Home Coronavirus Outbreak ଏଣିକି ୧୪ ଦିନ ନୁହେଁ, ୨୮ ଦିନକୁ ବଢ଼ିଲା କ୍ୱାରେଣ୍ଟାଇନ୍ ଅବଧି

ଏଣିକି ୧୪ ଦିନ ନୁହେଁ, ୨୮ ଦିନକୁ ବଢ଼ିଲା କ୍ୱାରେଣ୍ଟାଇନ୍ ଅବଧି

465

ଭୁବନେଶ୍ୱର ୯-୫ (ଓଡ଼ିଆ ପୁଅ) ଓଡ଼ିଶାରେ ସଙ୍ଗରୋଧ ଅବଧିକୁ ରାଜ୍ୟ ସରକାର ବଢ଼ାଇଛନ୍ତି। ଏବେ ୧୪ ଦିନ ପରିବର୍ତ୍ତେ ୨୮ ଦିନକୁ ବଢ଼ିଛି କ୍ବାରେଣ୍ଟାଇନ ପିରିୟଡ୍। ସରକାରୀ କେନ୍ଦ୍ରରେ ୨୧ ଦିନ ଓ ଘରେ ୭ ଦିନ ସଂଙ୍ଗରୋଧ ବା କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ।

କ୍ବାରେଣ୍ଟାଇନରେ ସମୟରେ ପ୍ରବାସୀ ଓଡ଼ିଆ ଚାହିଁଲେ ୧୦ ଦିନ କାମ ବି କରିପାରିବେ। ଯେପରିକି ବଗିଚା କାମ, ଗଛ ଲଗାଇବା ଓ ରଙ୍ଗ ଲଗାଇବା ଭଳି କାମ କରିପାରିବେ। ରାଜ୍ୟ ସରକାର ଏଥିପାଇଁ ସେମାନଙ୍କୁ ଦୈନିକ ୧୫୦ ଟଙ୍କା ପାରିଶ୍ରମିକ ଦେବେ। ଅର୍ଥାତ୍ ୨୦୦୦ ଟଙ୍କା ସହ ଯେତେଦିନ କାମ କରିଥିବେ ସେହି ଟଙ୍କା ମଧ୍ୟ ଅଲଗା ମିଳିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.