Home ଜିଲ୍ଲା ପରିକ୍ରମା ଓଡିଶା ସାହିତ୍ୟ ଏକାଡେମୀର ଜିଲ୍ଲାସ୍ତରୀୟ ପ୍ରତିଯୋଗିତା

ଓଡିଶା ସାହିତ୍ୟ ଏକାଡେମୀର ଜିଲ୍ଲାସ୍ତରୀୟ ପ୍ରତିଯୋଗିତା

42

ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସଂସ୍କୃତି ଭବନ ଠାରେ ଓଡିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚାରୋଟି ବିଷୟରେ ଯଥା ବକ୍ତୃତା, କବିତା ଆବୃତ୍ତି, ପ୍ରବନ୍ଧ, ସାହିତ୍ୟ ସମ୍ବର୍ଦ୍ଧିତ ସାଧାରଣ ଜ୍ଞାନ ସହିତ ଇଂରାଜୀରୁ ଓଡିଆ ଅନୁବାଦ ପ୍ରତିଯୋଗିତା ହୋଇଯାଇଛି । ଏହାକୁ ଭଦ୍ରକ ସଂସ୍କୃତି ଅଧିକାରିଣୀ ତନୁଜା ସିର୍କା ପରିଚାଳନା କରିଥିଲେ । ଏଥିରେ ଜିଲ୍ଲାର ପ୍ରତି ବ୍ଲକରେ ଥିବା ବିଦ୍ୟାଳୟରୁ ପ୍ରତିଯୋଗିତା ମାଧ୍ୟମରେ ନିର୍ବାଚିତ ହୋଇଆସିଥିବା ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ବିଶିଷ୍ଟ ସାହିତ୍ୟିକ ଏବଂ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଶ୍ରୀଯୁକ୍ତ ପବିତ୍ର ପାଣିଗ୍ରାହୀ, ଓଡିଶା ସାହିତ୍ୟ ଏକାଡେମୀର ଅନ୍ୟତମ ବରିଷ୍ଠ ସଦସ୍ୟ ତଥା ପୂର୍ବତନ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବହଳୀଙ୍କ ଉପସ୍ଥିତି, ଉପଦେଶ ଓ ସହାୟତାରେ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । କବୀ ଓ ଭଦ୍ରକ ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ସୁଚିତ୍ରା ପାଣିଗ୍ରାହୀ, କବି କିଶୋର ପାଣିଗ୍ରାହୀ, କବି ରତିକାନ୍ତ ବେହେରା, ସମାଜସେବୀ ତଥା ରୋଟାରିଆନ ଅଭିଜିତ ନାୟକ, କବି ଶରତ ନାୟକ, କବୀ ମନୋରମା ରାୟ, ଶିକ୍ଷାବିତ୍ ବୈକୁଣ୍ଠ ବିଶ୍ୱାଳ ପ୍ରମୁଖ ବିଚାରକ ଭାବେ ଯୋଗଦାନ କରିଥିଲେ । ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଛାତ୍ରଛାତ୍ରୀମାନେ ତା ୧୬.୦୭.୨୦୨୩ ରିଖ ଭୂବନେଶ୍ୱର ସଙ୍ଗୀତ ମହାବିଦ୍ୟାଳୟରେ ଅଂଶଗ୍ରହଣ କରିବେ ବୋଲି ଘୋଷଣା କରାଯାଇଥିଲା ଓ ଦ୍ୱିତୀୟ ଓ ତୃତୀୟ ହୋଇଥିବା ପ୍ରତିଯୋଗୀମାନଙ୍କୁ ଭଦ୍ରକ ସଂସ୍କୃତି ଭବନ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯିବା କଥା ଘୋଷଣା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.