Home ଓଡ଼ିଶା ଏନକାଉଣ୍ଟର ପରେ, ବିକାଶ ଦୁବେର ପତ୍ନୀ ଏବଂ ପୁଅକୁ ଛାଡ଼ିଲା ପୋଲିସ୍

ଏନକାଉଣ୍ଟର ପରେ, ବିକାଶ ଦୁବେର ପତ୍ନୀ ଏବଂ ପୁଅକୁ ଛାଡ଼ିଲା ପୋଲିସ୍

273

କାନପୁର/ନୂଆ ଦିଲ୍ଲୀ ୧୦-୭ (ଓଡ଼ିଆ ପୁଅ) ଆଠ ଜଣ ପୋଲିସଙ୍କୁ ହତ୍ୟାକରି ଉଜୈନରୁ ଧରାପଡ଼ିବା ପରେ ବିକାଶ ଦୁବେର ଏନକାଉଣ୍ଟରରେ ମୃତ୍ୟୁ ହୋଇଛି। ପୋଲିସ ବିକାଳର ପତ୍ନୀ ରିଚା ଏବଂ ପୁଅକୁ ପଚରାଉଚରା ପରେ ଛାଡି ଦେଇଛି। ପୋଲିସ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ, ଆଠଜଣ ପୋଲିସ୍‌ଙ୍କର ହତ୍ୟା ଘଟଣାରେ ରିଚାର ଭୂମିକା ମିଳିନାହିଁ। ଘଟଣା ସମୟରେ ସେ ଘଟଣାସ୍ଥଳରେ ନଥିଲେ।
ଏହାପୂର୍ବରୁ ଗୁରୁବାର ଦିନ ଲକ୍ଷ୍ନୌର କୃଷ୍ଣନଗରରେ ବିକାଶ ଦୁବେର ପତ୍ନୀ ରିଚା ଦୁବେ ପୁଅ ସହ ଆତ୍ମସମର୍ପଣ କରିଥିଲେ।

କୃଷ୍ଣନଗର ଥାନାରେ ପଚରାଉଚରା ପରେ ପୋଲିସ ବିଳମ୍ବିତ ରାତିରେ କାନପୁରରେ ପହଞ୍ଚିଥିଲା। ମହିଳା ପୋଲିସ୍ ବିକାଶର ପତ୍ନୀ ଏବଂ ପୁଅକୁ ଅନେକ ଘଣ୍ଟା ଧରି ପଚରାଉଚରା କରିଥିଲେ।

ସୂଚନାଯୋଗ୍ୟଯେ, ଶୁକ୍ରବାରଦିନ ସକାଳେ ପୋଲିସର ଏନକାଉଣ୍ଟରରେ ବିକାଶ ଦୁବେର ମୃତ୍ୟୁ ହୋଇଛି।

ୟୁପିର ଏସଟିଏଫ ଏକ କାର ଯୋଗେ ଉଜୈନରୁ କାନପୁରକୁ ଆଣୁଥିଲେ। କିନ୍ତୁ ଶୁକ୍ରବାର ପୂର୍ବାହ୍ନରେ କାନପୁରରେ ୟୁପି ଏସଟିଏଫ କାର କୌଣସି କାରଣରୁ ଓଲଟି ପଡିଥିଲା। ଏହି ସମୟରେ ବିକାଶ ଦୁବେ ବନ୍ଧୁକ ଛଡ଼ାଇ ପଳାଇବାକୁ ଚେଷ୍ଟା କରିଥିଲା ଏହା ପରେ ପୋଲିସ ତାକୁ ଏକ ଏନକାଉଣ୍ଟର କରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.