Odiapua.com

ଏମାନଙ୍କୁ ଗୁଳି କରିଦେବା ଉଚିତ୍: ରାଜ୍ ଠାକରେ

ଭୁବନେଶ୍ୱର: ମହାରାଷ୍ଟ୍ର ନବ ନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ଏକ ଉତ୍ତେଜନାମୂଳକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଯେଉଁମାନେ ବର୍ତ୍ତମାନ ମରକଜ୍ ଭଳି ସମାବେଶରେ ଭାଗ ନେଉଛନ୍ତି ସେମାନଙ୍କୁ ଗୁଳି କରାଯିବା ଉଚିତ୍। ଏହାସହ ଠାକରେ କହିଛନ୍ତି ଯେ ମର୍କାଜରେ ଯୋଗ ଦେଉଥିବା ଜମାତିଙ୍କ ଚିକିତ୍ସା ସଂପୂର୍ଣ୍ଣ ବନ୍ଦ କରାଯାଉ। ରାଜ୍ ଠାକରେ କହିଛନ୍ତି ଯେ ଯଦି ଏହି ସମୟରେ କେହି ଅନୁଭବ କରନ୍ତି ଯେ ଏହି ସଙ୍କଟ ଅପେକ୍ଷା ବଡ଼ ଧର୍ମ ଏବଂ କେହି ଏହି ରୋଗ ବିସ୍ତାର କରିବାକୁ ଷଡଯନ୍ତ୍ର କରୁଛନ୍ତି, ତେବେ ସେମାନଙ୍କୁ ମାଡ଼ ଦିଆଯିବା ଉଚିତ ଏବଂ ଏହାର ଭିଡିଓ ଭାଇରାଲ ହେବା ଉଚିତ।

ଛେପମରା ଫଳ ବିକ୍ରେତାଙ୍କ ଭାଇରାଲ୍ ଭିଡିଓ: ମାମଲା ରୄଜୁ

ଲକ୍ ଡାଉନକୁ ଗୁରୁତର ସହ ନିଆଯିବା ଆବଶ୍ୟକ। ଯଦି ଏହାକୁ ଗମ୍ଭୀରତାର ସହ ନିଆନଯାଏ, ତେବେ ଲକ୍ ଡାଉନ୍ ଅବଧି ବୃଦ୍ଧି ପାଇବ ଏବଂ ଏହା ଶିଳ୍ପ ଉପରେ ଖରାପ ପ୍ରଭାବ ପକାଇବ, ଯାହା ଏକ ଆର୍ଥିକ ସଙ୍କଟ ସୃଷ୍ଟି କରିବ ବୋଲି ରାଜ ଠାକରେ କହିଛନ୍ତି।

କରୋନାକୁ ନେଇ ବିବାଦୀୟ ଭିଡିଓ ପୋଷ୍ଟ କରୁଥିବା ଟିକଟକ୍ ଆକାଉଣ୍ଟ ହେବ ବ୍ୟାନ୍


/-ଦେବଦତ୍ତ ରଥ