ନୂଆଦିଲ୍ଲୀ,୨୨/୦୮,(ଓଡ଼ିଆ ପୁଅ/ ପି ନାଏକ): ଦେଶର ସବୁଠାରୁ ବଡ଼ ସାର୍ବଜନୀକ କ୍ଷେତ୍ରର ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଆଗାମୀ ୧୮ ମାସରେ ଦେଶରେ ପାଖାପାଖି ୧୦ ଲକ୍ଷ ‘ୟୋନୋ କ୍ୟାସ ପଏଣ୍ଟ’ ସ୍ଥାପିତ କରିବ। ଏହି ସୂଚନା ଗତ ବୁଧବାର ଦିନ ଏସବିଆଇ ବ୍ୟାଙ୍କର ଚେୟାରମ୍ୟାନ ରଜନିଶ କୁମାର ସୂଚନା ଦେଇଛନ୍ତି। ଏଥିସହ ଏହି ପ୍ଲେଟଫର୍ମ ସବୁଠାରୁ ସୁରକ୍ଷିତ ଏବଂ ଏଥିରେ ଡେବିଟ୍ କାର୍ଡର ଆବଶ୍ୟକତା ପଡ଼ିବ ନାହିଁ ବୋଲି କହିଛନ୍ତି ଏସବିଆଇ ଚେୟାରମ୍ୟାନ।
ଏହାବ୍ୟତୀତ ୟୋନୋ କ୍ୟାସ ସୁବିଧା ଜରିଆରେ ଗ୍ରାହକ ଭବିଷ୍ୟତରେ ଡିଜିଟାଲ ଲେଣଦେଣ କରିପାରିବେ। ଡେବିଟ କାର୍ଡ ବନ୍ଦ କରିବା ପାଇଁ ମଧ୍ୟ ବ୍ୟାଙ୍କର କୌଣସି ସୁବିଧା ନାହିଁ। କିନ୍ତୁ ଡିଜିଟାଲ ପ୍ଲେଟଫର୍ମର ବ୍ୟବହାର ବଢିବା ପରେ ଡେବିଟ୍ କାର୍ଡର ଆବଶ୍ୟକତା କମ ହୋଇଯିବ। ଏହି ଜରିଆରେ ଲେଣଦେଣ କରାଯାଇପାରିବ।
ଏହା ପୂର୍ବରୁ ଏସବିଆଇ ୭୦ ହଜାର ୟୋନୋ କ୍ୟାସ ପଏଣ୍ଟ ସ୍ଥାପନା କରିସାରିଛି। ଏହା ଏକ ଡିଜିଟାଲ ବ୍ୟାକିଂ ପ୍ଲେଟଫର୍ମ। ଗ୍ରାହକମାନେ ନଗଦ ଟଙ୍କା ଉଠାଇବା ପାଇଁ ନିଜର ସ୍ମାର୍ଟଫୋନ ବ୍ୟବହାର କରିପାରିବେ।








