Home କେନ୍ଦ୍ରାପଡ଼ା ଓଡିଶା ସ୍ୱତନ୍ତ୍ର ଭିନ୍ନକ୍ଷମ ବିଦ୍ୟାଳୟ କର୍ମଚାରୀ ସଙ୍ଘ ଜିଲ୍ଲା ଶାଖା ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର...

ଓଡିଶା ସ୍ୱତନ୍ତ୍ର ଭିନ୍ନକ୍ଷମ ବିଦ୍ୟାଳୟ କର୍ମଚାରୀ ସଙ୍ଘ ଜିଲ୍ଲା ଶାଖା ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

31

କେନ୍ଦ୍ରାପଡ଼ା, ୪ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଓଡିଶା ସ୍ୱତନ୍ତ୍ର ଭିନ୍ନକ୍ଷମ ବିଦ୍ୟାଳୟ କର୍ମଚାରୀ ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଏକ ତିନିଦଫା ସମ୍ବଳିତ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ସଙ୍ଘର ସଦସ୍ୟମାନେ ପୁରୁଣା ବସଷ୍ଟାଣ୍ଡରୁ ଏକ ଶୋଭାଯାତ୍ରାରେ ଆସି ଅତିରିକ୍ତ ଜିଲ୍ଲାପାଳ ଦୁର୍ଗା ପ୍ରସାଦ ମହାରଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି ଜିଲ୍ଲାରେ ଥିବା ରାଜ୍ୟ ସରକାରଙ୍କ ଅନୁଦାନ ପ୍ରାପ୍ତ ୬ଟି ସ୍ୱତନ୍ତ୍ର ଭିନ୍ନକ୍ଷମ ବିଦ୍ୟାଳୟ ଯଥା ନିମାଇଁ ଚରଭ ମାନସିକ ଅନଗ୍ରସର ବିଦ୍ୟାଳୟ, ପୈାରସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟ, ଦଧିବାମନଜୀଉ ବଧିର ବିଦ୍ୟାଳୟ, ଆରତୀ ଦେବୀ ଦୃଷ୍ଟିହୀନ, ମାନସିକ ଅନଗ୍ରସର ଓ ବଧିର ବିଦ୍ୟାଳୟ ଗୁଡିକ ପକ୍ଷରୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ ସ୍ୱତନ୍ତ୍ର ବିଦ୍ୟାଳୟର କର୍ମଚାରୀମାନଙ୍କ କ୍ୟାଡରରୁଲ ପ୍ରସ୍ତୁତ କରାଯିବା, ସେବା ପୁସ୍ତିକାର ପ୍ରଚଳନ, ପେନସନ ପ୍ରଦାନ ଓ ଏମ.ଏ.ସି.ପି. ପ୍ରଦାନ ପ୍ରଭୃତି ଦାବି ଗୁଡିକ ରହିଛି। ଏହିସବୁ ଦାବି ଗୁଡିକ ପୁରଣ ନହେଲେ ରାଜ୍ୟର ୧୦୪ଟି ସ୍ୱତନ୍ତ୍ର ବିଦ୍ୟାଳୟ ପକ୍ଷରୁ ବିଧାନସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ରାଜ୍ୟ ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି। ସ୍ମାରକପତ୍ର ପ୍ରଦାନ ବେଳେ ସଙ୍ଘ ପକ୍ଷରୁ କବିତା ମୁଦୁଲି, ନିନା ଭୋଳ, ଗୀତାଞ୍ଜଳୀ ଦାସ, ପବିତ୍ର ମୋହନ ଦାସ, ଜଗନ୍ନାଥ ପରିଡା, ଧରଣୀଧର ମହାନ୍ତି, କିଶୋର ଚନ୍ଦ୍ର ସ୍ୱାଇଁ, ସ୍ୱପ୍ନାଂଶୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.