କୋରାପୁଟ ୨୪-୦୬ (ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ତରଫରୁ ଛଳିତ ରଥଯାତ୍ରାରେ ୩ ଟି ରଥ କରିଥିବାରୁ ରଥ ରହିବା ନିମନ୍ତେ ବିଆର ଆମ୍ବେଦକର ପାର୍କ ସମ୍ମୁଖରେ ଥିବା ୨ ଟି ପୂରୁଣା ପଣସ ଗଛକୁ କଟାଯାଇଥିବା ଜଣାପଡିଛି।ପୁରୁଣା ଗଛକୁ କଟାଯାଇଥିବାରୁ ସାଧାରଣତ୍ତେତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି।ଯଦି ଜରୁରୀ ପଡିଲା ତେବେ ଗଛ କାଟିଲା ପରେ ସେଠାରେ ଗଛ ରୋପଣ କରିବା କଥା ବୋଲି ସାଧାରଣରେ ଆଲୋଚନା ହେଉଥିବା ଜଣାପଡିଛି।ଗଛ କାଟିବାରୁ ବିଆର ଆମ୍ବେଦକର ପାର୍କର କ୍ଷତି ହୋଇଥିବା ଜଣାପଡିଛି।କ୍ଷତିପୂରଣକୁ କୋରାପୁଟ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ନା କୋରାପୁଟ ମ୍ୟୁନସିପାଲଟି ଭରଣ କରିବ କି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ତିନୋଟି ରଥ ରହିବା ପାଇଁ କୋରାପୁଟରେ ସ୍ଥାନର ଅଭାବ ରହିଥିବା ବେଳେ ମନ୍ଦିର ପରିଚାଳନା କମିଟି କିପରି ଏପରି ନିଷ୍ପତି ନେଲେ ବୋଲି ସାଧାରଣରେ ଉଦବେଗ ପ୍ରକାଶ ପାଇଛି।







