Home ଜିଲ୍ଲା ପରିକ୍ରମା ଉପଯୁକ୍ତ ଦକ୍ଷତା ଓ ପାରଦର୍ଶିତାର ଅଭାବ ନେଇ ଜନସେବା ସଙ୍ଘର କାର୍ଯ୍ୟାନୁଷ୍ଠାନ ଦାବି

ଉପଯୁକ୍ତ ଦକ୍ଷତା ଓ ପାରଦର୍ଶିତାର ଅଭାବ ନେଇ ଜନସେବା ସଙ୍ଘର କାର୍ଯ୍ୟାନୁଷ୍ଠାନ ଦାବି

112

ବଲାଙ୍ଗୀର, ୧୪-୦୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଗତ ବୁଧବାର ଦିନ ଟିଟିଲାଗଡ଼ ୱାର୍ଡ ନଂ-୦୬, ଠିକାଦାର ପଡାର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଚାରି ଜଣ ଆକ୍ରାନ୍ତ ଚିନ୍ହଟ ହେବ ପରେ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନ ଘୋଷଣା କରିଛନ୍ତି। ଟିଟିଲାଗଡ଼ ମହାବୀର ପଞ୍ଚାୟତ ଧର୍ମଶାଳା ଠାରୁ ୱାର୍ଡ ନଂ ୬ ର ଷ୍ଟାଇଲିନ ପର୍ଯ୍ୟନ୍ତ ସିଲ କରିଦିଆଯିବା ସହ ସମାଜିକ ଗତିବିଧି ବନ୍ଦ କରି ଉଭୟ ପଟେ ପୋଲିସ ମୁତୟନ କରାଯାଇଛି। ଏହି କଣ୍ଟେନମେଣ୍ଟ ଜୋନର ଲୋକଙ୍କ ପାଇଁ ଜରୁରୀ ସାମଗ୍ରୀ ଯଥା ଖାଦ୍ୟପେୟ ଓ ଡାକ୍ତରୀ ସେବା ପାଇଁ ଓ ଅଂଚଳକୁ ସେନିଟାଇଜ ପାଇଁ ବିଭିନ୍ନ ବିଭାଗର କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲାପାଳ ଟିଟିଲାଗଡ଼ ଉପ ଜିଲ୍ଲାପାଳ ସୋମେସ ଉପାଧ୍ୟୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ସେହିପରି ଟିଟିଲାଗଡ଼ ବ୍ଲକର ବିଭିନ୍ନ ଗ୍ରାମରୁ ଆକ୍ରାନ୍ତ ବାହାରୁଥିବା ଓ ଟିଟିଲାଗଡ଼ ପୌରପରିଷଦରୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଓ ଅନେକଙ୍କ କରୋନା ପରୀକ୍ଷଣ ରିପୋର୍ଟ ଆସି ନ ଥିବା ବେଳେ ସାଧାରଣରେ ଭୟଭିତ ଅବସ୍ଥାରେ ଅଛନ୍ତି। ହେଲେ ଦୁଃଖ ଓ ପରିତାପର ବିଷୟ ଇତି ମଧ୍ୟରେ ଯୋଗ ଦେଇଥିବା ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟ ଦକ୍ଷତାର ଅଭାବ ପରିଲକ୍ଷିତ ହେବା ସାଧାରଣରେ ଆଲୋଚନା ହେଉଛି। ଏପରିକି ସେ ନିଜେ ପୌରପରିଷଦର ଦାଇତ୍ୱ ନେଇ ପରିମଳ ବ୍ୟବସ୍ଥାରେ କିଛି ସୁଧାର ଆସିବା ବଦଳରେ ଅଧିକ ବିପର୍ଯ୍ୟସ୍ତ ହୋଇପଡିଛି। ଏଠାକାର ସରକାରୀ ଡାକ୍ତରଖାନାରେ ସଂଖ୍ୟାଧିକ ରୋଗୀ ଥିବା ଓ ଆବର୍ଜନାରେ ପରିପୂର୍ଣ୍ଣ ଥିବା ସତ୍ୱେ ଗତ ୧୦ ଦିନ ଧରି ସଫେଇ କରା ନ ଯିବାରୁ ପରିସ୍ଥିତି ଜଟିଳ ହୋଇଯାଇଛି। ଏ ନେଇ ଉପଜିଲ୍ଲାପାଳଙ୍କୁ ବାରମ୍ବାର ଜଣେଇ ଓ ଅଭିଯୋଗ କରି ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନ ନେବା ନେଇ ଜନସେବା ସଙ୍ଘ ଦୃଢ଼ ବିରୋଧ କରିଛି। ସହରର ପ୍ରତି ୱାର୍ଡରେ ପ୍ରତିଦିନ ସଫେଇ ନ ହେବା, ପାନୀୟ ଜଳଯୋଗାଣ ନ ହେବା, ବିଦ୍ବତ ବିଭ୍ରାଟ, ଟ୍ରାଫିକ ସମସ୍ୟା ପରି ଜରୁରୀକାଳୀନ ସେବା ଅଧିକ ବିପର୍ଯ୍ୟସ୍ତ ହୋଇପଡିଛି। ଏ ନେଇ ଏହି କୋଭିଡ-୧୯ ପରି ଗୁରୁତର ସମୟରେ ଦକ୍ଷତା ଓ ପାରଦର୍ଶିତା ସହ ଏହି ଜାତୀୟ ସମସ୍ୟାର ମୁକାବିଲା କରିବା ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଜନସେବା ସଙ୍ଘ ଲିଖିତ ଦାବି ପତ୍ର ବିଭିନ୍ନ ଉଚ୍ଚ ପଦାଧିକାରୀଙ୍କ ନିକଟକୁ ପ୍ରେରଣ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.