Home ଜଗତସିଂହପୁର ଏରସମାର ଗଡ କୁଜଙ୍ଗ ଠାରେ ପରିବେଶୀୟ ମଞୁରି ନିମନ୍ତେ ସର୍ବସାଧାରଣ ଜନଶୁଣାଣି ସଭା ଅନୁଷ୍ଠିତ

ଏରସମାର ଗଡ କୁଜଙ୍ଗ ଠାରେ ପରିବେଶୀୟ ମଞୁରି ନିମନ୍ତେ ସର୍ବସାଧାରଣ ଜନଶୁଣାଣି ସଭା ଅନୁଷ୍ଠିତ

229

ଜଗତସିଂହପୁର-ତା ୨୦.୧୨.୧୯ ରିଖ (ଓଡ଼ିଆ ପୁଅ/ନୃସିଂହ ଚରଣ ବାରିକ) – ଆଜି ଏରସମା ତହସିଲ ଅନ୍ତର୍ଗତ ଗଡକୁଜଙ୍ଗ ଗ୍ରାମ ପଂଚାୟତର ଗଡକୁଜଙ୍ଗ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପରିବେଶୀୟ ମଂଜୁରୀ ନିମନ୍ତେ ସର୍ବ ସାଧାରଣ ଜନଶୁଣାଣି ସଭା ଜିଲ୍ଲା ପ୍ରଶାସନ ଓ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇଯାଇଅଛି। ମେସର୍ସ .ଜେ.ଏସ୍‌.ଡବ୍ଲ୍ୟ ଉତ୍କଳ ଷ୍ଟିଲ ଲିମିଟେଡ୍ ଜଗତସିଂହପୁର ଜିଲ୍ଲା ଏରସମା ତହସିଲ ଅନ୍ତର୍ଗତ ପାରାଦ୍ୱୀପ ନିକଟରେ ୧୩-୨ ଏମ୍‌.ଟି.ପି.ଏ ଅଶୋଧିତ ଇସ୍ପାତ, ୯୦୦ ମେଗାଓାଟ୍ କ୍ୟାପ୍ଟିଭ୍ ପାଓାର ପ୍ରକଳ୍ପ ଏବଂ ୧୦ ଏମ୍‌.ଟି.ପି.ଏ ସିମେଣ ପ୍ରକଳ୍ପ ପ୍ରତିଷ୍ଠା କରିବା ନିମନ୍ତେ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟର ପରିବେଶିୟ ମଂଜୁରୀ ନିମନ୍ତେ ଆବଶ୍ୟକ ପଡୁଥିବା ସର୍ବସାଧାରଣ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର କହିଲେ ଗଡକୁଜଙ୍ଗ, ଢିଙ୍କିଆ ଓ ନୂଆଗାଁ ଅଂଚଳରେ ଜେ.ଏସ୍‌.ଡବ୍ଲ୍ୟୁ ଉତ୍କଳ ଷ୍ଟିଲ ଲିମିଟେଡ୍ ପକ୍ଷରୁ ଷ୍ଟିଲ କାରଖାନା, କେପ୍ଟିଭ ପାଓାର.ସିମେଣ ଗ୍ରାଇଣ୍ଡିଂ ଏବଂ ସମ୍ମିଶ୍ରଣ ପ୍ରକଳ୍ପ ସ୍ଥାପନ ନିମନ୍ତେ ପ୍ରସ୍ତାବ ରହିଛି। ଏଥିପାଇଁ ଆବଶ୍ୟକୀୟ ପରିବେଶ ମଂଜୁରୀ ନିମନ୍ତେ ସ୍ଥାନୀୟ ଜନସାଧାରଣଙ୍କର ଆପତି ଅଭିଯୋଗ ଶୁଣାଣି କରାଯାଉଛି ପରିବେଶ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ଆଚଂଳିକ ଅଧିକାରୀ, ପାରାଦ୍ୱୀପ ଶ୍ରୀ ରମେଶ କୁମାର ଏକ୍‌କା ଯୋଗଦେଇ ସମସ୍ତ ଜନସାଧାରଣଙ୍କୁ ସ୍ୱାଗତ ଜଣାଇବା ସହ ଜନସାଧାରଣଙ୍କୁ ପରିବେଶ ସଂପର୍କରେ ଆପତି, ଅଭିଯୋଗ ଓ ସମସ୍ୟା ସଂପର୍କରେ ଶୁଣାଣି କରିବାକୁ ଅନୁରୋଧ କରିଥିଲେ। ଜେ.ଏସ୍‌.ଡବ୍ଲ୍ୟୁର କମିଟ୍‌ମେଣ ଅଧିକାରୀ ତଥା ଜଗତସିଂହପୁର ପୂର୍ବତନ ଜିଲ୍ଲାପାଳ ଶ୍ରୀ ସତ୍ୟ କୁମାର ମଲ୍ଲିକ ଯୋଗଦେଇ କହିଲେ ସମସ୍ତ ଗ୍ରାମବାସୀଙ୍କ ଉପସ୍ଥିତି ଉତ୍ସାହପ୍ରଦ ହୋଇଛି। ପୂର୍ବରୁ ପୋସ୍କୋ ପ୍ରକଳ୍ପ ସାକାର ହୋଇପାରି ନଥିବାରୁ ବୃହତ୍ ପୁଂଜିନିବେଶକୁ ଆମେ ହାତଛଡା କରିଛେ। ଜେ.