Home ଜିଲ୍ଲା ପରିକ୍ରମା ଉପନିର୍ଦ୍ଦେଶକଙ୍କ ଡିଆଇପିଆର୍‌ଓ କାର୍ଯ୍ୟାଳୟ ପରିଦର୍ଶନ

ଉପନିର୍ଦ୍ଦେଶକଙ୍କ ଡିଆଇପିଆର୍‌ଓ କାର୍ଯ୍ୟାଳୟ ପରିଦର୍ଶନ

26

ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ଉପ ନିର୍ଦ୍ଦେଶକ କେନ୍ଦ୍ରାଞ୍ଚଳ, କଟକ ହେମନ୍ତ କୁମାର ନାୟକ ଭଦ୍ରକ ଗସ୍ତରେ ଆସି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଓ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀମାନେ ପଷ୍ପଗୁଚ୍ଛ ଦେଇ ଶ୍ରୀଯୁକ୍ତ ନାୟକଙ୍କୁ ସ୍ୱାଗତ ଜଣାଇଥିଲେ । କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟଧାରା ସମ୍ବନ୍ଧରେ ସମୀକ୍ଷା କରିବା ସହିତ ସଂପୃକ୍ତ ରେଜିଷ୍ଟର, ଫାଇଲପତ୍ର ଦେଖିôଥିଲେ । ପୂର୍ବରୁ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା କାର୍ଯ୍ୟାଳୟ କୋଠାର ମରାମତି ଓ ପୁନଃଉଦ୍ଧାର କାର୍ଯ୍ୟ ସମାପ୍ତ ହେବା ଦେଖି ସନ୍ତୋଷ ପ୍ରକାଶ କରିଥିଲେ । ମାତ୍ର କାର୍ଯ୍ୟାଳୟ ପାଇଁ ପ୍ରାଚୀର ଓ ଗେଟ ନଥିବା ଯୋଗୁଁ ଉପୁଜୁଥିବା ସମସ୍ୟା ସମ୍ବନ୍ଧରେ ଅବଗତ ହୋଇ ବିଭାଗ ତରଫରୁ ଯଥାଶୀଘ୍ର ପଦକ୍ଷେପ ନିଆଯିବା ନେଇ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦିତ ହେବା ପାଇଁ କର୍ମଚାରୀ ଅଭାବ ଜନିତ ଗୁରୁତର ସମସ୍ୟାକୁ ହୃଦ୍‌ବୋଧ କରିଥିଲେ । କ୍ଷେତ୍ର ସ୍ତରୀୟ କାର୍ଯ୍ୟ ସହିତ କାର୍ଯ୍ୟାଳୟର ପ୍ରତିଷ୍ଠାନ ଓ ଆବଶ୍ୟକ ଅନ୍ୟ ସମସ୍ତ କାର୍ଯ୍ୟ ସଠିକ୍ ଧାରାରେ ସମ୍ପାଦନ କରିବା ପାଇଁ ଡି.ଆଇ.ପି.ଆର୍‌.ଓ.ଙ୍କୁ ପରାମର୍ଶ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.