Home ଜିଲ୍ଲା ପରିକ୍ରମା ଓସିଏ ‘ଭିଜନ-୨୦୨୪’ ଆନ୍ତଃ ଜିଲ୍ଲା କ୍ଲବ ସିନିୟର ଲିଗ୍ ଟୁର୍ଣ୍ଣାମେଣ୍ଟ , ବିଜୟଭାନୁ ରେଡ଼ ଓ...

ଓସିଏ ‘ଭିଜନ-୨୦୨୪’ ଆନ୍ତଃ ଜିଲ୍ଲା କ୍ଲବ ସିନିୟର ଲିଗ୍ ଟୁର୍ଣ୍ଣାମେଣ୍ଟ , ବିଜୟଭାନୁ ରେଡ଼ ଓ କଳିଙ୍ଗ କ୍ଳବ ବିଜୟୀ

13

ଭଦ୍ରକ, ୧୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ରେଲୱେ ଗ୍ରାଉଣ୍ଡ ଓ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଡ଼ିଆ ଦୁଇଟି ସ୍ଥାନରେ ଓଡ଼ିଶା କ୍ରିକେଟ ଆସୋସିଏସନ ଆନୁକୁଲ୍ୟରେ ‘ଭିଜନ-୨୦୨୪’ ପରିପ୍ରେକ୍ଷୀରେ ଜିଲ୍ଳା କ୍ରିକେଟ ଆସୋସିସିଏସନ ଦ୍ୱାରା ଆୟୋଜିତ ହୋଇ ଚାଲୁଥିବା ଆନ୍ତଃ ଜିଲ୍ଳା ସିନିୟର କ୍ଲବ ଲିଗ ଟୁର୍ଣ୍ଣାମେଣ୍ଟରେ ଆଜି ୨ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଗୋଟିଏ ମ୍ୟାଚରେ ବିଜୟଭାନୁ ମେୋରିଆଲ କ୍ରିକେଟ ଏକାଡେମୀ ବିଜୟୀ ହୋଇଥିବା ବେଳେ ଅନ୍ୟ ଏକ ମ୍ୟାଚରେ କଳିଙ୍ଗ କ୍ଳବ ବିଜୟୀ ହୋଇଛି । ଚରମ୍ପା ରେଲୱେ ପଡ଼ିଆରେ ଅନୁଷ୍ଠିତ ମ୍ୟାଚ ଚାନ୍ଦବାଲି ସ୍ପୋର୍ଟ୍‌ସ ଆସୋସିଏସନ ଏବଂ ବିଜୟଭାନୁ ମେମୋରିଆଲ କ୍ରକେଟ ଏକାଡେମୀ (ରେଡ଼) ମଧ୍ୟରେ ଖେଳା ଯାଇଥିଲା । ଚାନ୍ଦବାଲି ଟସ୍ ଜିତି ବ୍ୟାଟିଂ କରି ୩୫.୧ ଓଭରରେ ୧୮୯ ରନ କରି ସମସ୍ତ ଖେଳାଳୀ ଆଉଟ ହୋଇ ଯାଇଥିଲେ । ବିଶ୍ୱ ରଂଜନ ରାୟ ୪୮, ଶାଶ୍ୱତ ଚନ୍ଦ୍ର ଦାଶ ୩୪ ଓ ମହେଶ୍ୱର ନାୟକ ୩୩ ରନ କରିଥିଲେ । ବିଜୟଭାନୁ ପକ୍ଷରୁ ଅବିନାଶ ସିଂ ୪ଟି, ପାର୍ଥ ସାରଥୀ ନାୟକ ୪ଟି, କୌଶିକ କୁମାର ସାହୁ ୨ଟି ଉଇକେଟ ନେଇଥିଲେ । ଦ୍ୱିତୀୟ ଇନିଙ୍ଗ୍‌ସ୍‌ରେ ବ୍ୟାଟିଂ କରି ବିଜୟଭାନୁ ରେଡ଼ ୨୬.୫ ଓଭରେ ୩ ଉଇକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ । ରେଡ଼ ପକ୍ଷରୁ ଅବିନାଶ ସିଂ ୧୦୧ ରନ, ବିଶ୍ୱ ରଂଜନ ରାୟ ୪୮ ଓ ମୀର ଜଫରୁଦ୍ଦିନ ୩୫ ରନ କରିଥିଲେ ।

