Home ଓଡ଼ିଶା ଓଡିଶାରେ ଓଡିଆ ହରିବଂଶ ରଚନା ପୀଠ ଏବେ ଅବହେଳିତ

ଓଡିଶାରେ ଓଡିଆ ହରିବଂଶ ରଚନା ପୀଠ ଏବେ ଅବହେଳିତ

118

ନୟାଗଡ/୨୮/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ଓଡିଶାର ଅନେକ ପୀଠ ରହିଛି ଯେଉଁଠାରେ ବହୁ ବ୍ୟକ୍ତି ସାଧନା କରି ପୀଠାଧିଶ ଙ୍କ ଅପାର କରୁଣା ରୁ ନିଜର ବ୍ୟକ୍ତିତ୍ୱର ପରିପ୍ରକାଶ ଘଟାଇ ମହାପୁରୁଷ ଆଖ୍ୟା ନେଇଛନ୍ତି । ଏଭଳି କି ଓଡିଶାର ପଞ୍ଚଶଖା ଭିତରେ ସ୍ଥାନ ପାଇଥିବା ଅଚ୍ୟୁତାନନ୍ଦ ଦାଶ ମଧ୍ୟ ଅଛନ୍ତି । କିନ୍ତୁ ସେ ପୀଠ ଆଜି ସରକାରଙ୍କ ଅଣଦେଖା ଯୋଗୁଁ  ଅବହେଳିତ ଅବସ୍ଥାରେ ରହିଅଛି । ସେଭଳି ଏକ ପୀଠ ରହିଛି ନୟାଗଡ ଜିଲ୍ଲା ରଣପୁର ମଝିଆଁଖଣ୍ଡ ଠାରେ ଥିବା କମଳେଶ୍ୱର ଦେବ ପୀଠ । କମଳେଶ୍ୱର ଦେବ ପୀଠ ରେ ରଣପୁର ଗଡଜାତ ର ୯୬ତମ ରାଜା ପଦ୍ମନାଭ ନରେନ୍ଦ୍ର ଙ୍କ ସମୟରେ ଅଚ୍ୟୁତାନନ୍ଦ ଦାଶ କିଛି ଦିନ ରହି ସାଧନା କରିଥିଲେ । ବାବା କମଳେଶ୍ୱରଙ୍କ ଅପାର କରୁଣା ରୁ ସିଦ୍ଧି ଲାଭ କରି ଓଡିଆ ହରିବଂଶ ଲେଖିଥିଲେ । ଯେଉଁ ଓଡିଆ ହରିବଂଶ ଆଜି ଓଡିଶା ର ପୁର ପଲ୍ଲୀ ରେ ହିନ୍ଦୁ ପରିବାର ରେ ପୂଜା ପାଉଅଛି । ଏ କଥା ଆମେ କହୁନାହୁଁ ୧୯୫୨ ମସିହା ସରକାରୀ ବନ୍ଦୋବସ୍ତ ରିପୋର୍ଟ ର ପଞ୍ଚମ ପରିଚ୍ଛେଦ ରଣପୁର ରାଜ ବଂଶାବଳୀ ର ରାଜା ପଦ୍ମନାଭ ନରେନ୍ଦ୍ର ଙ୍କ ସମୟରେ ହୋଇଥିବା ଲିପି ବଦ୍ଧ ହୋଇ ରହିଅଛି । ଏହି କମଳେଶ୍ୱର ଦେବଙ୍କ ମନ୍ଦିର ସାମ୍ନାରେ ଏକ କମଳିଆ ଗୈାଡର ପ୍ରସ୍ତର ପ୍ରତିମୁର୍ତ୍ତି ପୂଜା ପାଉଅଛି ।

