Home ଆନ୍ତର୍ଜାତୀୟ ଏହି ୩ ଓଡ଼ିଆ ପାଇବେ ‘ମହର୍ଷି ବଦ୍ରାୟନ ବ୍ୟାସ ସମ୍ମାନ’

ଏହି ୩ ଓଡ଼ିଆ ପାଇବେ ‘ମହର୍ଷି ବଦ୍ରାୟନ ବ୍ୟାସ ସମ୍ମାନ’

218

ନୂଆଦିଲ୍ଲୀ,୧୭/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ୨୦୧୯ର ‘ପ୍ରେସିଡେଣ୍ଟସ୍ ସାର୍ଟିଫିକେଟ୍ ଅଫ୍ ଅନର’ ଏବଂ ‘ମହର୍ଷି ବଦ୍ରାୟନ ବ୍ୟାସ ସମ୍ମାନ’ ରେ ସମ୍ମାନିତ ହେବେ ତିନି ଓଡିଆ ଭାଷା ବିଦ୍ବାନ। ସ୍ବାଧୀନତା ଦିବସ ଅବସରରେ ଘୋଷଣା କରାଯାଇଥିବା ୨୦୧୯ର ୨୭ ଜଣ ‘ପ୍ରେସିଡେଣ୍ଟସ୍ ସାର୍ଟିଫିକେଟ୍ ଅଫ୍ ଅନର’ ପାଇଁ ମନୋନୀତ ହୋଇଥିବା ତାଲିକାରେ ସଂସ୍କୃତ ଭାଷା ପାଇଁ ପ୍ରଫେସର ଡ. ହରେକୃଷ୍ଣ ଶତପଥୀ ଓ ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଓଡ଼ିଆ ଭାଷାରେ ପଣ୍ଡିତ ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ର ସାମିଲ ଅଛନ୍ତି।

ଚଳିତ ବର୍ଷର ମର୍ଯ୍ୟାଦାଜନକ ମହର୍ଷି ବଦ୍ରାୟନ ବ୍ୟାସ ସମ୍ମାନରେ ୧୮ ଜଣ ବିଭିନ୍ନ ଭାଷାର ବିଦ୍ବାନଙ୍କ ମଧ୍ୟରୁ ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଓଡ଼ିଆ ଭାଷା ପାଇଁ ଡକ୍ଟର ସୁବ୍ରତ କୁମାର ପୃଷ୍ଟିଙ୍କୁ ସମ୍ମାନିତ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.