Odiapua.com

ଓଡିଶାରେ ୨୩ ଟି ନୂଆ ଓମିକ୍ରନ୍ ସଂକ୍ରମଣ ରିପୋର୍ଟ : ମୋଟ ସଂଖ୍ୟା ୩୭ କୁ ବୃଦ୍ଧି

ଭୁବନେଶ୍ୱର ୨ -୧ (ଓଡ଼ିଆ ପୁଅ)ଓଡିଶାରେ ୨୩ ଟି ନୂଆ ଓମିକ୍ରନ୍ ସଂକ୍ରମିଣ ରିପୋର୍ଟ ହୋଇଛି। ILS ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଏହି ସୂଚନା ଦିଆଯାଇଛି। ମୋଟ ସଂଖ୍ୟା ୩୭ କୁ ବୃଦ୍ଧି ପାଇଛି। ଏହା ପୂର୍ବରୁ ରାଜ୍ୟରେ ମୋଟ ଓମିକ୍ରନ ସଂକ୍ରମଣ ୧୪ ଥିଲା। ଜଣେ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିରୁ ୧୩ ଜଣ ବିଦେଶ ଫେରନ୍ତା ବୋଲି ଜଣାପଡ଼ିଛି। ଏବଂ ୧୦ ଟି ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି। ବିଦେଶ ଫେରନ୍ତାଙ୍କ ମଧ୍ୟରୁ ଫିନଲ୍ୟାଣ୍ଡ, ଓମାନ, ଦକ୍ଷିଣ ଆରବ, ଦୁବାଇ ଏବଂ ସିରିଆ ଫେରନ୍ତା ଅଛନ୍ତି ଏତଦ୍ ବ୍ୟତୀତ ୨ ହେଉଛି ଫିନଲ୍ୟାଣ୍ଡ ପେରନ୍ତାଙ୍କ ସଂମ୍ପର୍କୀୟ।ଏତଦ୍ ବ୍ୟତୀତ କେତୋଟି ସ୍ଥାନୀୟ ମାମଲା ଯେଉଁମାନେକି ଉକ୍ତ ସମ୍ପର୍କୀତଙ୍କର ସମ୍ପର୍କରେ ଆସିଛନ୍ତି। ସେମାନେ ଅଛନ୍ତି। ଡିସେମ୍ବର ୨୧ ରେ, ଓଡ଼ିଶା ପ୍ରଥମେ ଓମିକ୍ରନର ଦୁଇଟି ମାମଲା ରିପୋର୍ଟ ହୋଇଥିଲା।

ଅପର ପକ୍ଷରେ ରାଜ୍ୟରେ ଆଜି ୪୨୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ତୁଳନାରେ ଏକଥାରକେ ସଂଖ୍ୟାରେ ୧୨୬ ବୃଦ୍ଧି ହୋଇଛି।

ଅନ୍ୟପଟେ ଆଜି ଦେଶରେ ଓମିକ୍ରନ୍ ମାମଲା ୧୫୨୫ କୁ ବୃଦ୍ଧି ପାଇଛି। କିନ୍ତୁ ଭଲ ଖବର ଏହାଯେ, ଏପର୍ଯ୍ୟନ୍ତ ୫୬୦ ଜଣ ଲୋକ ସୁସ୍ଥ ହୋଇଛନ୍ତି।

ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଣାଳୟ ଏହି ସୂଚନା ଦେଇଛି।

ତେବେ ମହାରାଷ୍ଟ୍ରରୁ ସର୍ବାଧିକ ୪୬୦ ସଂକ୍ରମିତ ହୋଇଥିବା ବେଳେ ୧୮୦ ଜଣ ସୁସ୍ଥ ହୋଇଛନ୍ତି ଏବଂ
ଦିଲ୍ଲୀରେ ୩୫୧ ସଂକ୍ରମିତ ହୋଇଥିବା ବେଳେ ୫୭ ଜଣ ସୁସ୍ଥ ହୋଇଛନ୍ତି।

ଅନ୍ୟପଟେ ଜଣେ ଓମିକ୍ରନ୍‌ ସଂକ୍ରମିତ ବ୍ୟକ୍ତିଙ୍କର ମୃତ୍ୟୁ ଖବର ମଧ୍ୟ ଆସିଛି। ଯାହାକି ଦେଶର ଏହା ଓମିକ୍ରନ କାରଣରୁ ପ୍ରଥମ ମୃତ୍ୟୁ। ଏହା ମହାରାଷ୍ଟ୍ରରୁ ଆସିଛି।