ଚାନ୍ଦବାଲି ପକ୍ଷରୁ ସୁଶାନ୍ତ ରାଉତ୨ଟି, ଶାଶ୍ୱତ ଚନ୍ଦ୍ର ଦାଶ ଗୋଟିଏ ଉଇକେଟ ନେଇଥିଲେ । ଦଳର ଅବିନାଶ ସିଂଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଥିଲା । ମ୍ୟାଚକୁ ଲଲାଟ କେଶରୀ ନନ୍ଦ ଓ ପ୍ରଦିପ୍ତ କୁମାର ନାୟକ ଅମ୍ପାୟାର ଭାବେ ପରିଚାଳନା କରିଥିଲେ । ସେହିପରି ଅନ୍ୟ ଏକ ମ୍ୟାଚ ଭଦ୍ରକ କଲେଜ ପଡ଼ିଆରେ ବଙ୍କସାହି ଯୁବକ ସଂଘ ଓ କଳିଙ୍ଗ କ୍ଳବ ମଧ୍ୟରେ ଖେଳା ଯାଇଥିଲା । କଳିଙ୍ଗ କ୍ଲବ ଟସ୍ ଜିତି ୪୦ ଓଭରରେ ୮ ଉଇକେଟ ହରାଇ ୨୮୮ ରନ କରିଥିଲା । ପ୍ରିୟବ୍ରତ ଦାସ ୫୪, ସିଲୁ କୁମାର ଜେନା ୫୩, ଚନ୍ଦ୍ର ଶେଖର ମିଶ୍ର ୪୮, ଅଂଶୁମାନ ମହାନ୍ତି ୩୦ ଓ ଆଶିଷ କୁମାର ମହାନ୍ତି ୨୪ ରନ କରିଥିଲେ । ବଙ୍କସାହି ପକ୍ଷରୁ ବିକାଶ ବେହେରା ୨ଟି ଓ ଅର୍ଣ୍ଣବ ଦାସ ୨ଟି ଉଇକେଟ ନେଇଥିଲେ । ଦ୍ୱିତୀୟ ଇନିଙ୍ଗ୍‌ସ୍‌ରେ ବଙ୍କସାହି ଦଳ ବ୍ୟାଟିଂ କରି ୨୪.୩ ଓଭରରେ ମାତ୍ର ୯୧ ରନ କରି ଅଲ୍ ଆଉଟ ହୋଇ ଯାଇଥିଲେ । ଅର୍ଣ୍ଣବ ଦାସ ୩୭ ରନ କରିବାକୁ ସକ୍ଷମ ହୋଇଥିବା ବେଳେ କଳିଙ୍ଗ କ୍ଲବ ପକ୍ଷରୁ ପ୍ରିୟବ୍ରତ ଦାସ ୩ଟି, ଲକ୍ଷ୍ମୀଧର ମହାରଣା, କିଶାନ ମନୋହର ମହାନ୍ତି ଓ ଅଂଶୁମାନ ମହାନ୍ତି ୨ଟି ଲେଖାଏଁ ଉଇକେଟ ନେଇଥିଲେ । ଏହି ମ୍ୟାଚକୁ କଳିଙ୍ଗ କ୍ଲବ ୧୯୭ ରନରେ ଜିତିଥିବା ବେଳେ ଦଳର ପ୍ରିୟବ୍ରତ ଦାସ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ । ଏହି ମ୍ୟାଚକୁ ରଂଜନ ମହାନ୍ତି ଓ ସତ୍ୟବ୍ରତ ଜେନା ଅମ୍ପାୟାର ଭାବେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.