ଏସ୍‌.ଡବ୍ଲ୍ୟୁ ପକ୍ଷରୁ ୭୨, ୦୦୦ କୋଟି ପୁଂଜି ନିବେଶ ଅଂଚଳବାସୀଙ୍କ ମଧ୍ୟରେ ଆଶା ଓ ସ ଂଚାର ସୃଷ୍ଟି କରିଛି। ଢିଙ୍କିଆ, ନୂଆଗାଁ ଓ ଗଡକୁଜଙ୍ଗ ଅଂଚଳର ପ୍ରତ୍ୟେକ ପରିବାର ଓ ବ୍ୟକ୍ତିଙ୍କ ମୁହଁରେ ହସଫୁଟୁ। ଜଗତସିଂହପୁର ଜିଲ୍ଲା ସମୃଦ୍ଧ ହେବା ସହିତ ଲୋକମାନଙ୍କର ଜୀବନ ଧାରାର ମାନବୃଦ୍ଧି ହେବ। ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟିହେବ। ଜେ.ଏସ୍‌.ଡବ୍ଲ୍ୟୁର ପ୍ରସ୍ତାବକ, ଅଧିକାରୀ ଶ୍ରୀ ବିରଜା ଦାସ ଯୋଗଦେଇ କହିଲେ ୮୪ ମାସରେ ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ ହେବ। ବିସ୍ଥାପିତ ମାନଙ୍କ ଥଇଥାନ ବ୍ୟବସ୍ଥା ହେବ। କମ୍ପାନୀର ନିଜସ୍ୱ ବନ୍ଦର ତିଆରି ହେବ। ପ୍ରତ୍ୟେକ୍ଷରେ ୧୨, ୫୦୦ ଲୋକଙ୍କୁ ନିଯୁକ୍ତି ମିଳିବା ସହିତ ୪୫୦୦୦ ଲୋକଙ୍କୁ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ। ଅଂଚଳର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ଘଟିବ। ଅତ୍ୟାଧୁନିକ ବୈଷୟିକ ଉପକରଣ ମାଧ୍ୟମରେ ପ୍ରଦୁଷଣ ନିୟନ୍ତ୍ରଣ କରାଯିବ। ସ୍ୱାସ୍ଥ୍ୟ ଓ ନିରାପତାକୁ ଗୁରୁତ୍ୱ ପ୍ରଦାନ କରିବା ୩୩ ପ୍ରତିଶତ ଯାଗାରେ ଗ୍ରୀନ୍ ବେଲ୍‌ଟ, ୫ଲକ୍ଷରୁ ଉର୍ଦ୍ଧ ବୃକ୍ଷରୋପଣ ସହିତ ପରିବେଶ ନିମନ୍ତେ ୨୬୬୦ କୋଟି, ସି.ଏସ୍‌.ଆର୍ ଫଣ୍ଡରୁ ୨୦୦ କୋଟି ପ୍ରାନ୍ତବର୍ତ୍ତୀ ଅଂଚଳ ବିକାଶ ନିମନ୍ତେ ଖର୍ଚ୍ଚ କରାଯିବ। ଏହି ଜନ ଶୁଣାଣିରେ ପୂର୍ବତନ ସାଂସଦ ଡଃ କୁଳମଣି ସାମଲ, ଏରସମା ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରା ପ୍ରଣବ କୁମାର ସ୍ୱାଇଁ, ଜିଲ୍ଲାପରିଷଦ ସଭ୍ୟା ଈତିଶ୍ରୀ ଭୁୟାଁ, ସଂପଦ କୁମାର ବାରିକ, ସରପଂଚ, ଗଡକୁଜଙ୍ଗ, ଈଶ୍ୱର କୁମାର ପରିଡା, ଢିଙ୍କିଆ, ସରପଂଚଙ୍କ ସମେତ ଅଂଚଳ ବାସୀ, ଏସ୍‌.ଏଚ୍‌.ଜି ଗ୍ରୁପ୍ ସଭ୍ୟା, ସାମ୍ବାଦିକ, ପଚାଂୟତ ପ୍ରତିନିଧିମାନେ ଅଂଚଳର ସମସ୍ୟା, ନିଯୁକ୍ତି ସୁଯୋଗ, ହସପିଟାଲ ନିର୍ମାଣ, ୬୦ ବର୍ଷରୁଉର୍ଦ୍ଧ ଲୋକଙ୍କୁ ଭତା, ପାନବରଜ ପ୍ରାପ୍ୟ, ପାନୀୟ ଜଳ, ଚାଷବାସ, ମତ୍ସ୍ୟଜିବୀଙ୍କ ସମସ୍ୟା, ଏସ୍‌.ଏଚ୍‌.