Home ଜିଲ୍ଲା ପରିକ୍ରମା ଏଆଇସିସି ସଭାପତିଙ୍କ ଓଡ଼ିଶା ଗସ୍ତ, ଭଦ୍ରକ ନିର୍ବାଚନମଣ୍ଡଳୀ କଂଗ୍ରେସର ପ୍ରସ୍ତୁତି ବୈଠକ

ଏଆଇସିସି ସଭାପତିଙ୍କ ଓଡ଼ିଶା ଗସ୍ତ, ଭଦ୍ରକ ନିର୍ବାଚନମଣ୍ଡଳୀ କଂଗ୍ରେସର ପ୍ରସ୍ତୁତି ବୈଠକ

20

ଭଦ୍ରକ, ୨୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ୨୯ ତାରିଖ ସୋମବାର ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭଦ୍ରକ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ କର୍ମୀ, ନେତୃମଣ୍ଡଳୀ ଯିବାକୁ ସ୍ଥିର ହୋଇଛି । ଏହି କାର୍ଯ୍ୟକ୍ରମ କିପରି ସଫଳ ହେବ ଏ ନେଇ ଭଦ୍ରକ ନିର୍ବାଚନ ମଣ୍ଡଳୀ କଂଗ୍ରେସର ଏକ ପ୍ରସ୍ତୁତି ବୈଠକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ନେତା ନଳିନୀକାନ୍ତ ମହାନ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଭଦ୍ରକ ପୌରପାଳିକାର ୩୦ ୱାର୍ଡ ଓ ଭଦ୍ରକ ବ୍ଲକର ସମସ୍ତ ପଞ୍ଚାୟତର ଛାମୁଆ କର୍ମୀ, ନେତା ଓ କର୍ମୀ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଭଦ୍ରକ ନିର୍ବାଚନ ମଣ୍ଡଳୀରୁ ଅନ୍ତତଃ ପକ୍ଷେ ୨ହଜାର କର୍ମୀ ଯୋଗ ଦେବାକୁ ସ୍ଥିର କରାଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ଟାଉନ କଂଗ୍ରେସ ସଭାପତି ଅବଦୁଲ ମୁକିତ୍ ଖାଁ, ଓବିସି ସେଲ୍ ସଭାପତି ପୀତବାସ ଧଳ, ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନ ସଭାପତି ପ୍ରଦ୍ୟୁମ୍ନ କୁମାର ଦାସ, ସଂଖ୍ୟାଲଘୁ ସେଲ୍ ଜିଲ୍ଲା ସଭାପତି ଅସ୍‌ରପ୍ ଅଲୀ ଖାଁ, ଯୁବ କଂଗ୍ରେସ ସଭାପତି ହେମନ୍ତ ମହାପାତ୍ର, ଏସ୍‌ସି ସେଲ ସଭାପତି ରଞ୍ଜନ ଜେନା, ପାରିଷଦ ଏନାମୁଲ ହକ୍‌, ତନ୍‌ବୀର ଖାଁ, ଛାତ୍ର କଂଗ୍ରେସ ସଭାପତି ସେକ୍ ସାହିଲ୍ କାଦ୍ରୀ, ରାଜନ ଲାହା,ଅବଦୁଲ୍ ସଲାମ୍‌, ପଞ୍ଚାୟତ ସମିତି ସଦସ୍ୟ ଗୟାଧର ସେଠୀ, ଗୋଲକ ମହାପାତ୍ର, ରାଜୁ ରାୟ, ଟୋନୀ ଅଲୀ, ବିଜୟ ବାରିକ, କାଳନ୍ଦୀ ଜେନାଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.