କିମ୍ବଦନ୍ତୀ ଅନୁଯାଇ ବାବା କମଳେଶ୍ୱର ଙ୍କର କରୁଣା ରୁ କମଳିଆ ଗୈାଡ ମନ୍ଦିର ପଛପଟେ ବଂଶୀ ବାଦନ କରି ଗୀତଗୋବିନ୍ଦ ଗାନ କରୁଥିଲେ । ସେହି କମଳିଆ କମଳେଶ୍ୱରଙ୍କ ପରମ ଭକ୍ତ ଥିଲେ । ବଂଶୀ ବାଦନ ଓ ଗୀତଗୋବିନ୍ଦ ଗାନ ଏତେ ଶୃତି ମମଧୁର ଥିଲା ଯେ ପ୍ରଭୁ ଆକ୍ରୁଷ୍ଟ ହୋଇ କମଳିଆ ଗୈାଡ କୁ କହିଥିଲେ ହେ ବଂଶୀ ବାଦକ ମନ୍ଦିର ଦ୍ୱାର ଦେଶକୁ ଆସି ବଂଶୀ ବାଦନ କର । କିନ୍ତୁ କମଳିଆ ଗୈାଡ ବୁଝିପାରି ନଥିଲା ପ୍ରଭୁଙ୍କ ନିର୍ଦେଶ । ସେ ଉତ୍ତର ଦେଇଥିଲା ଯାହାର ବଂଶୀ ସ୍ୱର ଶୁଣିବାକୁ ଅଛି ସେ ମୋ ନିକଟକୁ ଆସ । ତେଣୁ ମନ୍ଦିର ର ମୁଖ କମଳିଆ ବସିଥିବା ପଶ୍ଚିମ ଦିଗ କୁ ବୁଲି ଯାଇଥିବା କଥା ଏବେବି ଆଲୋଚନା ହେଉଛି । ତାହାର ପ୍ରମାଣ ସ୍ୱରୂପ ପଶ୍ଚିମ ମୁଖା ମନ୍ଦିର ସାମ୍ନା ଗରୁଡ ସ୍ତମ୍ବ ପଛପଟେ ଏବେବି କମଳିଆ ର ପ୍ରସ୍ତର ମୁର୍ତ୍ତି ପୂଜା ପାଉଛି । କବି କଳ୍ପତରୁ ବିଦଗ୍ଧ ଗାୟକ ଅଗାଧୁ ଭଞ୍ଜ ଏହି ବାବା କମଳେଶ୍ୱର ଙ୍କର ପୀଠରେ ସାଧନା ପରେ ସିଦ୍ଧି ଲାଭ କରି କବି କଳ୍ପତରୁ ଉପାଧି ଓ ବିଦଗ୍ଧ ଗାୟକ ଭାବରେ ପରିଚିତ ଥିଲେ । କେବଳ ସେିତକି ନୁହେଁ ଏହିଠାରେ କବି ବନମାଳି ଚାଟ ଇଛାବତୀ ଓ କବି ଦାଶରଥି ଏହି ପୀଠରେ ସାଧନା ଓ ସିଦ୍ଧି ଲାଭ କରି ବ୍ରଜବିହାର ଭଳି କାବ୍ୟ ମାନ ରଚନା କରିଥିଲେ । ଯାହାର ପ୍ରମାଣ ସ୍ୱରୂପ ମଝିଆଁଖଣ୍ଡ ଗୋଦାମ ଛକରେ ଚାରିଗୋଟି ସ୍ମୃତି ସ୍ମାରକୀ ସ୍ତମ୍ବ ନିର୍ମାଣ କରାଯାଇଛି । ଏହି ସିଦ୍ଧି ସାଧନାର ପୀଠ ରେ ୩ ଗୋଟି ବ୍ରାହ୍ମଣ ପରିବାର ଓ ୨୦ ଗୋଟି ମାଳି ସେବକ ପରିବାର ରାଜା ଙ୍କ ଠାରୁ ଜମି ଜାଗିରି ପାଇ ପୂଜା ଅର୍ଚ୍ଛନା କରି ଆସୁଛନ୍ତି । ଏହି ପୀଠରେ ଏକ ପାଠାଗାର ନିର୍ମାଣ ସହ ଓଡିଆ ସାହିତ୍ୟ ର ଗବେଷକ ମାନଙ୍କ ପାଇଁ ଏକ ଗବେଷଣା କେନ୍ଦ୍ର ଖୋଲାଯାଇ ଗବେଷଣା କରାଗଲେ ଓଡିଆ ସାହିତ୍ୟ ରୁ ଅନେକ ଲୁପ୍ତ ହେବାକୁ ଥିବା ତଥ୍ୟ ଉଦ୍‌ଭାବନ ହୋଇପାରିବ । ଏ ସର୍ମ୍ପକେ ମନ୍ଦିର ମ୍ୟାନେଜର ରମେଶ କୁମାର ପ୍ରଧାନ ଙ୍କ ସହ ଫୋନରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କାର୍ଯ୍ୟ ବ୍ୟସ୍ତତା ଦେଖାଇ ଏଡାଇ ଯାଇଥିଲେ । ରଣପୁର ଦେବତ୍ୱର ବିଭାଗ ଦାଇତ୍ୱରେ ଥିବା ତହସିଲଦାର ସଂଜୟ କୁମାର ସାମନ୍ତରାୟ ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ । ଏ ସର୍ମ୍ପକେ ନୟାଗଡ  ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତ ଙ୍କ ସହ ଯୋଗାଯୋଗ କରିବାରେ କହିଥିଲେ ଯେ ରଣପୁର ଦେବତ୍ୱର ଦାଇତ୍ୱରେ ଥିବା ତହସିଲଦାର ଙ୍କ ସହ ଯୋଗାଯୋଗ ଓ କଥାବାର୍ତ୍ତା କରାଯାଇ ଏହି ପୀଠର ଉନ୍ନତି କରଣ ପାଇଁ ପଦକ୍ଷେପ ନିଆଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.