ଜିଙ୍କୁ ସ୍ୱାବଲମ୍ବୀ, ପୁର୍ନବାସ ଓ ଥଇଥାନ ନିତୀର ସଂଶୋଧନ, ରନ୍ଧନଗ୍ୟାସ, ବିଦ୍ୟୁତ୍‌, ଦକ୍ଷତାଭିତିକ ତାଲିମ, ବୈଷୟିକ ଶିକ୍ଷା ପ୍ରତିଷ୍ଠାନ, ୩ ପଂଚାୟତକୁ ପୋଷ୍ୟଗ୍ରାମ କରିବା, ଧନ୍ଦାମୂଳକ ଶିକ୍ଷା, ସଂପର୍କରେ ଅବଗତ କରାଇଥିଲେ। ଏହାପରେ ଜେ.ଏସ୍‌.ଡବ୍ଲ୍ୟୁର କ୍ୟାପ୍‌ଟିଭ୍ ଜେଟୀ ପ୍ରକଳ୍ପ ନିମନ୍ତେ ୨ୟ ଜନଶୁଣାଣୀ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଅଂଚଳବାସୀଙ୍କର ଅଭିଯୋଗ, ସମସ୍ୟା, ନିଯୁକ୍ତି, ପରିବେଶ ସୁସ୍ଥତା ସଂପର୍କରେ ଶୁଣିଥିଲେ ଓ ଅଂଚଳବାସୀଙ୍କର ସୁଖ, ସ୍ୱାଛନ୍ଦ୍ୟ ପ୍ରତି ଧ୍ୟାନ ଦିଆଯିବ ଏବଂ ସରକାରଙ୍କୁ ଅବଗତ କରାଯିବ ବୋଲି ପ୍ରକାଶ କରିଥିଲେ। ନୟାଗଡ ପରେ ଜଗତସିଂହପୁର ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନିଯୁକ୍ତି ଦିଆଯାଇ ବିଦ୍ୟୁତ୍ ଦେୟ ସଂଗ୍ରହ କରାଯିବ ବୋଲି କହିଥିଲେ। ପାରାଦ୍ୱୀପ ବିଦ୍ୟୁତ୍ ଡିଭିଜନରେ ପ୍ରଥମେ ଆରମ୍ଭ ହେବାକୁ ଯାଉଛି ବୋଲି ପ୍ରକାଶ କରିଥିଲେ। ଟ୍ରାଫିକ୍ ସମସ୍ୟାର ସମାଧାନ ନିମନ୍ତେ ପାରାଦ୍ୱୀପ ଦୋଛକିରୁ ଟାଉନକୁ ଫ୍ଲାଏଓଭର ନିର୍ମାଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ପାନ ବରଜ ଓ ଅନ୍ୟାନ୍ୟ ବକେୟା ପ୍ରାପ୍ତି ପାଇଁ ଜେ.ଏସ୍‌.ଡବ୍ଲ୍ୟୁ କମ୍ପାନୀ ସହିତ କଥାବାର୍ତ୍ତା କରି ସମସ୍ତ ସମସ୍ୟାର ସମାଧାନ କରାଯିବ। ଗଡକୁଜଙ୍ଗ, ଢିଙ୍କିଆ ଓ ନୂଆଗାଁ ପଂଚାୟତରେ ଲୋକମାନଙ୍କର ଥିବା ସମସ୍ୟା କମ୍ପାନୀ କତୃପକ୍ଷଙ୍କ ସହିତ ସିଧାସଳଖ ଆଲୋଚନା କରି ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲ୍‌ାପାଳ ପ୍ରକାଶ କରିଥିଲେ। ଆଜିର ଏହି ଜନ ଶୁଣାଣି ସଫଳ ହୋଇଛି ଓ ଏହା ଏକ ଐ୍ୟତିହାସିକ ଦିବସ। ଏହି ଜନଶୁଣାଣିରେ ଆରକ୍ଷା ଅଧିକ୍ଷକ ଶ୍ରୀ ପ୍ରକାଶ ଆର୍‌, ଉପ-ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ପ୍ରସାଦ ମହାନ୍ତି, ପାରାଦ୍ୱୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଷ୍ଣୁ ଚରଣ ମିଶ୍ର, ଏରସମା ବି.ଡି.ଓ ଶ୍ରୀ କୈଳାସ ଚନ୍ଦ୍ର ବେହେରା, ତହସିଲଦାର ଅଂଜଳୀ ତରାଇ, ପ୍ରଶାସନିକ ଅଧିକାରୀ, ଜେ.ଏସ୍‌.ଡବ୍ଲ୍ୟୁ କର୍ମକର୍ତା, ପଂଚାୟତିରାଜ ପ୍ରତିନିଧି, ଜନସାଧାରଣ, ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.