ ଗ୍ରୀନ ଦଳର ଗୌରବ କୁମାର ବାରିକଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଥିଲା । ଏହି ମ୍ୟାଚକୁ ଅବଦୁଲ ରହିମ ଖାନ୍ ଓ ନରେନ୍ଦ୍ର କୁମାର ଜେନା ଅମ୍ପାୟାର ଭାବେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.