କଟକ, ୧/୯ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ଜିଲ୍ଲାର ସମସ୍ତ ବ୍ଲକ ର ଡ୍ରାଇଭର ସଙ୍ଘ ଏକତ୍ରିତ ହୋଇ ଦଶ ଦଫା ଦାବିନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦଶ ଦଫା ଦାବି ଗୁଡିକ ମଧ୍ୟରେ, ଜନସଧାରଣଙ୍କ ଆକ୍ରୋଶର ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନ ପ୍ରଣାୟନ କରାଯାଉ, ଗାଡ଼ିଗୁଡିକର ପାର୍କିଂ ବ୍ୟବସ୍ଥା ଏବଂ ଡ୍ରାଇଭର ମାନଙ୍କ ବିଶ୍ରାମନେବା ପାଇଁ ବିଶ୍ରାମଗାର ଏବଂ ଶୌଚାଳୟ ର ବ୍ୟବସ୍ଥା ପ୍ରତିଶହେ କିଲୋମିଟରମଧ୍ୟରେ ରେ କରାଯିବା, ପଞ୍ଚାବନ ବର୍ଷ ପରେ ପେନସନ ଦିଆଯାଉ, ଦୁର୍ଘଟଣା ରେ ପ୍ରାଣ ହରାଉଥିବା ଡ୍ରାଇଭର ମାନଙ୍କ ପାଇଁ କୋଡିଏ ଲକ୍ଷଟଙ୍କା ବୀମାରାଶି, ଏବଂ ଦୁର୍ଘଟଣା ରେ ଅକର୍ମଣ୍ୟ ଡ୍ରାଇଭରଙ୍କ ପାଇଁ ଦଶଲକ୍ଷ ଟଙ୍କାର ବୀମାରାଶି ସହିତ ଦୁ ଘଟଣାପାଇଁ ଚିକିତ୍ସା ବୀମା ଯୋଗେଇ ଦିଆଯାଉ ଡ୍ରାଇଭର ମାନଙ୍କର ନିର୍ଦ୍ଧାରିତ ମୂଲ୍ୟାଙ୍କନ ଏବଂ ସମୟସୀମା ଧାର୍ଯ୍ୟ କରାଯାଉ। ଡ୍ରାଇଭରମାନଙ୍କୁ ଦ୍ୱତୀୟ ସୈନିକର ମାନ୍ୟତା ଦିଆଯାଉ। ଡ୍ରାଇଭର ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ଆଠ ଲକ୍ଷ ଟଙ୍କା ପ୍ରଦାନ କରାଯାଉ, ଡ୍ରାଇଭର ମାନଙ୍କ ପିଲାମାନଙ୍କପାଇଁ ଉଚ୍ଚଶିକ୍ଷା ନିମନ୍ତେ ବ୍ୟବସ୍ତା କରାଯାଉ ରାଜ ରାସ୍ତା ଉପରେ ପ୍ରଶାସନ ପକ୍ଷରୁ ଡ୍ରାଇଭରମାନଙ୍କୁ ହଇରାଣ କରାନଯାଉ ଓ ଶେଷରେ ସମୟ ସମୟରେ ଜନସଧାରଣ ହଠାତ ରସ୍ତାରୋକ କରିବା ହେତୁ ଡ୍ରାଇଭର ମାନଙ୍କୁ ହେଉଥିବା ଅସୁବିଧାକୁ ସରକାରଙ୍କ ତରଫରୁ ସୁଦୃଷ୍ଟି ଦିଆଯାଉ ବୋଲି ଦାବି ପତ୍ରରେ ଉଲ୍ଲେଖ କରାଯାଇଛି।