ଭଦ୍ରକ, ୧୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ରେଲୱେ ଗ୍ରାଉଣ୍ଡ ଓ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଡ଼ିଆ ଦୁଇଟି ସ୍ଥାନରେ ଓଡ଼ିଶା କ୍ରିକେଟ ଆସୋସିଏସନ ଆନୁକୁଲ୍ୟରେ ‘ଭିଜନ-୨୦୨୪’ ପରିପ୍ରେକ୍ଷୀରେ ଜିଲ୍ଳା କ୍ରିକେଟ ଆସୋସିସିଏସନ ଦ୍ୱାରା ଆୟୋଜିତ ହୋଇ ଚାଲୁଥିବା ଆନ୍ତଃ ଜିଲ୍ଳା ସିନିୟର କ୍ଲବ ଲିଗ ଟୁର୍ଣ୍ଣାମେଣ୍ଟରେ ଆଜି ଅନୁଷ୍ଠିତ ୨ଟି ମ୍ୟାଚ ମଧ୍ୟରୁ ଗୋଟିଏ ମ୍ୟାଚରେ ଚରମ୍ପାର ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟ୍ସ ଏକାଡେମୀ ବିଜୟୀ ହୋଇଥିବା ବେଳେ ଅନ୍ୟ ଏକ ମ୍ୟାଚରେ ଚାନ୍ଦବାଲି ସ୍ପୋର୍ଟ୍ସ ଆସୋସିଏସନ ବିଜୟୀ ହୋଇଛି । ଆଜି ଭଦ୍ରକ କଲେଜ ପଡ଼ିଆରେ ଅନୁଷ୍ଠିତ ମ୍ୟାଚ ବଙ୍କସାହି ଯୁବକ ସଂଘ ଓ ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟ୍ସ ଏକାଡେମୀ ମଧ୍ୟରେ ଖେଳା ଯାଇଥିଲା । ବଙ୍କସାହି ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୪୦ଓଭରରେ ୭ ଉଇକେଟ ହରାଇ ୧୩୬ରନ କରିଥିଲା । ଦଳ ପକ୍ଷରୁ ବିକାଶ ବେହେରା ୪୦, ଅସିତ କୁମାର ଦାସ ୩୬ ଓ ବିଶାଲ କୁମାର ପରିଡ଼ା ୨୨ ରନ କରିଥିଲେ । ରେଲୱେ ପକ୍ଷରୁ ନୀହାର ଭୁୟାଁ, ଆଶୁତୋଷ ସାମଲ ଓ ଦେବନ ନାୟକ ପ୍ରତ୍ୟେକେ ୨ଟି ଲେଖାଏଁ ଉଇ୍େକଟ ନେଇଥିଲେ । ୧୩୭ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ରେଲୱେ ଦଳ ୨୮ ଓଭରରେ ସମାନ ସଂଖ୍ୟକ ୭ ଉଇକେଟ ହରାଇ ୧୩୮ରନ ସଂଗ୍ରହ କରି ମ୍ୟାଚ ଜିତିଥିଲା । ହର୍ଷିତ ରାଠୋଡ଼୍ ୫୫, ନୀହାର ଭୁୟାଁ ୪୩ ରନ କରିଥିଲେ । ବଙ୍କସାହି ପକ୍ଷରୁ ଅର୍ଣ୍ଣବ ଦାସ ଓ ବିଶ୍ୱଜିତ ବଳ ଦୁଇଟି ଲେଖାଏଁ ଉଇକେଟ ନେଇଥିଲେ । ନୀହାର ଭୁୟାଁଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଥିଲା ।
ଏହି ମ୍ୟାଚକୁ ରଂଜନ କୁମାର ମହାନ୍ତି, ସାର୍ଥକ ବିଶ୍ୱାଳ ଅମ୍ପାୟାର ଭାବେ ପରିଚାଳନା କରିଥିବା ବେଳେ ସସ୍ମିତା ସାହୁ ଓ ଅସିତ ଦାସ ସ୍କୋରର ଥିଲେ । ସେହିପରି ଲିଗ୍ ଟୁର୍ଣ୍ଣାମେଣ୍ଟର ଅନ୍ୟ ଏକ ମ୍ୟାଚ ଚାନ୍ଦବାଲି ସ୍ପୋର୍ଟ୍ସ ଆସୋସିଏସନ ଓ ୟୁନାଇଟେଡ ଏକାଡେମୀ ମଧ୍ୟରେ ଚରମ୍ପା ରେଲୱେ ପଡ଼ିଆରେ ଖେଳା ଯାଇଥିଲା । ଚାନ୍ଦବାଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୪୩.୩ ଓଭରରେ ୨୧୭ରନ କରି ସମସ୍ତ ଖେଳାଳୀ ଆଉଟ ହୋଇ ଯାଇଥିଲେ । ଦଳ ପକ୍ଷରୁ ଶାଶ୍ୱତ ଚନ୍ଦ୍ର ଦାଶ ୩୭, ନିର୍ମଳ ବିଶ୍ୱାଳ ୨୭ ଓ ଦିବ୍ୟଭୂମି ସାହୁ୨୫ ରନ କରିଥିଲେ । ୟୁନାଇଟେଡ ଏକାଡେମୀ ପକ୍ଷରୁ ବିମଳ ଦାସ ଓ ଚିତ୍ତ ରଂଜନ ବେହେରା ୩ଟି କରି ଓ ସାହିଲ ଖାନ୍, ଏସ.ବି. ସରକାର ୨ଟି ଲେଖାଏଁ ଉଇକେଟ ନେଇଥିଲେ । ଦ୍ୱିତୀୟାର୍ଦ୍ଧ ବ୍ୟାଟିଂ କରି ୟୁନାଇଟେଡ ଦଳ ୪୧.୫ ଓଭରରେ ୧୯୭ ରନ କରି ସମସ୍ତ ଖେଳାଳୀ ଆଉଟ ହେବା ସହ ମ୍ୟାଚ ହାରିଥିଲେ । ଦଳ ପକ୍ଷରୁ ଶାହାନୱାଜ କାଦ୍ରୀ ୪୩, ବିମଳ ଦାସ ୪୨, ଶାଶ୍ୱତ ଚନ୍ଦ୍ର ଦାଶ ୩୭ ଓ କମଲ କୁମାର ବେହେରା ୨୧ ରନ କରିଥିଲେ । ଚାନ୍ଦବାଲି ପକ୍ଷରୁ ଆଶୁତୋଷ ବେହେରା ୩ଟି, ନିର୍ମଳ ବିଶ୍ୱାଳ ୨ଟି, ଶକ୍ତିନ୍ଦ୍ରିୟ ଦାସ ୨ଟି, କୌଶିକ କୁମାର ନାୟକ ୨ଟି ଉଇକେଟ ନେଇଥିଲେ । ଆଶୁତୋଷ ବେହେରାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଥିଲା । ଏହି ମ୍ୟାଚକୁ ଲଲାଟ କେଶରୀ ନନ୍ଦ ଓ ଦେବବ୍ରତ ଦାଶ ଅମ୍ପାୟାର ଭାବେ ପରିଚାଳନା କରିଥିଲେ ।