Home ଜିଲ୍ଲା ପରିକ୍ରମା ଏସ.ଇ.ଙ୍କ ନିଯୁକ୍ତି, ବାଲିପୋଖରୀ ଏସକେପ ନିର୍ମାଣ ସାରିବାକୁ ବଦ୍ରୀଙ୍କ ଦାବି

ଏସ.ଇ.ଙ୍କ ନିଯୁକ୍ତି, ବାଲିପୋଖରୀ ଏସକେପ ନିର୍ମାଣ ସାରିବାକୁ ବଦ୍ରୀଙ୍କ ଦାବି

52

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଳସମ୍ପଦ ବିଭାଗ ଆଖୁଆପଦାଡିଭିଜନରେ ଅଧିକ୍ଷଣ ନିଯୁକ୍ତି, ଡିଭିଜନକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବା ସହ ବାଳିପୋଖରୀ ଏସକେପ ନିର୍ମାଣକୁ ବନ୍ୟା ପୂର୍ବରୁ ସାରିବାକୁ ବିଜେପି ନେତା ଦ୍ରୀନାରାୟଣ ଧଳ ଦାବି କରିଛନ୍ତି । ଏହି ଏସକେପ ନିର୍ମାଣ ମନ୍ଥର ଗତିରେ ଚାଲୁଛି । ବନ୍ୟା ମୁକାବିଲା ପାଇଁ ଏସକେପ ନିର୍ମାଣ ତୁରନ୍ତ ସାରିବାକୁ ଏସକେପ ପରିଦର୍ଶନ କରି ବିଭାଗ ନିକଟରେ ଶ୍ରୀ ଧଳ ଦାବି କରିଛନ୍ତି । ସେହିପରି କଣ୍ଟିଘାଇର ସ୍ଥାୟୀ ପ୍ରତିକାର କରାଯିବା, ବୈତରଣୀ ଓ ଗେଙ୍ଗୁଟି ନଦୀକୂଳରେ ନଦୀବନ୍ଧ ନିର୍ମାଣ କରାଯିବା ଓ ଦୁର୍ବଳ ନଦୀବନ୍ଧକୁ ମରାମତି କରିବାକୁ ମଧ୍ୟ ଶ୍ରୀ ଧଳ ଦାବି କରିଛନ୍ତି । ବୈତରଣୀ ନଦୀକୂଳ ଗ୍ରାମ ମଣିନାଥପୁର ଗ୍ରାମ ଆରମ୍ଭରୁ ନଦୀବନ୍ଧ ନାହିଁ । ଚଳିତ ବର୍ଷ ନଦୀର ଗତିପଥ ବଦଳିଯାଇଥିବାରୁ ଏହି ଖୋଲା ନଦୀକୂଳ ଦେଇ ବନ୍ୟାଜଳ ପ୍ରବେଶର ବିନାଶକାରୀ କ୍ଷୟକ୍ଷତି ହେବା ଆଶଙ୍କା ସୃଷ୍ଟି ହୋଇଛି । ବିଭାଗ କଣ୍ଟି ବନ୍ୟା ଦାଉରୁ ଜନସାଧାରଣଙ୍କ ଧନଜୀବନକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ରହିଛି । ଏହି ଅଞ୍ଚଳର ଜଳସମ୍ପଦର ସୁପରିଚାଳନା ଓ ବନ୍ୟା ନିୟନ୍ତ୍ରଣ ପାଇଁ ଆଖୁଆପଦା ଡିଭିଜନ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ । ବର୍ଷେ ହେଲା ଏଠାରେ ଅଧିକ୍ଷଣ ଯନ୍ତ୍ରୀ ମଧ୍ୟ ନାହାନ୍ତି । ଭଣ୍ଡାରିପୋଖରୀ ବ୍ଲକର ନଦୀ କୂଳିଆ ଜନସାଧାରଣ ବନ୍ୟା ଆଶଙ୍କାରେ ଆତଙ୍କିତ ହୋଇ ରହିଥିବାରୁ ଶ୍ରୀ ଧଳ ଚିନ୍ତା ପ୍ରକଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.