Home ଜିଲ୍ଲା ପରିକ୍ରମା ଐତିହାସିକ ଚାଷୀ ଆନ୍ଦୋଳନରେ ଝାସ ଦେବାକୁ ସିପିଆଇଏମ୍ ଭଦ୍ରକ ଜିଲା କମିଟି ବୈଠକରେ ଆହ୍ୱାନ

ଐତିହାସିକ ଚାଷୀ ଆନ୍ଦୋଳନରେ ଝାସ ଦେବାକୁ ସିପିଆଇଏମ୍ ଭଦ୍ରକ ଜିଲା କମିଟି ବୈଠକରେ ଆହ୍ୱାନ

37

ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତର କମ୍ୟୁନିଷ୍ଟ ପାର୍ଟି (ମାକ୍ସର୍ବାଦୀ) ଭଦ୍ରକ ଜିଲା କମିଟିର ଏବେ ଗୁରୁତ୍ୱପୂର୍ଣ୍ଣ ବୈଠକ ବରିଷ୍ଠ ନେତା ପ୍ରଫୁଲ୍ଲ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ବାଲଗୋପାଳ ମନ୍ଦିର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଉତ୍ସବରେ ଚାଷୀ ବିରୋଧୀ କୃଷି ଆଇନ୍ ୨୦୨୦ ବିରୁଦ୍ଧରେ ଦେଶବ୍ୟାପୀ ଚାଲିଥିବା ଐତିହାସିକ ଚାଷୀ ଆନ୍ଦୋଳନରେ ଝାସ ଦେବାକୁ ସିପିଆଇଏମ୍ ଭଦ୍ରକ ଜିଲା କମିଟିର ଏହି ବୈଠକରେ ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ସନ୍ତୋଷ ଦାସ ଆହ୍ୱାନ ଦେଇଥିଲେ । ପରାଧୀନ ଭାରତ ବର୍ଷରେ ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ନେତୃତ୍ୱରେ ଏଭଳି ଅସହଯୋଗ ଆନ୍ଦୋଳନ, ଆଇନ୍ ଅମାନ୍ୟ ଆନ୍ଦୋଳନ ଓ ଭାରତଛାଡ ଆନ୍ଦୋଳନ ହୋଇଥିଲା । ଠିକ୍ ସେହିଭଳି ଆଜି ମୋଦି ସରକାର ଆଣିଥିବା କଳା ଆଇନ୍ ବିରୁଦ୍ଧରେ ଦେଶବ୍ୟାପୀ ଐତିହାସିକ ଚାଷୀ ଆନ୍ଦୋଳନ ଚାଲିଛି । ଏବଂ ଏହି ଆନ୍ଦୋଳନ ବିଗତ ତେଲେଙ୍ଗାନା ଚାଷୀ ଆନ୍ଦୋଳନ, ତେଭାଗା ଚାଷୀ ଆନ୍ଦୋଳନ ପରି ଏକ ଜାତୀୟ ଆନ୍ଦୋଳନରେ ପରିଣତ ହୋଇଛି ବୋଲି ଶ୍ରୀ ଦାସ ନିଜ ବକ୍ତବ୍ୟରେ କହିଥିଲେ । ଆସନ୍ତା ଜାନୁଆରୀ ୧ ରେ ଜାତୀୟ ସଂକଳ୍ପ ଦିବସ ରୂପେ ଭଦ୍ରକ ଜିଲାତମାମ୍ ଏହା ପାଳନ କରିବା, ଜିଲାର ବିଭିନ୍ନ ସ୍ଥାନରୁ ସତ୍ୟାଗ୍ରହୀମାନଙ୍କୁ ଦିଲ୍ଲୀ ଚଲୋ ଆନ୍ଦୋଳନରେ ସାମିଲ କରିବାକୁ ଶ୍ରୀ ଦାସ ଜିଲା ନେତୃବୃନ୍ଦଙ୍କୁ ଆହ୍ୱାନ ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସିପିଆଇଏମ୍‌ର ଅନ୍ୟତମ ରାଜ୍ୟ ସଂପାଦକମଣ୍ଡଳୀ ସଭ୍ୟ ନିର୍ମଳ ନାୟକ, ଭଦ୍ରକ ଜିଲା ସଂପାଦକ ଦିବ୍ୟସିଂହ ନାୟକ, ଜିଲା ସଂପାଦକ ମଣ୍ଡଳୀ ସଭ୍ୟ ଚନ୍ଦ୍ରଶେଖର ନାୟକ, ପ୍ରଭାସ ମହାପାତ୍ର, ମଳୟ ଭୋଇ, ଜିଲା କମିଟି ସଦସ୍ୟ ବିକାଶ ନାଥ, ରାଧା ଦାସ, ବିଷ୍ଣୁ ଦାଶ, ଜଏନୁଲ ଆବେଦିନ, ସତ୍ୟମୂର୍ତ୍ତି ବେହେରା, ଅଭିରାମ ବଳ, ରମେଶ ସାହୁ ଓ ନିର୍ମଳ ଦଳେଇ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.